Thursday, October 8, 2026
21.5 C
Odisha

    ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ପ୍ରତିଯୋଗୀଙ୍କ ନାମ ଘୋଷଣା ; ୩୫ କ୍ରୀଡ଼ାରେ ୪୯୨ କ୍ରୀଡ଼ାବିତ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଅକ୍ଟୋବର ୧୮ରୁ ୨୪ ପର୍ଯ୍ୟନ୍ତ ଜାପାନର ଆଇଚି-ନାଗୋୟାରେ ଏସୀୟ ପାରା କ୍ରୀଡ଼ା ଆୟୋଜନ ହେବ। ଏହି କ୍ରୀଡ଼ା ପାଇଁ ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ୍‌ ୪୯୨ ଜଣ ଭାରତୀୟ ପ୍ରତିଯୋଗୀଙ୍କ ନାମ ଘୋଷଣା କରିଛି। ଏହି ତାଲିକା କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟର ଅନୁମୋଦନ ଲାଭକରିଛି। ୪୯୨ ଜଣ ଭାରତୀୟ କ୍ରୀଡ଼ାବିତ୍‌ ୩୫ଟି କ୍ରୀଡ଼ାରେ ଦେଶକୁ ପଦକ ଜିତାଇବାର ପ୍ରୟାସ କରିବେ। ଏହି ତାଲିକାରେ ୨୬୫ ପୁରୁଷ ଓ ୨୨୭ ମହିଳା ସ୍ଥାନ ପାଇଛନ୍ତି। ଆଥ୍‌ଲେଟିକ୍‌ସ ବା ଦୌଡ଼କୁଦରେ ସର୍ବାଧିକ ୭୩ ଜଣ କ୍ରୀଡ଼ାବିତ୍‌ ରହିଛନ୍ତି। ପୁରୁଷ ଓ ମହିଳା ହକିକୁ ମିଶାଇ ୪୦ କ୍ରୀଡ଼ାବିତ୍‌ ଏବଂ ପୁରୁଷ ମହିଳା କ୍ରିକେଟ୍‌କୁ ମିଶାଇ ୩୦ ଜଣ ଖେଳାଳି ଏହି ତାଲିକାରେ ରହିଛନ୍ତି। ପ୍ରମୁଖ କ୍ରୀଡ଼ାମାନଙ୍କରେ ବ୍ୟାଡ୍‌ମିଣ୍ଟନରେ ୨୦ ଜଣ, ତୀରନ୍ଦାଜୀରେ ୧୨ ଜଣ, ବକ୍ସିଂରେ ୧୧ ଜଣ, ଅସିଚାଳନାରେ ୨୦ ଜଣ, ପୁରୁଷ ଓ ମହିଳା କବାଡ଼ିରେ ୨୪ ଜଣ, ରୋଇଂରେ ୨୨ ଜଣ, ରଗ୍‌ବୀ ସେଭେନ୍‌ସରେ ୧୩ ଜଣ, ପାଲଟଣା ନୌଚାଳନା​‌େ​‌ର ୧୦ ଜଣ, ସୁଟିଂରେ ୩୦ ଜଣ, ସିପକ୍ ଟାକ୍ରୋରେ ୨୧ ଜଣ, ସ୍କ୍ବାଶ୍‌ରେ ୮ ଜଣ, ସନ୍ତରଣରେ ୧୨ ଜଣ, ଟେନିସ୍‌ରେ ୭ ଜଣ, ଟେବୁଲ ଟେନିସ୍‌ରେ ୧୦ ଜଣ, ଗଲ୍‌ଫରେ ୬ ଜଣ, ପୁରୁଷ ଭଲିବଲ୍‌ରେ ୧୨ ଜଣ, ଭାରୋତ୍ତୋଳନରେ ୫ ଜଣ, କୁସ୍ତିରେ ୧୬ ଜଣ, ଉସୁରେ ୭ ଜଣ, କାନୋ ସ୍ଲାଲମ୍‌ରେ ୫ ଜଣ, କାନୋ ସ୍ପ୍ରିଣ୍ଟ୍‌ରେ ୧୪ ଜଣ, ସାଇକ୍ଲିଂରେ ୧୪ ଜଣ, ଇ ସ୍ପୋର୍ଟସରେ ୧୫ ଜଣ, ଅଶ୍ବଚାଳନାରେ ୮ ଜଣ, ଜୁଡୋରେ ୩ ଜଣ, କରାଟେରେ ୨ ଜଣ, କୁରାସରେ ୬ ଜଣ, ମାର୍ଶାଲ ଆର୍ଟସ ଓ ଆର୍ଟିଷ୍ଟିକ୍‌ ଜିମ୍‌ନାଷ୍ଟିକ୍‌ସରେ ଜଣେ ଲେଖାଏଁ, ଟେକ୍‌ବଲ୍‌ରେ ୩ ଜଣ, ତାଏକ୍ବୋଣ୍ଡୋରେ ୩ ଜଣ, ସଫ୍ଟ ଟେନିସ୍‌ରେ ୬ ଜଣ ଓ ସ୍ପୋର୍ଟସ କ୍ଲାଇମ୍ବିଂରେ ୨ ଜଣ ଭାରତୀୟ କ୍ରୀଡ଼ାବିତ୍‌ ରହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    88 %
    1.2kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ