Saturday, April 4, 2026
29 C
Odisha

    କଂଗ୍ରେସ ନେତାଙ୍କୁ ହତ୍ୟା କଲେ ମାଓବାଦୀ

    ଆଗକୁ ପଢନ୍ତୁ

    ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ କଂଗ୍ରେସ ନେତା ତଥା ପୂର୍ବତନ ଜିଲ୍ଲା ସଦସ୍ୟ ଯୋଗା ପୋଡିୟମଙ୍କୁ ଅତି ନିର୍ମମ ଭାବେ ମାଓବାଦୀମାନେ ହତ୍ୟା କରିଛନ୍ତି। ନକ୍ସଲମାନେ ଆରାନପୁର ପୁଲିସ ଷ୍ଟେସନ ଅନ୍ତର୍ଗତ ପୋଟାଲି ଗାଁର ପୋଟାଲି CAF କ୍ୟାମ୍ପଠାରୁ ମାତ୍ର ୫୦୦ ମିଟର ଦୂରରେ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଘରେ ଶୋଇଥିବା ଅବସ୍ଥାରେ କଂଗ୍ରେସ ନେତା ଯୋଗା ପୋଡିୟମଙ୍କୁ ମାଓବାଦୀମାନେ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରିଥିଲେ। ଏହି ଘଟଣାରେ ପ୍ରାୟ ୨୦ ରୁ ୩୦ ସଶସ୍ତ୍ର ମାଓବାଦୀ ଆସି ହତ୍ୟା କରିଥିବା ଗ୍ରାମବାସୀ କହିଛନ୍ତି।

    ଦଶ ବର୍ଷ ପୂର୍ବେ ତାଙ୍କ ପୁଅକୁ ମଧ୍ୟ ହତ୍ୟା କରାଯାଇଥିବାବେଳେ ମାଓବାଦୀମାନେ ଯୋଗ ପରିବାରକୁ ଅନେକ ଚେତାବନୀ ଦେଇସାରିଥିଲେ। ଗତ ବିଧାନସଭା ନିର୍ବାଚନ ସମୟରୁ ନକ୍ସଲମାନେ ସେମାନଙ୍କୁ ହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ । କାରଣ ଯୋଗା ଲୋକଙ୍କୁ ଭୋଟ୍ ଦେବାକୁ ଉତ୍ସାହିତ କରୁଥିବା ଯୋଗୁ ମାଓବାଦୀମାନେ ଏହି ହତ୍ୟା କରିଥିବା ଜଣାପଡ଼ିଛି । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେଇଛି । ଅପର ପକ୍ଷରେ ପୋଲିସ ପକ୍ଷରୁ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    47 %
    1.6kmh
    100 %
    Sat
    29 °
    Sun
    36 °
    Mon
    36 °
    Tue
    39 °
    Wed
    39 °

    ସମ୍ବନ୍ଧିତ