Friday, April 3, 2026
33.6 C
Odisha

    କାଳୀପୂଜା ମୀନା ବଜାରରେ ଅଘଟଣ, ଲୋକେ ଖେଳୁଥିବା ବେଳେ ଅଧାରେ ଅଟକିଗଲା ଦୋଳି

    ଆଗକୁ ପଢନ୍ତୁ

    କେନ୍ଦୁଝର : ଦୋଳିର ମଜା ପାଲଟିଗଲା ଆତଙ୍କ । କେନ୍ଦୁଝର ସହରରେ କାଳୀପୂଜା ଅବସରରେ ଚାଲୁଥିବା ମୀନାବଜାରରେ ଅଘଟଣ । ଲୋକେ ଖେଳୁଥିବା ବେଳେ ଅଧାରେ ଅଟକିଗଲା ଦୋଳି । ଦୋଳିରେ ଫସି ଯାଇଥିଲେ ବହୁ ଲୋକ । ଜୀବନ ବଞ୍ଚାଇବାକୁ ଭୟରେ ଚିତ୍କାର କରିଥିଲେ । ଦୋଳିର ମଜା କିଛି ସମୟ ମଧ୍ୟରେ ଆତଙ୍କ ପରିବେଶ ସୃଷ୍ଟି କରିଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୋଳିଟି କିଛି ଫୁଟ ଉପରେ ମଝିରେ ଅଟକି ଯାଇଥିଲା । ଶେଷରେ ଉପାୟ ଶୁନ୍ୟ ହୋଇ ଅଗ୍ନିଶମବାହିନୀକୁ ଖବର ଦିଆଯାଇଥିଲା । କେନ୍ଦୁଝର ଅଗ୍ନିଶମ ବିଭାଗର କର୍ମଚାରୀ ଓ ପୋଲିସ ପହଞ୍ଚି ଅଟକି ଯାଇଥିବା ଦୋଳିରୁ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଏହି ମୀନାବଜାରରେ ପ୍ରତିଦିନ ହଜାର ହଜାର ଲୋକଙ୍କ ସମାଗମ ହେଉଥିବା ବେଳେ ଏପରି ଅଘଟଣ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ