Tuesday, September 29, 2026
24.9 C
Odisha

    ବାପାମାଆଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଛୁଇଁଲେ ଏଭରେଷ୍ଟ

    ଆଗକୁ ପଢନ୍ତୁ

    ମହାରାଷ୍ଟ୍ର :  ମହାରାଷ୍ଟ୍ର ପୁଲିସର ଇନ୍‌ସ୍‌ପେକ୍ଟର୍‌ ଦ୍ବାରକା ଦୋଖେ ୫୦ ବର୍ଷ ବୟସରେ ରାଜ୍ୟ ପୁଲିସର ପ୍ରଥମ ମହିଳା ଅଧିକାରୀ ଭାବେ ସର୍ବୋଚ୍ଚ ଗିରିଶୃଙ୍ଗ ଛୁଇଁବାକୁ ସଫଳ ହୋଇଛନ୍ତି। ପୁଲିସ ବିଭାଗରେ ଭର୍ତ୍ତି ହେବା ପୂର୍ବରୁ ୯ ବର୍ଷ ଧରି ଶିକ୍ଷକତା କରୁଥିଲେ ଦ୍ବାରକା। ହିମାଚଳ ପ୍ରଦେଶ ୟୁଥ୍‌ ହଷ୍ଟେଲ୍‌ରେ ଥରେ ସେ ଶିକ୍ଷାଦାନ କରୁଥିବା ସମୟରେ ସେଠାକାର ଛାତ୍ରଛାତ୍ରୀ ତାଙ୍କୁ ଏକ ବହି ଉପହାର ଦେଇଥିଲେ। ଯାହାକି ତିନି ବର୍ଷ ଧରି ସେମିତି ପଡ଼ି ରହିଥିଲା। ତିନି ବର୍ଷ ପରେ ଉକ୍ତ ବହିଟି ପଢ଼ିବା ପରେ ପାହାଡ଼, ପର୍ବତ, ବରଫ ଏବଂ ‌ସେଠାରେ ରହୁଥିବା ସାଧୁସନ୍ଥଙ୍କ ବିଷୟରେ ଜାଣିବାକୁ ପ୍ରବଳ ଆଗ୍ରହ ହିଁ ତାଙ୍କୁ ଏଭରେଷ୍ଟ ଆରୋହଣ ପାଇଁ ମନ ବଳାଇଥିଲା।ମହାରାଷ୍ଟ୍ର ପୁଲିସରେ ଯୋଗ ଦେଲା ପରେ ସେ ପ୍ରଥମେ ୨୦୧୭ରେ ୧୬,୦୦୦ ହଜାର ଫୁଟ ଉଚ୍ଚ ରୂପ୍‌କୁଣ୍ଡ ପର୍ବତ ଚଢ଼ିଥିଲେ। ଏହାପରେ ୨୦୧୮ରେ ନେପାଳର ୬,୭୭୦ ମିଟର ଉଚ୍ଚ ମୀରା ଶୃଙ୍ଗ ଚଢ଼ିଲେ। ୨୦୧୯ରେ ସେ ପ୍ରଥମ ଥର ଏଭରେଷ୍ଟ ‌ଚଢ଼ିବା ପାଇଁ ଯୋଜନା କରିଥିଲେ। ହେଲେ‌ ସେହି ବର୍ଷ ବାପାଙ୍କ ଦେହାନ୍ତ, ନିର୍ବାଚନ କାର୍ଯ୍ୟ ଓ ଲକ୍‌ଡାଉନ୍‌ ଯୋଗୁଁ ସେ ଅସଫଳ ହେ‌ାଇଥିଲେ। ଜାନୁଆରି ମାସରେ ତାଙ୍କ ମାଆଙ୍କ ପରଲୋକ ହେଲା। ତାଙ୍କ ମାଆ ତାଙ୍କର ସବୁଠୁ ପ୍ରିୟ ଓ ନିକଟତର ଥିଲେ। ଏହି ଖବର ତାଙ୍କୁ ମାନସିକ ଭାବେ ଏକ ଶକ୍ତ ଧକ୍କା ଦେଇଥିଲା। ଏଣୁ ଆଉ‌ ଗୋଟେ ବର୍ଷ ଅପେକ୍ଷା କରିବାକୁ ପରିବାର ଲୋକେ ପରାମର୍ଶ ଦେଇଥିଲେ। ୨୦୨୨ରେ ସେ ପ୍ରଥମ ଥର ଏଭରେଷ୍ଟ ଚଢ଼ିଲେ। କ୍ୟାମ୍ପ-୨ରେ ପହଞ୍ଚିବା ବେଳକୁ ତାଙ୍କୁ ପଲ୍‌ମ୍ୟୁନାରି ଏଡେମା (ଫୁସ୍‌ଫୁସ୍‌ରେ ଏକ ତରଳ ପଦାର୍ଥ ଜମିଯିବା) ହେଲା ଏବଂ ସେଠାରେ ଉଦ୍ଧାର ହୋଇ ଚିକିତ୍ସିତ ହେଲେ। ଏ‌ହାପରେ ତାଙ୍କ ଭାଇ ତାଙ୍କୁ ଫେରିଆସିବାକୁ କହନ୍ତେ ‌େସ ହାର୍‌ ମାନିଲେ ନାହିଁ। ତାଙ୍କ ବାପାମାଆଙ୍କ ପ୍ରତି ସମ୍ମାନ ଉଦ୍ଦେଶ୍ୟରେ ସେ ଦୃଢ଼ତାର ସହିତ ଏଭରେଷ୍ଟ ଚଢ଼ିବାରେ ସଫଳ ହେଲେ। ଏଭରେଷ୍ଟରେ ‌ପହଞ୍ଚି ପ୍ରଥମେ ନିଜ ବାପାମାଆଙ୍କ ନାମ ନେବା ସହିତ ଜାତୀୟ ପତାକା ଓ ମହାରାଷ୍ଟ୍ର ପୁଲିସ୍‌ ଫୋର୍ସ ପତାକା ଉଡ଼ାଇ ଜାତୀୟ ସଂଗୀତ ଗାନ କରିଥିଲେ ଦ୍ବାରକା।ଦ୍ବାରକା ଗିରିଶୃଙ୍ଗ ଚଢ଼ିବା ପାଇଁ କଠିନ ତାଲିମ ନେବା ସହିତ ପ୍ରତିଦିନ ରାସ୍ତାରେ, ପାହଡ଼ରେ ୧୫ କି.ମି. ଦୌଡୁଥିଲେ, ଗୋଡ଼ ଶକ୍ତ କରିବା ପାଇଁ ସେ ବାଲିବସ୍ତା ପିଠିରେ ଲଦି ଆଠ ମହଲା କୋଠା ଶିଡ଼ି ଚଢୁଥିଲେ, ୫ ଘଣ୍ଟା ଜିମ୍‌ରେ ବ୍ୟାୟାମ୍‌ କରୁଥିଲେ। ଏଭରେଷ୍ଟ ଚଢ଼ିବା ପାଇଁ ଦ୍ବାରକାଙ୍କ ଭାଇ ବ୍ୟାଙ୍କରୁ ଋଣ ଆଣିଥିଲେ। ତାଙ୍କ ଭଉଣୀ ମଧ୍ୟ ନିଜ ସୁନା ବନ୍ଧକ ରଖି ବ୍ୟାଙ୍କରୁ ଋଣ ଆଣି ତାଙ୍କୁ ସାହାଯ୍ୟ କରିଥିଲେ। ସମସ୍ତଙ୍କ ସହଯୋଗ ତଥା ବାପାମାଆଙ୍କ ଆଶୀର୍ବାଦ ଯୋଗୁଁ ଏପରି ସଫଳତା ପାଇ‌ଲେ ବୋଲି କହନ୍ତି ଦ୍ବାରକା ଦୋଖେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ