Sunday, February 1, 2026
30 C
Odisha

    କୋଲେଷ୍ଟରଲ ନିୟନ୍ତ୍ରଣ କରେ ଭିଟାମିନ୍‌-ଇ

    ଆଗକୁ ପଢନ୍ତୁ

    ଭିଟାମିନ୍‌-ଇ’ରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥିରେ ଏଭଳି ତତ୍ତ୍ୱ ଅଛି, ଯାହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିବାରେ ଅନେକାଂଶରେ ସାହାଯ୍ୟ କରିଥାଏ। ଏହି ତାଲିକାରେ ଆଉ ଏକ ବିଷୟକୁ ସାମିଲ କରାଯାଇଛି। ଏଭଳି ଖାଦ୍ୟ ଖାଉଥିଲେ ତାହା ଆଲର୍ଜି ସମସ୍ୟାରୁ କେତେକାଂଶରେ ରକ୍ଷା କରିଥାଏ। ଭିଟାମିନ୍‌-ଇ ଯୁକ୍ତ ଖାଦ୍ୟ ଚର୍ବିରେ ମିଶିଲେ ତାହା ଆଣ୍ଟି ଅକ୍ସିଡାଣ୍ଟ୍‌ ପରି କାମ କରେ। ଆପଣ କୋଲେଷ୍ଟରଲ ସମସ୍ୟା ସହ ଜଡ଼ିତ କି? ଯଦି ହଁ, ତେବେ ଏଭଳି ଖାଦ୍ୟ ଖାଇଲେ ତାହା ଏହି ପରିମାଣକୁ ନିୟନ୍ତ୍ରଣରେ ରଖିଥାଏ। ଭିଟାମିନ୍‌-ଇ ଯୁକ୍ତ ଖାଦ୍ୟ ଶରୀରରେ ଲାଲ୍‌ ରକ୍ତ କୋଷିକା ଗଠନରେ ମଧ୍ୟ ସାହାଯ୍ୟ କରେ। ଗଜାମୁଗ, ଗଜାବୁଟ, ସୂର୍ଯ୍ୟମୁଖୀ ତେଲ, ପାଳଙ୍ଗ ଶାଗ ଚିନାବାଦାମ ଆଦିରେ ଭିଟାମିନ୍‌-ଇ ପ୍ରଚୁର ମାତ୍ରାରେ ଭରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30 ° C
    30 °
    30 °
    26 %
    3.2kmh
    87 %
    Sun
    28 °
    Mon
    31 °
    Tue
    31 °
    Wed
    32 °
    Thu
    33 °

    ସମ୍ବନ୍ଧିତ