Sunday, June 7, 2026
38.8 C
Odisha

    କମ୍ ଭିଜିବିଲିଟି ପାଇଁ ବସ୍-କାର୍ ଧକ୍କା, ୪ ମୃତ ଓ ଜଣେ ଆହତ

    ଆଗକୁ ପଢନ୍ତୁ

    ପଞ୍ଜାବ : ପଞ୍ଜାବର ହୋଶିୟାରପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି । ଆଜି ସକାଳେ ଏପରି ଘଟଣା ସାମ୍ନାକୁ ଆସିଛି। ଘନ କୁହୁଡ଼ି ଯୋଗୁଁ ଭିଜିବିଲିଟି କମ୍ ହେବା ଦୁର୍ଘଟଣାର କାରଣ ବୋଲି ସୂଚନା ମିଳିଛି ।

    ସୂଚନାନୁଯାୟୀ, ୫ ଜଣ ଲୋକ ଅମୃତସର ବିମାନବନ୍ଦରକୁ ଯାତ୍ରା କରୁଥିଲେ । କାରଟି ଦୋସରକା ନିକଟରେ ପହଞ୍ଚିବା ମାତ୍ରେ ଘନ କୁହୁଡ଼ି ଯୋଗୁଁ ଡ୍ରାଇଭର ଜଣକ ବସଟିକୁ ଦେଖିପାରିଲେ ନାହିଁ । ଯାହା ଫଳରେ କାର୍-ବସ୍ ମଧ୍ୟରେ ଧକ୍କା ହୋଇଥିଲା ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

    ଅନ୍ୟପଟେ ଆହତଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ସହ ମୃତକଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଏଥିସହ ମୃତକ ଏବଂ ଆହତଙ୍କ ପରିଚୟ ସ୍ପଷ୍ଟ କରିଛି ପୋଲିସ । ମୃତକ ହେଲେ ସୁଖବିନ୍ଦର, ସୁଶୀଲ କୁମାର, ବ୍ରିଜ କୁମାର ଏବଂ ଅରୁଣ କୁମାର ଏବଂ ଆହତ ବ୍ୟକ୍ତି ହେଲେ ଅମିତ କୁମାର ବୋଲି ଚିହ୍ନଟ କରାଯାଇଛି । ସମସ୍ତେ ହିମାଚଳ ପ୍ରଦେଶର ଚାଲେଟ ଗାଁର ବାସିନ୍ଦା କୌଣସି ଏକ ସୂତ୍ରରୁ ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    38.8 ° C
    38.8 °
    38.8 °
    26 %
    3.1kmh
    85 %
    Sun
    35 °
    Mon
    41 °
    Tue
    42 °
    Wed
    42 °
    Thu
    41 °

    ସମ୍ବନ୍ଧିତ