Saturday, April 4, 2026
29 C
Odisha

    କରମୁକ୍ତ ହେଲା ‘ସାବରମତି ରିପୋର୍ଟ’ ଚଳଚ୍ଚିତ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓଡ଼ିଶାରେ‘ସାବରମତି ରିପୋର୍ଟ’ଚଳଚ୍ଚିତ୍ରକୁ କରମୁକ୍ତ କରାଯାଇଥିବା ନେଇ ଆଜି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିବା ସହ ଓଡ଼ିଶାରେ‘ସାବରମତି ରିପୋର୍ଟ’କୁ କରମୁକ୍ତ କରାଯିବା ନେଇ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ମଧ୍ୟ କରାଯାଇଛି।

    ସତ୍ୟ ଘଟଣା ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର ‘ଦି ସାବରମତି ରିପୋର୍ଟ’, ଯାହାକି ୨୭ ଫେବୃଆରୀ ୨୦୦୨ର ଗୋଧ୍ରା ରେଳ ପୋଡ଼ି ଘଟଣା ଉପରେ ପର୍ଯ୍ୟବସିତ। ଏହି ମର୍ମନ୍ତୁତ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ରଟି ଏବେ ଓଡ଼ିଶାରେ ପ୍ରଦର୍ଶିତ ହେଉଛି। ଏହି ଚଳଚ୍ଚିତ୍ରର ଗୁଣାତ୍ମକ ତଥା ଭାବାତ୍ମକ କାହାଣୀ ଦୃଷ୍ଟିରୁ ଚଳଚ୍ଚିତ୍ରଟିକୁ ଅଧିକ ଲୋକ ଦେଖବା ଆବଶ୍ୟକ।ଓଡ଼ିଶାର ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଦେଶକ୍ରମେ ଚଳଚ୍ଚିତ୍ରଟିକୁ ଓଡ଼ିଶାରେ କରମୁକ୍ତ କରାଗଲା। ଏହି ନିର୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଥିବା ନେଇ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟ୍ବିଟ କରି କହିଛନ୍ତି ଯେ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ସାବରମତୀ ରିପୋର୍ଟ’କୁ ଓଡ଼ିଶାରେ କରମୁକ୍ତ କରିବା ପାଇଁ ଲୋକଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି। କିଛି ସ୍ଵାର୍ଥବାଦୀ ବ୍ୟକ୍ତିଙ୍କ ନିଜସ୍ୱ ସ୍ଵାର୍ଥ ପୂରଣ ଏବଂ ଅସ୍ଥିରତା ସୃଷ୍ଟି ପାଇଁ ଗୋଧ୍ରା ଅଗ୍ନି କାଣ୍ଡରେ କିଭଳି ଭାବରେ କାରସେବକଙ୍କୁ ଜୀବନ୍ତ ଦଗ୍ଧ କରାଯାଇଥିଲା ତାହା ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶାଯାଇଛି। ଏହି ଚଳଚ୍ଚିତ୍ର ଅତୀତର ଏଭଳି ଏକ ଲୋମହର୍ଷଣକାରୀ, ହୃଦୟ ବିଦାରକ ସତ୍ୟ ଘଟଣାକୁ ଲୋକଙ୍କ ନିକଟରେ ପହଞ୍ଚାଇବ ଏବଂ ସାଧାରଣ ଜନତା ଅଧିକ ସଚେତନ ହେବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    48 %
    6kmh
    100 %
    Sat
    31 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ