Wednesday, May 15, 2024
30.4 C
Odisha

    କାହିଁକି ପୃଥିବୀର ୫ଟି ଆଇଲ୍ୟାଣ୍ଡକୁ ମୃତ୍ୟୁର ସୌଦାଗର ବୋଲି କୁହାଯାଏ

    ଆଗକୁ ପଢନ୍ତୁ

    ଆଇଲ୍ୟାଣ୍ଡ ଗୁଡିକରେ ଛୁଟି କାଟିବା ପାଇଁ ଲୋକେ ଅଧିକ ପସନ୍ଦ କରିଥାନ୍ତି । କିନ୍ତୁ ପୃଥିବୀରେ ଏମିତି ବି ବହୁତ ଆଇଲ୍ୟାଣ୍ଡ ରହିଛି ଯାହାର ନାଁ ଶୁଣିବା ମାତ୍ରେ ଲୋକେ ଭୟରେ କମ୍ପି ଉଠନ୍ତି । ଯେଉଁଠିକୁ ଯିବା ଅର୍ଥ ମୃତ୍ୟୁକୁ ନିମନ୍ତ୍ରଣ କରିବା ସଦୃଶ ହୋଇଥାଏ । ଆମେ ଆଜି ଆପଣଙ୍କୁ ଏପରି କିଛି ଆଇଲ୍ୟାଣ୍ଡ ବିଷୟରେ ଏକ ବିବରଣୀ ଦେବାକୁ ଯାଉଛୁ ଆଉ ଏହି ସ୍ଥାନ ଗୁଡିକ ପଛରେ ଲୁଚି ରହିଥିବା ଭୟର ପ୍ରକୃତ କାରଣ ବିଷୟରେ କହିବାକୁ ଯାଉଛୁ ।

    ସବା ଆଇଲ୍ୟାଣ୍ଡ:
    ଏହି ଦ୍ବୀପଟି କୋରିବିଆଇ ସମୁଦ୍ରର ଠିକ ମଧ୍ୟବର୍ତ୍ତୀ ସ୍ଥାନରେ ଅବସ୍ଥିତ । ପ୍ରାୟ ୧୩ ସ୍କୋୟାର କିଲୋମିଟର ସ୍ଥାନରେ ପରିବେଷ୍ଟିତ ଏହି ଆଇଲ୍ୟାଣ୍ଡରେ ପ୍ରାୟ ୨୦୦୦ ଲୋକ ବାସ ବାସ କରନ୍ତି । ଏଠାରେ ବର୍ଷର ଅଧିକାଂଶ ସମୟରେ ସାମୁଦ୍ରିକ ଝଡ ଓ ଭୂକଂପ ମାନ ଆସିଥାଏ । ବିଶେଷ ଭାବେ ୧୯୯୭ ମସିହା ପରଠୁ ଏଠାରେ ଭୂକମ୍ପର ମାତ୍ରା ଅଧିକ ବଢିଯାଇଥିବା ଲକ୍ଷ କରାଯାଉଛି । ଏହା ମଧ୍ୟ କୁହାଯାଉଛି କି ଯେକୋଣସି ସମୟରେ ବି ଏଠାକୁ ଏକ ବିରାଟ ଜ୍ୱାଳାମୁଖୀ ବିସ୍ଫୋଟକ ଆସିପାରେ ।

    ମିଆକେଜିମା ଆଇଲ୍ୟାଣ୍ଡ:
    ଜାପାନ ସ୍ଥିତ ଏହି ଆଇଲ୍ୟାଣ୍ଡକୁ ପୃଥିବୀର ଏକ ଅତ୍ୟନ୍ତ ଖତରନାକ ସ୍ଥାନ ଭାବେ ପରିଗଣିତ କରାଯାଏ । ଏଠିକା ଲୋକେ ଦିନର ୨୪ ଘଣ୍ଟା ମୁହଁରେ ମାସ୍କ ପିନ୍ଧି ରହିଥାନ୍ତି । କାହିଁକିନା ଏଠିକା ବାୟୁରେ ଅଧିକ ପରିମାଣରେ ବିଷାକ୍ତ ପଦାର୍ଥମାନ ଥାଏ । ଏଠି ବିଗତ କେତେ ବର୍ଷ ମଧ୍ୟରେ ବହୁ ଭୟଙ୍କର ଜ୍ୱାଳାମୁଖୀ ବିସ୍ଫୋଟକ ମାନ ହୋଇଯାଇଛି । ଏବେକୁ ଠିକ ୧୯ ବର୍ଷ ତଳେ ୨୦୦୦ ମସିହାରେ ବି ଏକ ଭୟଙ୍କର ବିସ୍ଫୋଟକ ହୋଇଥିଲା । ଯେଉଁଥିରେ ଲାରଭା ସମେତ ଅନ୍ୟାନ ଭୟଙ୍କର ଗ୍ୟାସ ମାନ ବାହାରିଥିଲା । ଜ୍ୱାଳାମୁଖୀ କିଛି ସମୟ ଭିତରେ ଶାନ୍ତ ହୋଇଯାଇଥିଲେ ମଧ୍ୟ ଏହି ବିଷାକ୍ତ ଗ୍ୟାସ ବାହାରିବା ବନ୍ଦ ହୋଇନଥିଲା । ଏହି ସ୍ଥାନ ସୁନ୍ଦର ପ୍ରକୁତିକ ସୌନ୍ଦର୍ଯ୍ୟରେ ଭରପୁର ଥିଲେ ମଧ୍ୟ ଏଠାକୁ ଲୋକେ ଆସିବା ପାଇଁ ଭୟ କରିଥାନ୍ତି । ଏଠିକା ସ୍ଥାନୀୟ ବାସିନ୍ଦା ମାନେ ମଧ୍ୟ ଦିନର ପ୍ରାୟ ସବୁସମୟରେ ମୁହଁରେ ମାସ୍କ ପିନ୍ଧି ବୁଲିଥାନ୍ତି ।

    ଗ୍ରୁଡ଼ନାଇ ଆଇଲ୍ୟାଣ୍ଡ:
    ୟୁରୋପୀୟ ଦେଶ ସ୍କଟଲ୍ୟାଣ୍ଡରେ ଅବସ୍ଥିତ ଗ୍ରୁଡ଼ନାଇ ଆଇଲ୍ୟାଣ୍ଡକୁ ବି ବହୁ ଭୟଙ୍କର ସ୍ଥାନ ଭାବେ ଗଣାଯାଏ । ୨ୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନ ସରକାର ଏହି ଆଇଲ୍ୟାଣ୍ଡରେ ଏଥେନ୍ସ ନାମକ ଏକ ଗ୍ୟାସର ପରୀକ୍ଷଣ କରିଥିଲେ । ସେବେଠୁ ହିଁ ଏହିସ୍ଥାନ ଭୟଙ୍କର ଭାବେ ପ୍ରଦୂଷିତ ହୋଇଯାଇଛି । ଏହି ବିଷାକ୍ତ ବାୟୁ ସଂସ୍ପର୍ଶରେ ଯେ କେହି ଆସିଲେ ତାର ମୃତ୍ୟ ସୁନିଶ୍ଚିତ ହୋଇଥାଏ ।

    ରି-ୟୁନିୟନ ଆଇଲ୍ୟାଣ୍ଡ:
    ଆଫ୍ରିକା ସ୍ଥିତ ଏହି ଆଇଲ୍ୟାଣ୍ଡ ଏଠାକାର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ମାନଙ୍କ ଭିତରୁ ଗୋଟେ । ଏଠିକା ସମୁଦ୍ରରେ ଥିବା ବିରାଟ ବିରାଟ ସାର୍କ ମାଛ ସ୍ଥାନୀୟ ଲୋକଙ୍କର ଭୟର ପ୍ରମୁଖ କାରଣ ପାଲଟିଛି । ସୁରକ୍ଷା ଦୃଷ୍ଟିରୁ ଏହି ଆଇଲ୍ୟାଣ୍ଡର ଅଧିକାଂଶ ସ୍ଥାନକୁ ସର୍ବସାଧାରଣ ଯିବାକୁ ବାରଣ କରାଯାଇଛି ।

    ପ୍ରୋବେଗଲିଆ ଆଇଲ୍ୟାଣ୍ଡ;
    ଇଟାଲୀ ସ୍ଥିତ ଏହି ଆଇଲ୍ୟାଣ୍ଡକୁ ଅନେକେ ମୃତ୍ୟୁର ଘର ବୋଲି ମଧ୍ୟ କହିଥାନ୍ତି । କୁହାଯାଏ କି ଏଠିକି ଯିଏ ବି ଯାଏ ଆଉ ଫେରିକି ଆସିନଥାଏ । କୁହାଯାଏ କି ଆଜକୁ ପ୍ରାୟ ଅନେକ ବର୍ଷ ତଳେ ପ୍ରାୟ ଏକ ଲକ୍ଷ ଷାଠିଏ ହଜାର ରୋଗୀ ଲୋକଙ୍କୁ ଏଠାରେ ଜୀବନ୍ତ ଜଳାଇ ଦିଆଯାଇଥିଲା । ସେବେଠୁ ହିଁ ଏହି ସ୍ଥାନକୁ ଭୁତ ଆଇଲ୍ୟାଣ୍ଡ ବୋଲି କୁହାଯାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.4 ° C
    30.4 °
    30.4 °
    56 %
    1.1kmh
    91 %
    Wed
    39 °
    Thu
    39 °
    Fri
    39 °
    Sat
    40 °
    Sun
    38 °

    ସମ୍ବନ୍ଧିତ