Sunday, April 28, 2024
32 C
Odisha

    କେଉଁ ୩ଟି ଖାଦ୍ୟ ଖାଇବା ଦ୍ୱାରା ଦୂର ହୁଏ ହୃଦଘାତ, ଜାଣିବାକୁ ଚାହୁଁଥିଲେ ପଢ଼ନ୍ତୁ…

    ଆଗକୁ ପଢନ୍ତୁ

    ମନ୍ୟୁଷର ଜୀବନଶୈଳୀ ଓ ଖାଦ୍ୟପେୟ ଯୁବସମାଜକୁ ମୃତଆଡକୁ ଟାଣିନେଉଛି । ଯାହାର ଜ୍ୱଳନ୍ତ ଉଦାହରଣ ହୃଦଘାତ । ଭାରତରେ ବୃଦ୍ଧଠୁ ଶିଶୁ ହୃଦଘାତରେ ଶିକାର ହେଉଛନ୍ତି । ପୂର୍ବରୁ ହୃଦଘାତ ବୟସ୍କ ଲୋକଙ୍କୁ ହେଉଥିଲା କିନ୍ତୁ ଏବେ ଏହା ଯୁବଗୋଷ୍ଠୀଙ୍କ ମଧ୍ୟରେ ଖୀପ୍ର ଗତିରେ ବ୍ୟାପିବାରେ ଲାଗିଛି । ଏହି ହୃଦଘାତକୁ ରୋକିବା ପାଇଁ ଆପଣଙ୍କୁ ୩ଟି ଖାଦ୍ୟ ଖାଇବା ନିତ୍ୟାନ୍ତ ଆବଶ୍ୟକ ଓ ଆୟୁର୍ବେଦ ଚିକିତ୍ସିତ ହେଲେ ମଧ୍ୟ ହୃଦଘାତ ହେବାର ସମ୍ଭାବନା ବହୁ ମାତ୍ରାରେ କମ୍ ହୋଇନାହିଁ ।

    ଆପଣଙ୍କୁ ନିମ୍ନରେ ଏହି ୩ଖାଦ୍ୟ ସମ୍ପର୍କରେ ଅବଗତ କରାଉଛୁ । ଆସନ୍ତୁ ଜାଣିବା କେଉଁ ତିନୋଟି ଖାଦ୍ୟ ଆପଣଙ୍କ ଜୀବନକୁ ହୃଦଘାତଠାରୁ ଦୂରେଇ ରଖେ…

    ରସୁଣ: ରସୁଣ ଏକ ଆଂଟି ଏଜିଂ ମସଲା । ଆୟୁର୍ବେଦ ଶିକ୍ଷା କୁହେ ରସୁଣ ହୃଦୟ ପାଇଁ ଏକ ଟନିକ୍ ଭଳି କାମ କରେ । ଏହି ରସୁଣ ଖାଇବା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ଭଲ ରହିଥାଏ । ଯେଉଁ କାରଣରୁ ରକ୍ତ ଜମାଟ ବାନ୍ଧେ ନାହିଁ ଏବଂ ହୃଦଘାତ ହେବାର ଆଶଙ୍କା ନାହିଁ । ଏହି ରସୁଣ ଗୋଟିଏ କୁଷାକୁ ଖାଲି ପେଟରେ ଖାଇବା ନିତ୍ୟାନ୍ତ ଆବଶ୍ୟକ । ଏହା ଦ୍ୱାରା ହୃଦଘାତ ହେବାର ସମ୍ଭାବନା କମ୍ ଥାଏ ।
    ଡାଳିମ୍ବ: ଡାଳିମ୍ବ ହୃଦଘାତ ରୋଗୀଙ୍କ ପାଇଁ ରାମବାଣ ସଦୃଶ । ଡାଳିମ୍ବ ଖାଇଲେ ହୃଦଘାତ ହେବାର ସମ୍ଭାବନା କମ୍ ହୋଇଥାଏ । ଆୟୁର୍ବେଦ ଚିକିତ୍ସାରେ ଡାଳିମ୍ବକୁୁ ହୃଦଘାତ ପ୍ରତିରୋଧକଭାବେ ମନାଯାଏ । ଡାଳିମ୍ବ ଟ୍ରାଇଗ୍ଲାଇସରାଇଡ୍ ଓ ଏଲ୍‌ଡିଏଲ୍‌ର ସ୍ତରକୁ ଯଥେଷ୍ଟ ହ୍ରାସ କରାଇଥାଏ । ଏଚ୍‌ଡିଏଲ୍‌ର ସ୍ତରକୁ ବୃଦ୍ଧି ଘଟାଇଥାଏ । ଡାଳିମ୍ବ ଆପଣ ସନ୍ଧ୍ୟାରେ ଖାଇପାରିବେ ଓ ସପ୍ତାହକୁ ୨ ରୁ ୩ଦିନ ଖାଇଲେ ଦେହ ପାଇଁ ଭଲ । ଡାଳିମ୍ବ ଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା କମ୍ ରହିଥାଏ ।
    ଅର୍ଜ୍ଜୁନ ଛାଲି: ଗାଁମାନଙ୍କ ଅର୍ଜ୍ଜୁନ ଗଛକୁ ଆପଣ ଦେଖିଥିବେ କିନ୍ତୁ ତାହାର କୌଣସି ବ୍ୟବହାର କରୁନଥିବେ । କିନ୍ତୁ ଆପଣ ଜାଣିରଖିବା ଦରକାର ଯେ, ଅର୍ଜ୍ଜୁନ ଛାଲିରେ ଐଷଧୀୟ ଗୁଣ ରହିଛି । ଯାହା କାର୍ଡିଓ ଟନିକ୍ ପରି କାମ କରେ । ଏହି ଅର୍ଜ୍ଜୁନ ଛାଡି ରକ୍ତକୁ ଶୁଦ୍ଧ କରିବାରେ ସାହାର୍ଯ୍ୟ କରେ । ଏହାସହ କୋଲେଷ୍ଟ୍ରଲ ହ୍ରାସ କରାଇବାରେ ସାହାର୍ଯ୍ୟ କରିଥାଏ । ଅର୍ଜ୍ଜୁନ ଛାଡି ସେବନ କଲେ ହୃଦଘାତ ମଧ୍ୟ ହୁଏନାହିଁ । ଏହି ଅର୍ଜ୍ଜୁନ ଛାଲିକୁ ୧୦୦ମିଲି ପାଣି କିମ୍ବା ୧୦୦ମିଲି କ୍ଷୀରରେ ୫ଗ୍ରାମ ଅର୍ଜୁନ ପାଲଡର ମିଶାଇ ଫୁଟାନ୍ତୁ । ଯେତେବେଳେ ଏହା ଫୁଟି ଅଧାକୁ କମ୍ ହୋଇଯିବ ଏହାକୁ ଛାଣିନିଅନ୍ତୁ ଏବଂ ଶୋଇବା ସମୟରେ କିମ୍ବା ସକାଳ ସନ୍ଧ୍ୟାରେ ଖାଇବାର ୧ଘଂଟା ପୂର୍ବରୁ ପିଅନ୍ତୁ । ଦେଖିବେ ଏହା କରିବା ଦ୍ୱାରା ଆପଣଙ୍କ ପାଖ ମାଡିବନି ହୃଦଘାତ ।
    ଆଜିର ଏହି ଘରୋଇ ଉପଚାର ଆପଣଙ୍କ ଜୀବନରେ କେତେ ପ୍ରଭାବିତ କରିଛି କମେଂଟ ମାଧ୍ୟମରେ ଜଣାନ୍ତୁ । ଯଦି ଆପଣଙ୍କୁ ଏହି ସ୍ୱାସ୍ଥ୍ୟଗତ ଟିପ୍ସ ଫଳପ୍ରଦ କରେ ତାହାଲେ କମେଂଟ କରିବାକୁ ଭୁଲିବେନି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    32 ° C
    32 °
    32 °
    38 %
    5kmh
    71 %
    Sun
    36 °
    Mon
    43 °
    Tue
    42 °
    Wed
    45 °
    Thu
    44 °

    ସମ୍ବନ୍ଧିତ