Tuesday, October 13, 2026
24.1 C
Odisha

    କୋଲେଷ୍ଟରଲ ନିୟନ୍ତ୍ରଣ କରେ ଭିଟାମିନ୍‌-ଇ

    ଆଗକୁ ପଢନ୍ତୁ

    ଭିଟାମିନ୍‌-ଇ’ରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥିରେ ଏଭଳି ତତ୍ତ୍ୱ ଅଛି, ଯାହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିବାରେ ଅନେକାଂଶରେ ସାହାଯ୍ୟ କରିଥାଏ। ଏହି ତାଲିକାରେ ଆଉ ଏକ ବିଷୟକୁ ସାମିଲ କରାଯାଇଛି। ଏଭଳି ଖାଦ୍ୟ ଖାଉଥିଲେ ତାହା ଆଲର୍ଜି ସମସ୍ୟାରୁ କେତେକାଂଶରେ ରକ୍ଷା କରିଥାଏ। ଭିଟାମିନ୍‌-ଇ ଯୁକ୍ତ ଖାଦ୍ୟ ଚର୍ବିରେ ମିଶିଲେ ତାହା ଆଣ୍ଟି ଅକ୍ସିଡାଣ୍ଟ୍‌ ପରି କାମ କରେ। ଆପଣ କୋଲେଷ୍ଟରଲ ସମସ୍ୟା ସହ ଜଡ଼ିତ କି? ଯଦି ହଁ, ତେବେ ଏଭଳି ଖାଦ୍ୟ ଖାଇଲେ ତାହା ଏହି ପରିମାଣକୁ ନିୟନ୍ତ୍ରଣରେ ରଖିଥାଏ। ଭିଟାମିନ୍‌-ଇ ଯୁକ୍ତ ଖାଦ୍ୟ ଶରୀରରେ ଲାଲ୍‌ ରକ୍ତ କୋଷିକା ଗଠନରେ ମଧ୍ୟ ସାହାଯ୍ୟ କରେ। ଗଜାମୁଗ, ଗଜାବୁଟ, ସୂର୍ଯ୍ୟମୁଖୀ ତେଲ, ପାଳଙ୍ଗ ଶାଗ ଚିନାବାଦାମ ଆଦିରେ ଭିଟାମିନ୍‌-ଇ ପ୍ରଚୁର ମାତ୍ରାରେ ଭରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.1 ° C
    24.1 °
    24.1 °
    79 %
    1.7kmh
    74 %
    Tue
    23 °
    Wed
    29 °
    Thu
    29 °
    Fri
    31 °
    Sat
    31 °

    ସମ୍ବନ୍ଧିତ