Friday, October 2, 2026
28.6 C
Odisha

    ପୁଣି ଛୁଆଙ୍କୁ ରାଲିରେ ବୁଲାଇଲେ ଅପରାଜିତା

    ଆଗକୁ ପଢନ୍ତୁ

    ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଚାଲିଛନ୍ତି ବିଜେପିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ଜଣେ ଶିକ୍ଷିତ ମହିଳାହୋଇ ମଧ୍ୟ ନିଜ ନିର୍ବାଚନ ପ୍ରଚାର ଓ ରାଲିରେ ଛୋଟ ଛୁଆଙ୍କୁ ବ୍ୟବହାର କରି ବାରମ୍ବାର ନିର୍ବାଚନ କମିଶନଙ୍କ ଗାଇଡଲାଇନର ଧଜିଆ ଉଡାଉଛନ୍ତି। ଯାହାକୁ ନେଇ ଆଜି ପୁଣିଥରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ବିଜେଡିର ଏକ ପ୍ରତିନିଧିଦଳ।

    ଅପରାଜିତା ନିର୍ବାଚନ ପ୍ରଚାର ଓ ରାଲିରେ ଛୋଟ ଶିଶୁଙ୍କୁ ବ୍ୟବହାର କରୁଛନ୍ତି । ନିର୍ଘାତ ଖରାରେ ତାଙ୍କ ବେକରେ ଦଳୀୟ ଉତ୍ତରୀୟ ପକାଇ ବୁଲାଉଛନ୍ତି । ବାରମ୍ବାର ସେ ଏଭଳି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଛନ୍ତି । ବହୁବାର ଅଭିଯୋଗ ପରେ ବି ଅପରାଜିତା ତାଙ୍କ ଅଭ୍ୟାସ ବଦଳାଉ ନାହାନ୍ତି। ପଦ୍ମକେଶରୀପୁରରେ ବିଜେପିର ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଖୋଲା ଖୋଲି ଆଚରଣ ବିଧି ଉଲଂଘନ କରିଥିବା ବିଜେଡି ଅଭିଯୋଗ କରିଛି। ଚେୟାର ଫିଲପ କରିବା ପାଇଁ ଛୋଟ ପିଲାଙ୍କୁ ବ୍ୟବହାର କରାଯାଉଛି। ରାଲିରେ ବୁଲା ଯାଉଛି। ତେଣୁ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେଡି ଦାବି କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.6 ° C
    28.6 °
    28.6 °
    75 %
    1.8kmh
    59 %
    Fri
    27 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ