Monday, September 28, 2026
24.7 C
Odisha

    କେବଳ ଫୁସଫୁସ ରେ ହୋଇନଥାଏ TB , ପେଟରେ ମଧ୍ୟ ହୋଇଥାଏ TB , କିନ୍ତୁ କିପରି ଏହାକୁ ଜାଣିବେ

    ଆଗକୁ ପଢନ୍ତୁ

    ପେଟରେ TB ହେଉଛି ଅନ୍ତ ରେ ଗୋଟିଏ ବ୍ୟାକ୍ଟେରିଆଲ ଇନଫେକ୍ସନ , ଏହାକୁ ମେଡିକାଲ ଭାଷାରେ ଗ୍ୟାସ୍ଟ୍ରୋ ଈଂଟୱେଷ୍ଟଇନ ଟ୍ୟୁବର କୋଲିସ ବୋଲି କୁହାଯାଇଥାଏ। ଏହା ଛୋଟ ଅନ୍ତ , ବଡ଼ ଅନ୍ତ , ଆପେଣ୍ଡିକ୍ଷ, କୋଲନ, ରେକଟମ ରେ ମଧ୍ୟ ହୋଇପାରେ। ଏହା ମାଇକ୍ରୋ ବ୍ୟାକ୍ଟେରିଆଲ କାରଣରୁ ହୋଇଥାଏ। ଯାହାକି ଅନେକ ସମୟ ରେ ଫୁସଫୁସ କୁ ଅଟାକ କରିଥାଏ। ଏହି ଇନଫେକ୍ସନ ଦୂଷିତ ପାଣି ପିଇବା ଖରାପ ପଦାର୍ଥ ର ଛେପ ଢୋକିବା କାରଣରୁ ହୋଇଥାଏ।

    କାହିଁକି ଅଧିକ ମାରାତ୍ମକ ପେଟର TB –
    ଛାତିରେ TB ହେଲେ ଖୁବ ଶୀଘ୍ର ଜଣାପଡ଼ିଯାଏ, କିନ୍ତୁ ଯେତେବେଳେ ପେଟରେ TB ହୋଇଥାଏ ଦୀର୍ଘଦିନ ପର୍ଯ୍ୟନ୍ତ ଜାଣିହୁଏ ନାହିଁ ଏବଂ ଶରୀରରେ ବିଭିନ୍ନ ସମସ୍ୟା ଦେଖାଯାଇଥାଏ। କିନ୍ତୁ ଏହାର ଲକ୍ଷଣ ସମ୍ପୂର୍ଣ ଭିନ୍ନ ଅଟେ। ଏହାକୁ ଜାଣିବାରେ ଡେରି ହୋଇଥାଏ ତେଣୁ କମ୍ପ୍ଲିକେସନ ବଢି ଯାଇଥାଏ।

    କଣ ରହିଥାଏ ଲକ୍ଷଣ :–
    TB ସାଧାରଣ ଭାବରେ ଛାତିରେ ହୋଇଥାଏ ବୋଲି ଆମେ ଜାଣିଥାଉ, କିନ୍ତୁ ଅନେକ ସମୟ ରେ ଫୁସଫୁସ ବାହାରେ ମଧ୍ୟ TB ହୋଇପାରେ , ଏହି କଣ୍ଡିସନ କୁ ଏକ୍ସଟ୍ରା ପଳମନାରୀ TB କୁହାଯାଇଥାଏ। ଏହି TB କାରଣରୁ ପେଟରେ ସର୍ବଦା ଇନଫେକ୍ସନ ହୋଇଥାଏ।
    – ଖାଦ୍ୟ ହଜମ ନହେବା
    – ଭୋକ ନଲାଗିବା
    – ମଳ ରେ ରକ୍ତ ପଡିବା
    – ପେଟର ତଳ ପାର୍ଶ୍ୱରେ ଯନ୍ତ୍ରଣା ହେବା

    କିପରି ରହିବେ ସୁସ୍ଥ :–
    – ସ୍ୱାସ୍ଥ୍ୟକର ଭୋଜନ ଜରୁରୀ
    – କୌଣସି ଲକ୍ଷଣ ରହିଲେ ଡାକ୍ତରଙ୍କୁ ପରାମର୍ଶ
    – ନିୟମିତ ପଇଡ ପାଣି ପିଅନ୍ତୁ
    -ଅଧିକ ଗରମ ଖାଦ୍ୟ ଖାଆନ୍ତୁ ନାହିଁ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ