Tuesday, April 7, 2026
24.1 C
Odisha

    କେଜ୍ରିଓ୍ବାଲ ଯମୁନାରେ ସ୍ନାନ କରିପାରିବେ କି ? : ଯୋଗୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୨୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନର ପ୍ରଥମ ରାଲିକୁ ସମ୍ବୋଧିତ କରିଛନ୍ତି। ବିଜେପି ପ୍ରାର୍ଥୀ ବଜରଙ୍ଗ ଶୁକ୍ଳାଙ୍କ ସମର୍ଥନରେ କିରାରିରେ ଏକ ରାଲିକୁ ସମ୍ବୋଧିତ କରି ସେ  ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ୍ କରିଥିଲେ । କେଜ୍ରିଓ୍ବାଲ ଯମୁନାରେ ଗାଧୋଇପାରିବେ କି ବୋଲି ପଚାରିଥିଲେ। ଯଦି ମୁଁ ଏବଂ ମୋର କ୍ୟାବିନେଟ୍ ସହଯୋଗୀମାନେ ସଙ୍ଗମରେ ଗାଧୋଇ ପାରିବୁ, ତେବେ ଆମ୍ ଆଦମୀ ପାର୍ଟିର ଲୋକମାନେ ଯମୁନାରେ ଗାଧୋଇପାରିବେ କି?” ସେ ପ୍ରଶ୍ନ କରିଛନ୍ତି ।

    ଯୋଗୀ କହିଛନ୍ତି, “ଏନଡିଏମସିକୁ ଛାଡ଼ିଦେଲେ ବାକି ଦିଲ୍ଲୀରେ ପାନୀୟ ଜଳ, ରାସ୍ତାର ଅବସ୍ଥା କ’ଣ ତାହା ସମସ୍ତଙ୍କୁ ଜଣା । ବହୁତ ଖରାପ । ଏକ ଦଶନ୍ଧି ତଳେ ଲୋକମାନେ ସୁବିଧାସୁଯୋଗ ପାଇଁ ଦିଲ୍ଲୀ ଆସୁଥିଲେ। ସମଗ୍ର ଦେଶ ଦିଲ୍ଲୀ ଆସୁଥିଲା। କ’ଣ ରହିଛି ଆଜିର ସ୍ଥିତି ? ରାସ୍ତା ଓ ଖାଲଖମା ବିଷୟରେ ଜାଣି ପାରୁନାହାନ୍ତି। ଆମେ କାହିଁକି ଜଣେ ବ୍ୟକ୍ତି ଏବଂ ତାଙ୍କ ଗ୍ୟାଙ୍ଗକୁ ଗଣ୍ଡଗୋଳ କରିବାକୁ ଅନୁମତି ଦେଇଛୁ?”

    ଯୋଗୀ ଆମ୍ ଆଦମୀ ପାର୍ଟିକୁ ମିଛ କହିବାର ଏଟିଏମ୍ ମେସିନ୍ ବୋଲି କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ରୋହିଙ୍ଗ୍ୟାମାନଙ୍କୁ ଆପ୍ ଦିଲ୍ଲୀରେ ବସବାସ କରାଇଛି। ଏବେ ଦିଲ୍ଲୀବାସୀ ଆପ୍ କଥାରେ ଆସିବେ ନାହିଁ। ଏବେ ଲୋକମାନେ ୟୁପିର ବିକାଶ ମଡେଲ ଦେଖିବାକୁ ଚାହୁଁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    74 %
    1.9kmh
    1 %
    Mon
    24 °
    Tue
    36 °
    Wed
    38 °
    Thu
    38 °
    Fri
    38 °

    ସମ୍ବନ୍ଧିତ