ମାର୍ଶାଘାଇ : ମାସେ ୭ ଦିନ ପରେ କେନ୍ଦ୍ରାପଡ଼ାରୁ ନିଆଗଲା ମୁଖ୍ୟମନ୍ତ୍ରୀଙ୍କ ଅଚଳ ହେଲିକପ୍ଟର । କେନ୍ଦ୍ରାପଡ଼ା ଅଟୋନୋମସ କଲେଜ ପଡ଼ିଆରୁ ଏକ ଟ୍ରକରେ ଲଦା ହୋଇ ହେଲିକପ୍ଟରଟି ମୁମ୍ବାଇ ଗଲା । ମୁମ୍ବାଇରୁ ଆସିଥିବା ଟେକ୍ନିକାଲ ଟିମଙ୍କ ତତ୍ତ୍ଵାବଧାନରେ ହେଲିକପ୍ଟରକୁ ନିଆଯାଇଛି ।
ଜୁନ ୯ ରେ ମୁଖ୍ୟମନ୍ତ୍ରୀଙ୍କୁ ନେଇ କେନ୍ଦ୍ରାପଡା ଯାଇଥିଲା ଏହି ହେଲିକପ୍ଟର । କଲେଜ ପଡିଆରେ ହେଲିକପ୍ଟରରୁ ଓହ୍ଲାଇ ମୁଖ୍ୟମନ୍ତ୍ରୀ କାର ଯୋଗ ଯାଇ ସିଦ୍ଧ ବଳଦେବଜୀଉଙ୍କୁ ଦର୍ଶନ କରି ତ୍ରିରଙ୍ଗା ଯାତ୍ରାରେ ଯୋଗ ଦେଇଥିଲେ । ପରେ ସର୍କିଟ ହାଉସରେ ଏକ ସମୀକ୍ଷା ବୈଠକ କରିଥିଲେ । ସେହିସମୟରେ ପ୍ରବଳ ବର୍ଷା ଘଡଘଡି ହେବାରୁ ହେଲିକପ୍ଟର ଅଚଳ ହୋଇଯାଇଥିଲା । ପରେ ମୁଖ୍ୟମନ୍ତ୍ରୀ ସଡ଼କ ପଥରେ ଭୁବନେଶ୍ୱର ଫେରିଥିଲେ । ସେବେଠାରୁ ହେଲିକପ୍ଟର କଲେଜ ପଡିଆରେ ଅଟକି ରହିଥିଲା । ବଜ୍ରପାତରେ ଅଚଳ ହେଲିକପ୍ଟରକୁ ଟେକ୍ନିକାଲ ଟିମ ଆସି ଯାଞ୍ଚ କରିବା ପରେ ଗତକାଲି ହେଲିକପ୍ଟରରେ ପଙ୍ଖା ଖୋଲାଯାଇ କ୍ରେନ ହାଇଡ୍ରା ସାହାଯ୍ୟରେ ଟଲି ଟ୍ରକରେ ଲୋଡ ହୋଇ ମୁମ୍ବାଇ ଅଭିମୁଖେ ଯାଇଥିଲା । ମୁମ୍ବାଇରେ ପହଞ୍ଚିବା ପାଇଁ ୧୦ ଦିନ ସମୟ ଲାଗିବ ବୋଲି ବୈଷୟିକ ମ୍ୟାନେଜର ଯଶୋବନ୍ତ ଧାୱନ ସୂଚନା ଦେଇଛନ୍ତି ।