Friday, April 3, 2026
36.1 C
Odisha

    କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଘଟଣା: ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା

    ଆଗକୁ ପଢନ୍ତୁ

    କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। କାର୍ଯ୍ୟକାରୀ ବିଚାରପତିଙ୍କ ଦ୍ବାରା ସବୁ ଦିଗରୁ ବିଚାର କରିବାକୁ ଆବେଦନକାରୀ ପ୍ରତାପ ମହାନ୍ତି ଆବେଦନ କରିଛନ୍ତି।ଉଲ୍ଲେଖଯୋଗ୍ୟ, ‘କିଟ୍‌’ ବିଶ୍ବବିଦ୍ୟାଳୟରେ ନେପାଳର ବିଟେକ୍‌ ଦ୍ବିତୀୟ ବର୍ଷ ଛାତ୍ରୀ ପ୍ରକୃତି ଲାମ୍‌ସାଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲା ସରକାରଙ୍କ ଉଚ୍ଚସ୍ତରୀୟ କମିଟିରେ ବିଚାରାଧୀନ ରହିଛି। ଏହାର ପ୍ରାୟ ଅଢ଼େଇ ମାସ ପରେ ଉକ୍ତ ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷର ଛାତ୍ରୀ ତ୍ରିସା ସ ଓରଫ ଶନି(୧୮)ଙ୍କ ଆତ୍ମହତ୍ୟା କରିଥିଲେ। ଏ ନେଇ ଇନ୍‌ଫୋସିଟି ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲେ। ଘଟଣାସ୍ଥଳରୁ ମୃତ ଛାତ୍ରୀଙ୍କ ମୋବାଇଲ୍‌, ଲ୍ୟାପ୍‌ଟପ୍‌ ଓ କିଛି ଖାତାକୁ ଜବତ କରି ଯାଞ୍ଚ ପାଇଁ ରାଜ୍ୟ ଫରେନସିକ୍ ଲାବ୍‌ (ଏସ୍‌ଏଫ୍‌ଏସ୍‌ଏଲ୍‌)କୁ ପଠାଯାଇଥିଲା। ଏହି ଘଟଣାରେ ନେପାଳର ବୈଦେଶିକ ମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଥିଲେ।

    ସୂଚନା ମୁତାବକ, ତ୍ରିସା ଗତ ୮ ମାସ ହେ‌ଲା କମ୍ପ୍ୟୁଟର ସାଇନ୍ସ ବିଭାଗରେ ନାମ ଲେଖାଇଥିଲେ। ୪ ମାସ ହେବ ‘କିଟ୍‌’ ହଷ୍ଟେଲରେ ରହୁଥିଲେ। ଚଳିତ ଗ୍ରୀଷ୍ମ ଛୁଟିରେ ନେପାଳର ସମସ୍ତ ଛାତ୍ରଛାତ୍ରୀ ଘରକୁ ଚାଲିଯାଇଥିଲେ ହେଁ କ୍ୟାମ୍ପସ୍ ପରୀକ୍ଷା ପାଇଁ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ହଷ୍ଟେଲରେ ରହିଥିଲେ। ଗୁରୁବାର ସନ୍ଧ୍ୟାରେ ତ୍ରିସାଙ୍କ ସାଙ୍ଗମାନେ ବାହାରକୁ ଯାଇଥି‌ଲେ ହେଁ ସେ ହଷ୍ଟେଲ୍‌ରେ ରହିଥିଲେ। ପୁରୁଷବନ୍ଧୁଙ୍କ ସହ ପାଟିତୁଣ୍ଡ ଯୋଗୁ ସେ ମାନସିକ ଚାପରେ ଥିଲେ ବୋଲି କୁହାଯାଉଛି। ତେବେ ସନ୍ଧ୍ୟାରେ ‌ହଷ୍ଟେଲ କର୍ମଚାରୀ ଉପସ୍ଥାନ ଯାଞ୍ଚ କରିବା ବେଳେ ତ୍ରିସା କବାଟ ଖୋଲି ନ ଥିଲେ। ବହୁ ସମୟ ଧରି କବାଟ ନ ଖୋଲିବାରୁ ସନ୍ଦେହ ବଢ଼ିଥିଲା। ଝରକା ପଟେ ସେ ଫ୍ୟାନ୍‌ରେ ଝୁଲୁଥିବା ଦେଖି କର୍ମଚାରୀମାନେ ପୁଲିସକୁ ଜଣାଇଥିଲେ। କେନ୍ଦ୍ରାଞ୍ଚଳ ଆର୍‌ଡିସି, ପୁଲିସ କମିସନର୍‌, ଅତିରିକ୍ତ ସିପି, ଡିସିପି, ଉପଜିଲ୍ଲାପାଳ, ଦୁଇଜଣ ଅତିରିକ୍ତ ଡିସିପି, ସ୍ଥାନୀୟ ଜୋନ୍‌ ଏସିପି ଓ ସାଇଣ୍ଟିଫିକ୍ ଟିମ୍‌ ଉପସ୍ଥିତିରେ କବାଟ ଭାଙ୍ଗି ଛାତ୍ରୀଙ୍କୁ ଉଦ୍ଧାର କରାଯାଇ କିମ୍‌ସ ପଠାଯାଇଥିଲା। ସେଠାରେ ଡାକ୍ତର ତ୍ରିସାଙ୍କୁ ମୃତ ଘୋଷଣା କରିଥିଲେ। ଇନ୍‌ଫୋସିଟି ଥାନା ପୁଲିସ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲା। ଅନ୍ୟପକ୍ଷରେ ପୁଲିସ ହଷ୍ଟେଲ୍‌ କର୍ତ୍ତୃପକ୍ଷ ଓ କିଛି ସହପାଠୀଙ୍କୁ ମିଶାଇ ୧୦ ଜଣଙ୍କୁ ପଚରାଉଚରା କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ