Sunday, February 1, 2026
24.7 C
Odisha

    କାଳୀପୂଜା ମୀନା ବଜାରରେ ଅଘଟଣ, ଲୋକେ ଖେଳୁଥିବା ବେଳେ ଅଧାରେ ଅଟକିଗଲା ଦୋଳି

    ଆଗକୁ ପଢନ୍ତୁ

    କେନ୍ଦୁଝର : ଦୋଳିର ମଜା ପାଲଟିଗଲା ଆତଙ୍କ । କେନ୍ଦୁଝର ସହରରେ କାଳୀପୂଜା ଅବସରରେ ଚାଲୁଥିବା ମୀନାବଜାରରେ ଅଘଟଣ । ଲୋକେ ଖେଳୁଥିବା ବେଳେ ଅଧାରେ ଅଟକିଗଲା ଦୋଳି । ଦୋଳିରେ ଫସି ଯାଇଥିଲେ ବହୁ ଲୋକ । ଜୀବନ ବଞ୍ଚାଇବାକୁ ଭୟରେ ଚିତ୍କାର କରିଥିଲେ । ଦୋଳିର ମଜା କିଛି ସମୟ ମଧ୍ୟରେ ଆତଙ୍କ ପରିବେଶ ସୃଷ୍ଟି କରିଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୋଳିଟି କିଛି ଫୁଟ ଉପରେ ମଝିରେ ଅଟକି ଯାଇଥିଲା । ଶେଷରେ ଉପାୟ ଶୁନ୍ୟ ହୋଇ ଅଗ୍ନିଶମବାହିନୀକୁ ଖବର ଦିଆଯାଇଥିଲା । କେନ୍ଦୁଝର ଅଗ୍ନିଶମ ବିଭାଗର କର୍ମଚାରୀ ଓ ପୋଲିସ ପହଞ୍ଚି ଅଟକି ଯାଇଥିବା ଦୋଳିରୁ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଏହି ମୀନାବଜାରରେ ପ୍ରତିଦିନ ହଜାର ହଜାର ଲୋକଙ୍କ ସମାଗମ ହେଉଥିବା ବେଳେ ଏପରି ଅଘଟଣ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    31 %
    1.9kmh
    93 %
    Sun
    23 °
    Mon
    31 °
    Tue
    31 °
    Wed
    32 °
    Thu
    33 °

    ସମ୍ବନ୍ଧିତ