Friday, April 3, 2026
39.1 C
Odisha

    କୋଲେଷ୍ଟରଲ ନିୟନ୍ତ୍ରଣ କରେ କଦଳୀ

    ଆଗକୁ ପଢନ୍ତୁ

    ଏବେ ସବୁ ରୋଗର କାରଣ ପାଲଟିଛି ଅନିୟମିତ ଜୀବନଶୈଳି। ବ୍ୟସ୍ତବହୁଳ ଜୀବନରେ ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ସୃଷ୍ଟି ହୋଇଥାଏ ଉଚ୍ଚରକ୍ତଚାପ। ଉଚ୍ଚ ରକ୍ତଚାପ ଦେଖାଯିବାର ଅନେକ କାରଣ ରହିଛି । କାମଚାପ, ମାନସିକ ଚିନ୍ତା, ଅଧିକ ଲୁଣ ଖାଇବା, ଆଲକୋହଲ ସେବନ, ମେଦବହୁଳତା ଆଦି ଯୋଗୁ କେତେକଙ୍କଠାରେ ଉଚ୍ଚ ରକ୍ତଚାପ ଦେଖାଯାଇଥାଏ। ଏହାଯୋଗୁ ରକ୍ତବାହୀ ଧମନୀ ଗୁଡିକ ଉପରେ ଚାପ ପଡ଼େ। ଫଳରେ ହାର୍ଟ ଆଟାକ ଓ ବ୍ରେନ ଷ୍ଟ୍ରୋକର ଆଶଙ୍କା ବଢିଯାଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ କଦଳୀ ଖାଇଲେ ସୁଫଳ ମିଳିଥାଏ ବୋଲି ଗବେଷକମାନେ କହିଛନ୍ତି। ଏହାଦ୍ୱାରା ରକ୍ତଚାପ ସ୍ବାଭାବିକ ଅବସ୍ଥାକୁ ଆସିଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। କଦଳୀରେ ଥିବା ପୋଟାସିୟମ ଶରୀରରେ ଥିବା ତରଳ ପଦାର୍ଥ ମଧ୍ୟରେ ସମନ୍ବୟ ରଖିଥାଏ। ଫଳରେ ରକ୍ତଚାପ ସ୍ବାଭାବିକ ରୁହେ। ସେହିପରି କଦଳୀ ଖାଇଲେ ରକ୍ତ ଶର୍କରାସ୍ତର ନିୟନ୍ତ୍ରିତ ହୋଇଥାଏ। ଫଳରେ ଡାଇବେଟିସ ହେବାର ଆଶଙ୍କା କମ ହୁଏ। କଦଳୀ ହାର୍ଟଆଟାକ କ୍ଷେତ୍ରରେ ମହୌଷଧୀ ଭଳି କାମ କରିଥାଏ। ଏହା କୋଲେଷ୍ଟରଲସ୍ତରକୁ ସ୍ବାଭାବିକ କରିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ