Friday, April 3, 2026
39 C
Odisha

    କୋଇଲା ବୋଝେଇ ଟ୍ରକ୍‌ ସହ ପିକଅପ୍‌ ଭ୍ୟାନ୍‌ ଧକ୍କା: ଜଳି ଗଲା ୨ ଗାଡ଼ି

    ଆଗକୁ ପଢନ୍ତୁ

    ରାୟଗଡ଼ା ସହରର ଝଞ୍ଜାବତି ନଦୀ ଉପରେ ଥିବା ମଝିଘରିଆଣି ମନ୍ଦିର ନିକଟ ପୋଲ ଉପରେ ଜଳି ଯାଇଛି ଟ୍ରକ୍ ଓ ଭ୍ୟାନ। ଏକ କୋଇଲା ବୋଝେଇ ଟ୍ରକ ସହ ପିକଅପ୍‌ ଭ୍ୟାନ୍‌ ଧକ୍କା ହେବା ପରେ ଦୁଇଟି ଗାଡି ହୁତୁହୁତୁ ହୋଇ ଜଳି ଯାଇଥିବା ଦେଖିବାକୁ ମିଳିଛି। ଦୁଇଟି ଗାଡିର ଡ୍ରାଇଭରଙ୍କ କିଛି କ୍ଷତି ହୋଇନଥିବା ବେଳେ ଭ୍ୟାନ ହେଲ୍ପର ସାମାନ୍ୟ ଆହତ ହୋଇଛନ୍ତି।ଘଟଣାରୁ ପ୍ରକାଶ ଯେ, ଭ୍ୟାନ୍‌ ମରାମତି କରିବା ପାଇଁ ଅତଡା ଗ୍ରାମରୁ ରାୟଗଡା ଆସୁଥିବା ସମୟରେ ଆନ୍ଧ୍ରପ୍ରଦେଶ ପଟୁ ଆସୁଥିବା କୋଇଲା ବୋଝେଇ ୧୬ ଚକିଆ ଟ୍ରକଟି ମଝିଘରିଆଣି ମନ୍ଦିର ନିକଟ ଝଞ୍ଜାବତୀ ନଦୀ ପୋଲ ଉପରେ ଭ୍ୟାନର ପଛପଟୁ ଧକ୍କା ଦେଇଥିଲା। ଫଳରେ ସଟ୍ ସର୍କିଟ ଘଟି କୋଇଲା ବୋଝେଇ ଟ୍ରକ ଓ ଭ୍ୟାନଟି ସମ୍ପୂର୍ଣ ପୋଡ଼ି ଯାଇଥିଲା।ସେତେବେଳେ ଦୁଇଟି ଗାଡିର ଡ୍ରାଇଭର ଗାଡିରୁ ଡେଇଁ ପଡିବାରୁ ସେମାନେ ବର୍ତ୍ତି ଯାଇଥିବା ବେଳେ ଭ୍ୟାନ୍‌ର ହେଲ୍ପର ଆହତ ହୋଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ପୁଲିସ ତଦନ୍ତ କରୁଛି। ଏଣେ ଏହି ଦୁର୍ଘଟଣା ପରେ ରାୟଗଡ଼ା-ଆନ୍ଧ୍ରପ୍ରଦେଶ ଯାତାୟାତ ଦୀର୍ଘ ସମୟ ଯାଏଁ ବନ୍ଦ ରହିଥିଲା। ଯଦ୍ବାରା ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ଗାଡ଼ି ଅଟକି ରହିଥିଲା। ଏଭଳିକି ଆମ୍ବୁଲାନ୍ସ ଯିବା ମଧ୍ୟ ବନ୍ଦ ରହିଥିଲା। ରିପୋର୍ଟ ଲେଖାଯିବା ବେଳକୁ ପରିସ୍ଥିତି ସ୍ବାଭାବିକ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ