Thursday, September 19, 2024
23 C
Odisha

    କାର୍ଡିଆକ୍ ଆରେଷ୍ଟ କ’ଣ ? ଏହା ହାର୍ଟ ଆଟାକ୍ ଠାରୁ କିପରି ଭିନ୍ନ

    ଆଗକୁ ପଢନ୍ତୁ

    ଆଜିକାଲି ଅସନ୍ତୁଳିତ ଖାଦ୍ୟପେୟ ଏବଂ ଅନୀୟମିତ ଜୀବନଶୈଳୀ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ । ଏଥିମଧ୍ୟରେ କାର୍ଡିଆକ୍ ଆରେଷ୍ଟ ଏକ ଗମ୍ଭୀର ସ୍ଥିତି ଭାବେ ଉଭା ହୋଇଛି । ଅଧିକାଂଶ ଲୋକମାନେ କାର୍ଡିଆକ୍ ଆରେଷ୍ଟେ ଏବଂ ହାର୍ଟ ଆଟାକକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହିଥାଏ । କହିରଖୁଛୁ କାର୍ଡିଆକ୍ ଆରେଷ୍ଟ ହାର୍ଟ ଆଟାକ୍ ଠାରୁ ବି ଅଧିକ କ୍ଷତିକାରକ କାରଣ ଚିକିତ୍ସାରେ ଟିକିଏ ବି ବିଳମ୍ବ ହେଲେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇପାରେ । ଆସନ୍ତୁ ଜାଣିବା କ’ଣ କୁହନ୍ତି ଏକ୍ସପର୍ଟ ।
    Cardiac Arrest ଏବଂ ହାର୍ଟ ଆଟାକରେ କ’ଣ ଫରକ୍ ?

    କାର୍ଡିଆକ୍ ଆରେଷ୍ଟ ହେଉଛି ଏଭଳି ଏକ ସ୍ଥିତି ଯେଉଁଥିରେ ହୃଦସ୍ପନ୍ଦନ ହଠାତ ବନ୍ଦ ହୋଇଯାଏ । ଏହାର ଅର୍ଥ ହୃଦୟରୁ ରକ୍ତ ପ୍ରବାହ ବନ୍ଦ ହେବା କାରଣରୁ ଶରୀରର ବିଭିନ୍ନ ଅଙ୍ଗକୁ ଅମ୍ଳଜାନ ମିଳିନଥାଏ । ଏଥିରେ ବ୍ୟକ୍ତି ଚେତାଶୂନ୍ୟ ହୋଇଯାଏ ଏବଂ ଏହା ଏକ ମେଡିକାଲ ଏମର୍ଜେନ୍ସୀ । ଏଭଳି ସ୍ଥିତିରେ ବ୍ୟକ୍ତିର ଜୀବନ ପ୍ରତି ବିପଦ ରହିଛି । ଅପରପକ୍ଷରେ ହାର୍ଟ ଆଟାକରେ ହୃଦୟର ମାଂସପେଶୀରେ ରକ୍ତ ପ୍ରବାହ ହ୍ରାସ ହେବା ସହ ବନ୍ଦ ହୋଇଯାଏ । ଫଳରେ ହୃଦୟର ମାଂସପେଶୀ ପ୍ରଭାବିତ ହୋଇଥାଏ ।
    ଏକ୍ସପର୍ଟଙ୍କ କହିବାନୁଯାୟୀ କାର୍ଡିଆକ୍ ଆରେଷ୍ଟ ହେଉଛି ସବୁଠାରୁ ବିପଦପୂର୍ଣ୍ଣ କାରଣ ଏହା ବିନା ଚେତାବନୀରେ ହଠାତ ହୋଇଥାଏ । ଏଭଳି ସ୍ଥିତିରେ ପ୍ରଭାବିତ ବ୍ୟକ୍ତିଙ୍କୁ ତୁରନ୍ତ CPR(Cardiopulmonary Resuscitation) ଦିଆଯାଇଥାଏ । CPR ହେଉଛି ଏକ ଜରୁରୀକାଳୀନ ପ୍ରଣାଳୀ ଯେଉଁଥିରେ ୩ଟି ପର୍ଯ୍ୟାୟ ରହିଛି ।

    – ପ୍ରଥମ କାର୍ଡିଆକ୍ ଆରେଷ୍ଟରେ ପ୍ରଭାବିତ ବ୍ୟକ୍ତି ଚେତାରେ ଅଛନ୍ତି ନା ନାହିଁ ଯାଞ୍ଚ୍ କରନ୍ତୁ । ସାହାଯ୍ୟ ପାଇଁ ମେଡିକାଲ ଏମର୍ଜେନ୍ସୀକୁ କଲ୍ କରନ୍ତୁ । ଏହା ପରେ chest compressions ଦିଅନ୍ତୁ (ଅନବିଜ୍ଞ ବ୍ୟକ୍ତି କରନ୍ତୁ ନାହିଁ) ।

    – ଏହା ପରେ ପ୍ରଭାବିତ ବ୍ୟକ୍ତିଙ୍କୁ ପାଟି ସାହାଯ୍ୟରେ Rescue Breaths ଦିଅନ୍ତୁ । ମେଡିକାଲ ସହାୟତା ନ ଆସିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା କରନ୍ତୁ ।

    ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ସୁସ୍ଥ ଜୀବନଶୈଳୀ, ସନ୍ତୁଳିତ ଆହାର, ନୀୟମିତ ବ୍ୟାୟାମ ଏବଂ ଚିନ୍ତାମୁକ୍ତ ରହିବା ଦ୍ୱାରା ନିଜକୁ କାର୍ଡିଆକ୍ ଆରେଷ୍ଟର ଆଶଙ୍କାରୁ ନିଜକୁ ସୁରକ୍ଷିତ ରଖିପାରିବା । ଏହା ବ୍ୟତୀତ ଧୂମପାନ, ମାଦକଦ୍ରବ୍ୟ ସେବନ ଇତ୍ୟାଦିରୁ ଦୂରେଇ ରହିବା । ନିୟମିତ ହୃଦୟ ସ୍ୱାସ୍ଥ୍ୟ ଯାଞ୍ଚ୍ ସହ ପ୍ରତ୍ୟେକ ବ୍ୟକ୍ତିଙ୍କୁ CPR ଶିଖିବା ଉଚିତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ