Monday, March 30, 2026
27.4 C
Odisha

    କୋଲକାତା ଲଜ୍ଜା: ସନ୍ଦୀପ ଘୋଷ୍‌ଙ୍କୁ ନିଲମ୍ବନ କଲା ଆଇଏମ୍‌ଏ

    ଆଗକୁ ପଢନ୍ତୁ

    କଲିକତା: କୋଲକାତା ଆର୍‌ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ବୁଧବାର ତାଙ୍କ ସଦସ୍ୟତା ପଦରୁ ନିଲମ୍ବନ କରିଛି ଆଇଏମ୍‌ଏ। ରାଷ୍ଟ୍ରୀୟ ସଭାପତି ଡ. ଆର୍‌.ଭି ଅଶୋକନଙ୍କ ଦ୍ୱାରା ଗଠିତ ଅନୁଶାସନ କମିଟି, ଆଇଏମ୍‌ଏ ଏଚ୍‌କ୍ୟୁଏସ୍‌ର ସର୍ବସମ୍ମତି କ୍ରମେ ଉପାଧ୍ୟକ୍ଷ ସଦସ୍ୟତା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।କୋଲକାତା ବଳାତ୍କାର ମାମଲାରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତୀୟ ମେଡିକାଲ ଆସୋସିଏଶନ(ଆଇଏମ୍‌ଏ) ସନ୍ଦୀପଙ୍କ ସଦସ୍ୟତା ସ୍ଥଗିତ ରଖିଛି। ଆଇଏମଏ ସଭାପତିଙ୍କ ତରଫରୁ ସନ୍ଦୀପଙ୍କୁ ଏ ସମ୍ପର୍କରେ ଏକ ଚିଠି ଲେଖାଯାଇଛି। ଡକ୍ଟର ଘୋଷ୍‌ ଆଇଏମ୍‌ଏ କୋଲକାତା ଶାଖାର ଉପାଧ୍ୟକ୍ଷ ଥିଲେ। ସନ୍ଦୀପ ଦୁର୍ନୀତି ଏବଂ ଅନିୟମିତତା ଅଭିଯୋଗର ସମ୍ମୁଖୀନ ହେଉଛନ୍ତି। ବଳାତ୍କାର ହତ୍ୟା ମାମଲାର ତଦନ୍ତ କରୁଥିବା ସିବିଆଇ ମଧ୍ୟ କିଛି ପ୍ରମାଣ ପାଇଛି। ବର୍ତ୍ତମାନ ତାଙ୍କ ବିରୋଧରେ ଇଡି ମଧ୍ୟ ଏକ ମାମଲା ରୁଜୁ କରିଛି। ଏହି ସମୟରେ ଭାରତୀୟ ମେଡିକାଲ ଆସୋସିଏଶନ ମୁଖ୍ୟାଳୟର ଅନୁଶାସନ କମିଟି ମଧ୍ୟ ସର୍ବସମ୍ମତି କ୍ରମେ ସନ୍ଦୀପଙ୍କୁ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଛି।

    ଚିଠିରେ ଲେଖାଯାଇଛି ଯେ, ଆଇଏମ୍‌ଏ ପଶ୍ଚିମବଙ୍ଗର ରାଜ୍ୟ ଶାଖା ସହିତ ଡାକ୍ତରଙ୍କ ଅନ୍ୟ ସଂଗଠନଗୁଡ଼ିକ ମଧ୍ୟ ଆପଣଙ୍କ ସମଗ୍ର ବୃତ୍ତିକୁ ବଦ୍‌ନାମ କରୁଥିବା ବର୍ଣ୍ଣନା କରିଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେଥିପାଇଁ ଆଇଏମ୍‌ଏ ମୁଖ୍ୟାଳୟର ଅନୁଶାସନ କମିଟି ସର୍ବସମ୍ମତି କ୍ରମେ ଆପଣଙ୍କୁ ତୁରନ୍ତ ଭାରତୀୟ ମେଡିକାଲ ଆସୋସିଏସନର ସଦସ୍ୟତାରୁ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ