Friday, October 16, 2026
26.1 C
Odisha

    କେବେ ସରିବ ‘ସୁଭଦ୍ରା ଯୋଜନା’ ପାଇଁ ଆବେଦନ, ଉପ-ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ସୂଚନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ସୁଭଦ୍ରା’ ଯୋଜନା ପାଇଁ ସେପ୍ଟେମ୍ବର ୧ ତାରିଖଠାରୁ ଆବେଦନ ଆରମ୍ଭ ହୋଇଛି। ଏହି ଯୋଜନାର ଲାଭ ପାଇବା ପାଇଁ ଅଙ୍ଗନବାଡି କେନ୍ଦ୍ର, ବ୍ଲକ୍‌ ଅଫିସ୍, ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ଦେଖିବାକୁ ମିଳୁଛି ଅସମ୍ଭାଳ ଭିଡ଼। ଆଉ ଏହାରି ମଧ୍ୟରେ ଗତକାଲି ମଧ୍ୟ ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କରାଯାଇଛି।

    ତେବେ ଲୋକମାନେ ଫର୍ମ ପୂରଣ କରୁଥିଲେ ମଧ୍ୟ ଏବେ ଦାଖଲ ଆରମ୍ଭ ହୋଇନାହିଁ। ଯାହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଆସନ୍ତାକାଲି ଅର୍ଥାତ ୪ ସେପ୍ଟେମ୍ୱର ସନ୍ଧ୍ୟାରୁ ସୁଭଦ୍ରା ଯୋଜନା ଫର୍ମ ଦାଖଲ ଆରମ୍ଭ ହେବ। ସୁଭଦ୍ରା ଯୋଜନା ଫର୍ମ ପୂରଣ ପରେ ଫର୍ମ ସହିତ ଅବେଦନକାରୀଙ୍କୁ କେବଳ ଆଧାର କାର୍ଡର ନକଲ ଦାଖଲ କରିବାକୁ ହେବ। ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଓ ଜିଲ୍ଲାପାଳଙ୍କ ଦ୍ୱାରା ନିରୂପିତ ସ୍ଥାନ ଓ କାର୍ଯ୍ୟାଳୟରେ ଫର୍ମ ଦାଖଲ କରାଯିବ। ଅନ୍ୟପଟେ ଏହି ଯୋଜନାର ଲାଭ ପାଇବା ପାଇଁ ଲୋକମାନେ ଭିଡ ଜମାଉଥିବା ବେଳେ କିଛି ଲୋକ ଆବେଦନ ଶେଷ ହୋଇଯିବ ବୋଲି କହି ଅଧିକ ଭୟଭିତ କରୁଥିବା ନଜର ଆସିଛି। ଯାହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ ପର୍ଯ୍ୟନ୍ତ ଶେଷ ହିତାଧିକାରୀ ପଇସା ପାଇ ନାହାନ୍ତି ସେ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲୁ ରହିବ। ଏନେଇ ଲୋକ ଚିନ୍ତିତ ହୁଅନ୍ତୁ ନାହିଁ। ସେପଟେ ସୁଭଦ୍ରା ଯୋଜନାର ୱେବସାଇଟ ଜାମ ହେବାକୁ ନେଇ ପ୍ରତିକ୍ରିୟା ରଖି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଯୋଜନା ଏତେ ହାଇଲାଇଟ ହୋଇଛି ଯେଉଁଥିପାଇଁ ଜାମ ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.1 ° C
    26.1 °
    26.1 °
    88 %
    1.4kmh
    77 %
    Fri
    24 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ