Monday, October 20, 2025
22.8 C
Odisha

    କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ମାଡ଼, ଜଣେ ବ୍ୟକ୍ତି ତାଙ୍କୁ ଚଟକଣି ମାରିଥିବା ଅଭିଯୋଗ

    ଆଗକୁ ପଢନ୍ତୁ

    କୋରାପୁଟ: ତାରାଙ୍କୁ ଶକ୍ତ ଚାପୁଡ଼ା । ଜୟପୁର କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ମାଡ଼ । ଗତ ୧୪ ତାରିଖ ରାତିରେ କୋରାପୁଟ ବସଷ୍ଟାଣ୍ଡ ଠାରେ ଜଣେ ବ୍ୟକ୍ତି ତାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି । ବସଷ୍ଟାଣ୍ଡରେ ମସାଲ ଶୋଭାଯାତ୍ରାବେଳେ ମାଡ଼ ମାରିଥିଲେ କୃଷ୍ଣ କୁଲଦୀପ। ଏନେଇ ବିଧାୟକ ତାରା ବାହିନୀପତିଙ୍କ ପିଏସଓ ଥାନାରେ କୃଷ୍ଣ କୁଲଦୀପଙ୍କ ନାଁରେ ଏତଲା ଦେଇଛନ୍ତି ।

    ଅନ୍ୟପକ୍ଷରେ କୃଷ୍ଣ କୁଲଦୀପ ମଧ୍ୟ ଥାନାରେ ତାରା ପ୍ରସାଦ ବାହିନୀପତି ଓ ତାଙ୍କ ଦୁଇ ଭାଇ ଟୁନା ବାହିନୀପତି ଏବଂ ଭଗବାନ ବାହିନୀପତିଙ୍କ ନାମରେ ପାଲଟା ଏତଲା ଦେଇଛନ୍ତି । କୃଷ୍ଣ କୁଲଦୀପ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତିଯେ, ତାରା ବାହିନୀପତି ଓ ତାଙ୍କ ୨ ଭାଇ ମତେ ମାରିବାକୁ ଷଡ଼ଯନ୍ତ୍ର କରିଥିଲେ । ସେ ବିଷୟରେ ବୁଝିବାକୁ ଯିବାବେଳେ ତାରାବାହିନୀପତିଙ୍କ ଲୋକମାନେ ମତେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରି ଜୀବନରେ ମାରିଦେବାକୁ ଧମକ ଦେବା ସହ ନିସ୍ତୁକ ମାଡ଼ ମାରିଥିଲେ । ଏନେଇ ତାରାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାର ଲାଗିଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.8 ° C
    22.8 °
    22.8 °
    95 %
    1.5kmh
    37 %
    Mon
    23 °
    Tue
    29 °
    Wed
    29 °
    Thu
    29 °
    Fri
    29 °

    ସମ୍ବନ୍ଧିତ