Thursday, October 8, 2026
21.5 C
Odisha

    କାଜିଆଙ୍କୁ ‘ମିସ୍ ୟୁନିଭର୍ସ ଇଣ୍ଡିଆ’ ମୁକୁଟ

    ଆଗକୁ ପଢନ୍ତୁ

    ଜୟପୁର  : କେରଳର କାଜିଆ ଲିଜ୍ ମେଜୋ ‘ମିସ ୟୁନିଭର୍ସ ଇଣ୍ଡିିଆ’ ମୁକୁଟ ଜିତିଛନ୍ତି। ୧୯ ବର୍ଷ ବୟସରେ ସେ ଏହି ସଫଳତା ପାଇ ସାରା ଦେଶରେ ଚର୍ଚ୍ଚାରେ ଅଛନ୍ତି। ଗତ ବର୍ଷର ମୁକୁଟ ବିଜୟିନୀ ମନିକା ବିଶ୍ବକର୍ମୀ ତାଙ୍କୁ ମୁକୁଟ ପିନ୍ଧାଇଛନ୍ତି। ଏହି ପ୍ରତିଯୋଗିତାର ପ୍ରତ୍ୟେକ ପର୍ଯ୍ୟାୟରେ କାଜିଆ ବହୁତ ଭଲ ପ୍ରଦର୍ଶନ କରିଥିଲେ। ସୌନ୍ଦର୍ଯ୍ୟ ଓ ବୁଦ୍ଧିରେ ଏହି ଆଇନ ଛାତ୍ରୀ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ୫୨ ପ୍ରତିଯୋଗୀଙ୍କୁ ପଛରେ ପକାଇ କାଜିଆ ବିଜୟୀ ହୋଇଥିଲେ। ଏବେ ସେ ଅନ୍ତର୍ଜାତୀୟ ସ୍ତରରେ ଭାରତରୁ ୭୫ତମ ‘ମିସ୍ ୟୁନିଭର୍ସ’ ପ୍ରତିଯୋଗିତାରେ ପ୍ରତିନିଧିତ୍ବ କରିବେ। ନଭେମ୍ବରରେ ଦ୍ବୀପ ରାଷ୍ଟ୍ର ପ୍ୟୁର୍ଟୋ ରିକୋରେ ଏହି ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିିଯୋଗିତା ଅନୁଷ୍ଠିତ ହେବ।
    ସୂଚନା ଅନୁଯାୟୀ, ‘ମିସ ୟୁନିଭର୍ସ ଇଣ୍ଡିିଆ-୨୦୨୬’ର ଗ୍ରାଣ୍ଡ ଫିନାଲେ ରବିବାର ଜୟପୁରର ଜି ଷ୍ଟୁଡିଓରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୫୨ ଫାଇନାଲିଷ୍ଟ ନିଜ ପ୍ରତିଭା, ସୁୁନ୍ଦରତା ଓ ଆତ୍ମବିଶ୍ବାସ ପ୍ରଦର୍ଶନ କରିଥିଲେ। ଏହି ପ୍ରତିଯୋଗିତାରେ ତାମିଲନାଡୁର ବୈଷ୍ଣବୀ ଗଣେଶ ପ୍ରଥମ ଉପ-ବିଜେତା ଓ ଗୁଜରାଟର ଅନୁଶ୍ରୀ ସାତବଲକର ଦ୍ବିତୀୟ ଉପ-ବିଜେତା ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    88 %
    1.2kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ