Friday, April 3, 2026
39.1 C
Odisha

    କେରଳ ନର୍ସ ନିମିଷା ପ୍ରିୟାଙ୍କ ଫାଶୀଦଣ୍ଡ ସ୍ଥଗିତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜୁଲାଇ ୧୬ ତାରିଖରେ ୟେମେନରେ ଫାଶୀ ପାଇବାକୁ ଥିବା କେରଳ ନର୍ସ ନିମିଷା ପ୍ରିୟାଙ୍କ ଫାଶୀ ଦଣ୍ଡାଦେଶକୁ ସ୍ଥଗିତ ରଖାଯାଇଛି। ୨୦୧୭ରେ ୟେମେନି ବ୍ୟବସାୟୀ ପାର୍ଟନରଙ୍କୁ ହତ୍ୟା କରିବା ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ପ୍ରାରମ୍ଭରୁ ଏହି ମାମଲାରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଆସୁଥିବା ଭାରତ ସରକାର ପ୍ରିୟାଙ୍କ ପରିବାରକୁ ଅନ୍ୟ ପକ୍ଷ ସହ ପାରସ୍ପରିକ ସହମତିପୂର୍ଣ୍ଣ ସମାଧାନରେ ପହଞ୍ଚିବା ପାଇଁ ଅଧିକ ସମୟ ମାଗିବା ପାଇଁ ମିଳିତ ପ୍ରୟାସ ଆରମ୍ଭ କରିଥିଲେ।ଭାରତୀୟ ଅଧିକାରୀମାନେ ସ୍ଥାନୀୟ ଜେଲ କର୍ତ୍ତୃପକ୍ଷ ଓ ପ୍ରସିକ୍ୟୁଟରଙ୍କ କାର୍ଯ୍ୟାଳୟ ସହିତ ନିୟମିତ ଯୋଗାଯୋଗରେ ରହିଥିଲେ, ଯାହା ଫଳରେ ଏହାକୁ ସ୍ଥଗିତ ରଖାଯାଇଛି। ନିରନ୍ତର ନିବେଦନ ଓ କୂଟନୈତିକ ହସ୍ତକ୍ଷେପ ପରେ କେନ୍ଦ୍ର ସରକାର ସୋମବାର ନିଶ୍ଚିତ କରିଛନ୍ତି ଯେ ୩୮ ବର୍ଷୀୟା ମହିଳାଙ୍କୁ ବଞ୍ଚାଇବା ପାଇଁ ଯଥାସମ୍ଭବ ପଦକ୍ଷେପ ନିଆଯାଉଛି। ୨୦୧୭ରେ ୟେମେନୀ ବ୍ୟବସାୟୀ ତଲାଲ ଅବ୍ଦୋ ମହଦିଙ୍କୁ ହତ୍ୟା କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରିୟା ୨୦୨୦ରୁ ମୃତ୍ୟୁଦଣ୍ଡାଦେଶ ପାଇଛନ୍ତି। ନଭେମ୍ବର ୨୦୨୩ରେ ୟେମେନର ସର୍ବୋଚ୍ଚ ନ୍ୟାୟିକ ପରିଷଦ ତାଙ୍କ ଦଣ୍ଡାଦେଶକୁ ବଜାୟ ରଖିଥିଲା। ସେ ହୁତି ନିୟନ୍ତ୍ରଣରେ ଥିବା ଏବଂ ଆନୁଷ୍ଠାନିକ କୂଟନୈତିକ ପରିସର ବାହାରେ ଥିବା ରାଜଧାନୀ ସାନାରେ ବନ୍ଦୀ ଅଛନ୍ତି। ଆଟର୍ଣ୍ଣି ଜେନେରାଲ ଆର୍ ଭେଙ୍କଟରମଣି ସୋମବାର ସୁପ୍ରିମ୍‌କୋର୍ଟଙ୍କୁ ସୂଚନା ଦେଇଥିଲେ ଯେ ସରକାର ସେଠାରେ ଅତ୍ୟନ୍ତ ପ୍ରଭାବଶାଳୀ କିଛି ଶେଖ୍‌ଙ୍କ ସହ ଯୋଗାଯୋଗ କରିଛନ୍ତି ଏବଂ ଫାଶୀକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ସ୍ଥାନୀୟ ସରକାରୀ ଓକିଲଙ୍କୁ ଚିଠି ଲେଖିଛନ୍ତି। ତେବେ ହୁତି ଶାସନକୁ କୂଟନୈତିକ ସ୍ୱୀକୃତି ମିଳି ନ ଥିବାରୁ ପରିସ୍ଥିତି ଅତ୍ୟନ୍ତ ଜଟିଳ ରହିଛି ବୋଲି ସେ କହିଥିଲେ।

    ସ୍ୱେଚ୍ଛାସେବୀ ସଂଗଠନ ‘ସେଭ୍ ନିମିଷା ପ୍ରିୟା- ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଆକ୍ସନ୍‌ କାଉନ୍‌ସିଲ୍‌’ ସମର୍ଥିତ ପ୍ରିୟାଙ୍କ ଆଇନଜୀବୀ ଦଳ ଅଦାଲତକୁ କହିଛନ୍ତି ଯେ ତାଙ୍କ ମା’ ଓ ଜଣେ ସମାଜସେବୀ ବର୍ତ୍ତମାନ ୟେମେନରେ ମହଦିଙ୍କ ପରିବାର ସହ ବ୍ଲଡ୍‌ ମନି (କ୍ଷତିପୂରଣ) ଗ୍ରହଣ କରିବା ପାଇଁ ବୁଝାମଣା କରୁଛନ୍ତି। ଏହି ଗ୍ରୁପ୍ ସରକାରୀ ପାଣ୍ଠି ମାଗିନାହିଁ ଏବଂ ସ୍ୱାଧୀନ ଭାବରେ ପାଣ୍ଠି ସଂଗ୍ରହ କରିବ ବୋଲି କହିଛି। କୋର୍ଟ ମାମଲାର ଶୁଣାଣିକୁ ଜୁଲାଇ ୧୮ ପର୍ଯ୍ୟନ୍ତ ସ୍ଥଗିତ ରଖି ଉଭୟ ପକ୍ଷଙ୍କୁ ଆଲୋଚନାର ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବାକୁ କହିଛନ୍ତି। ମହଦି ପ୍ରିୟାଙ୍କ ପାସପୋର୍ଟ ଜବତ କରିବା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସେଥିପାଇଁ ପ୍ରିୟା ସ୍ଥାନୀୟ ମହିଳାଙ୍କ ସହାୟତାରେ ମହଦିଙ୍କୁ ହତ୍ୟା କରି ମୃତଦେହକୁ ଖଣ୍ଡଖଣ୍ଡ କରି ପାଣି ଟାଙ୍କିରେ ଫିଙ୍ଗି ଦେଇଥିବା କୋର୍ଟ କାଗଜପତ୍ରରେ ଦର୍ଶାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ