Sunday, September 13, 2026
28.6 C
Odisha

    ଘୋଷଣା ହେଲା ଓସ୍କାର ପୁରସ୍କାର: ଶ୍ରେଷ୍ଠ ଚଳଚ୍ଚିତ୍ର ‘ଓପେନ୍‌ହାଇମର୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ୯୬ତମ ଏକାଡେମୀ ପୁରସ୍କାର ମାର୍ଚ୍ଚ ୧୦ ତାରିଖରେ କାଲିଫର୍ନିଆର ଲସ୍ ଆଞ୍ଜେଲସ୍ ଠାରେ ଅନୁଷ୍ଠିତ ହୋଇଥିଲା। ହଲିଉଡ୍‌ ଫିଲ୍ମ ‘ଓପେନ୍‌ହାଇମର୍‌’ ୧୩ଟି ବର୍ଗରେ ମନୋନୀତ ହୋଇ ୭ଟି ପ୍ରମୁଖ ପୁରସ୍କାର ଜିତିଛି। ଶ୍ରେଷ୍ଠ ସିନେମାନେ ଭାବେ ‘ଓପେନ୍‌ହାଇମର୍‌’ ଓସ୍କାର ଜିତିଥିବା ବେଳେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କାର ଜିତିଛନ୍ତି ‘ଓପେନ୍‌ହାଇମର୍‌’ ସିନେମାର ନିର୍ଦ୍ଦେଶକ ଖ୍ରୀ‌‌ଷ୍ଟୋଫେର୍‌ ନୋଲାନ୍‌। ଶ୍ରେଷ୍ଠ ଅଭିନେତା ପାଲଟିଛନ୍ତି ଏହି ଫିଲ୍ମରେ ଅଭିନୟ କରିଥିବା କିଲିୟାନ୍‌ ମର୍ଫି।

    ଶ୍ରେଷ୍ଠ ଅଭିନେତ୍ରୀ ଭାବେ ‘ପୋର୍‌ ଥିଙ୍ଗ୍‌ସ’ର ଏମା ଷ୍ଟୋନ୍‌ଙ୍କୁ ବିବେଚନା କରାଯାଇଛି। ଶ୍ରେଷ୍ଠ ସହ ଅଭିନେତା ଭାବେ ସେହି ‘ଓପନ୍‌ହାଇମେର୍‌’ର ରୋବର୍ଟ ଡୋନି ଜୁନିୟର୍‌ଙ୍କ ନାମ ଘୋଷଣା କରାଯାଇଛି। ଶ୍ରେଷ୍ଠ ସହ ଅଭିନେତ୍ରୀ ପାଲଟିଛନ୍ତି ‘ଦ ହୋଲ୍ଡ୍‌ଓଭର୍‌ସ’ର ଦା ଭିନେ ଜୟ ରାନ୍‌ଡୋଲ୍‌ଫ୍‌।
    ଶ୍ରେଷ୍ଠ ଅରିଜିନାଲ୍‌ ସ୍କ୍ରିନ୍‌ପ୍ଲେ ପୁରସ୍କାର ମିଳିଛି ‘ଆନାଟୋମି ଅଫ୍‌ ଏ ଫେଲ୍‌’କୁ। ଶ୍ରେଷ୍ଠ ଆଡ୍‌ପ୍‌ଟେଡ୍‌ ସ୍କ୍ରିନ୍‌ପ୍ଲେ ପୁରସ୍କାର ପାଇଛି ‘ଆମେରିକାନ୍‌ ଫିକ୍ସନ’।

    ଶ୍ରେଷ୍ଠ ଆନିମେଟେଡ୍‌ ଫିଚର୍‌ ଫିଲ୍ମ ଭାବେ ‘ଦ ବୟ ଆଣ୍ଡ୍‌ ଦ ହେରୋନ୍‌’ର ନାମ ଘୋଷିତ ହୋଇଛି। ଶ୍ରେଷ୍ଠ ଆନିମେଟେଡ୍‌ ସର୍ଟ ଫିଲ୍ମ ପାଲଟିଛି ‘ୱାର୍‌ ଇଜ୍‌ ଓଭର! ଇନ୍‌ସ୍ପାଏର୍ଡ ବା‌ୟ ଦ ମ୍ୟୁଜିକ୍‌ ଅଫ୍‌ ଜନ୍‌ ଆଣ୍ଡ ୟୋକୋ’। ଶ୍ରେଷ୍ଠ କଷ୍ଟ୍ୟୁମ୍‌ ଡିଜାଇନ୍‌ ମିଳିଛି ‘ପୋର୍‌ ଥିଙ୍ଗ୍‌ସ’କୁ।

    ସେହିପରି ଶ୍ରେଷ୍ଠ ଲାଇଭ୍‌ ଆକ୍ସନ୍‌ ସର୍ଟ ଭାବେ ‘ଦ ୱାଣ୍ଡରଫୁଲ୍‌ ଷ୍ଟୋରି ଅଫ୍‌ ହେନେରି ସୁଗାର’, ଶ୍ରେଷ୍ଠ ମେକ୍‌ଅପ୍‌ ଆଣ୍ଡ୍‌ ହେୟାର୍‌ଷ୍ଟାଇଲିଂରେ ‘ପୋର୍‌ ଥିଙ୍ଗ୍‌ସ’, ‌ଶ୍ରେଷ୍ଠ ଅରିଜିନାଲ୍‌ ସ୍କୋରରେ ‘ଓପନ୍‌ହାଇମର୍‌’, ଶ୍ରେଷ୍ଠ ସାଉଣ୍ଡ୍‌ ଭାବେ ‘ଦ ଜୋନ୍‌ ଆଫ୍‌ ଇଣ୍ଟ୍ରେଷ୍ଟ୍‌’, ଶ୍ରେଷ୍ଠ ସିନେମାଟ୍ରୋଗ୍ରାଫି ଭାବେ ‘ଓପନହାଇମର୍‌’, ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ଫିଚର୍‌ ଫିଲ୍ମରେ ‘ଦ ଲାଷ୍ଟ୍‌ ରିପ୍ୟାୟାର୍‌ ସପ୍‌’, ଶ୍ରେଷ୍ଠ ଫିଲ୍ମ ଏଡିଟିଂରେ ‘ଓପନ୍‌ହାଇମର୍‌’, ଶ୍ରେଷ୍ଠ ଇଣ୍ଟରନେସ୍‌ନାଲ୍‌ ଫିଚର୍‌ ଫିଲ୍ମ ଭାବେ ‘ଦ ଜୋନ୍‌ ଅଫ୍ ଇଣ୍ଟ୍ରେଷ୍ଟ୍‌’, ଶ୍ରେଷ୍ଠ ଅରିଜିନାଲ୍‌ ଗୀତରେ ‘ହ୍ବାଟ୍‌ ୱାଜ୍‌ ଆ ମେଡ୍‌ ଫର୍‌’, ଶ୍ରେଷ୍ଠ ପ୍ରଡକ୍ସନ ଡିନାଇନ୍‌ରେ ‘ପୋର୍‌ ଥିଙ୍ଗ୍‌ସ ଓ ଶ୍ରେଷ୍ଠ ଭିଜୁଆଲ୍‌ ଇଫେକ୍ଟସରେ ‘ଗଡ୍‌ଜିଲା ମାଇନସ୍‌ ୱାନ୍‌’ର ନାମ ଘୋଷଣା ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    76 %
    1.1kmh
    71 %
    Sun
    28 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ