Friday, September 20, 2024
24.1 C
Odisha

    କାହିଁକି ଭଗବାନ କାଳ ଭୈରବଙ୍କୁ ମଦ ଅର୍ପଣ କରାଯାଇ ଥାଏ

    ଆଗକୁ ପଢନ୍ତୁ

    କାଳ ଭୈରବ ହେଉଛନ୍ତି ଶିବଙ୍କ ରୌଦ୍ର ରୂପ , ତାଙ୍କୁ ଦଣ୍ଡାଧିକାରୀ ମଧ୍ୟ କୁହାଯାଇଥାଏ l ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ଶିବଙ୍କର କାଳଭୈରବ ସ୍ୱରୂପର ଉତ୍ପତି ମାର୍ଗଶିର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ହୋଇଥିଲା  ଏବଂ ଏହି ଦିନ କାଳଭୈରବଙ୍କ ପୂଜା କରିବା ଦ୍ୱାରା ସମସ୍ତ ବିଘ୍ନ ଦୂର ହୋଇଥାଏ l ଭାରତର ୫ଟି ସ୍ଥାନରେ କାଳଭୈରବ ମନ୍ଦିର ରହିଛି ଯାହାର ମାନ୍ୟତା ଅଲଗା ଅଲଗା ଥାଏ l ସେହି ସ୍ଥାନ ଗୁଡିକ ହେଲା କାଶୀ , ଉଜ୍ଜୟିନୀ, ଦିଲ୍ଲୀ ରେ ଦୁଇଟି , ନଇଁତାଳରେ ଅବସ୍ଥିତ l

    ମାନ୍ୟତା  ରହିଛି ଯେ ବାବା କାଳ ଭୈରବ ସମସ୍ତ ଦୁଃଖ , ନଜର ବାଧା , ବିକାର ଓ କଷ୍ଟ ଦୂର କରି ଥାଆନ୍ତି ଏବଂ ବିଶେଷ କଥାଟି ହେଲା ଉଜ୍ଜୟିନୀ ସ୍ଥିତ ଭଗବାନ କାଳ ଭୈରବଙ୍କୁ ମଦିରା ଅର୍ପଣ କରାଯାଇଥାଏ l ମାନ୍ୟତା ଅନୁସାରେ କାଳ ଭୈରବ ତାମସିକ ପ୍ରବୃତିର ଦେବତା ଅଟନ୍ତି l ସେଥିପାଇଁ ତାଙ୍କୁ ମଦ ପ୍ରସାଦ ଭାବରେ ଅର୍ପଣ କରାଯାଇ ଥାଏ l ବାବା କାଳ ଭୈରବଙ୍କୁ ଅଘୋଡ଼ ସ୍ୱରୂପରେ ରହିଥାଆନ୍ତି ତେଣୁ ଅଘୋଡ଼ର ମଦିରା ଅର୍ପଣ କରାଯାଇଥାଏ l

    ଲୋକେ ପାପ , ଦୋଷ ଓ ଖରାପ ସମୟର ବିନାଶ ପାଇଁ କାଳ ଭୈରବଙ୍କୁ ମଦିରା ଅର୍ପଣ କରାଯାଇଥାଏ l ଯେଉଁ କାରଣରୁ ସମସ୍ତ ମନସ୍କାମନା ପୂରଣ ହୋଇଥାଏ lମାନ୍ୟତା ଅନୁସାରେ କାଳ ଭୈରବଙ୍କ ମନ୍ଦିରରେ ରବିବାର ଦିନ ମଦିରା ଅର୍ପଣ କରିବା ଦ୍ୱାରା ବ୍ୟକ୍ତିର ସମସ୍ତ ଇଛା ପୁରଣ ହୋଇଥାଏ ଏବଂ ସମସ୍ତ ଗ୍ରହ ଦୋଷ ମଧ୍ୟ ଦୂର ହୋଇଥାଏ l କିନ୍ତୁ ଏଠାରେ ଯେଉଁ ମଦିରା ଅର୍ପଣ କରାଯାଏ ତାହାକୁ ନିଜେ ଉପଭୋଗ କରିବା ଉଚିତ ନୁହେଁ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ