Tuesday, April 7, 2026
25.2 C
Odisha

    କ୍ରିକେଟର ଭଗବାନଙ୍କୁ ବିସିସିଆଇ ଦେବ ଏହି ବଡ଼ ସମ୍ମାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କ୍ରିକେଟର ଭଗବାନ ଭାବରେ ଜଣାଶୁଣା ସଚିନ ତେନ୍ଦୁଲକରଙ୍କୁ ବିସିସିଆଇ ଏକ ବଡ଼ ସମ୍ମାନରେ ସମ୍ମାନିତ କରିବାକୁ ଯାଉଛି। ତାଙ୍କୁ ଖୁବଶୀଘ୍ର ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି। ଶନିବାର ମୁମ୍ବାଇରେ ବୋର୍ଡର ବାର୍ଷିକ ସମାରୋହରେ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ।

    ଭାରତ ପାଇଁ ୬୬୪ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ୫୧ ବର୍ଷୀୟ ସଚିନ କ୍ରିକେଟ ଇତିହାସରେ ସର୍ବାଧିକ ଟେଷ୍ଟ ଏବଂ ଦିନିକିଆ ରନ୍ ସ୍କୋର କରିବାର ରେକର୍ଡ ରଖିଛନ୍ତି। ଏବେ ତାଙ୍କୁ ୨୦୨୪ ବର୍ଷ ପାଇଁ ସିକେ ନାଇଡୁ ଜୀବନବ୍ୟାପୀ ସାଧନା ପୁରସ୍କାର ମିଳିବ ବୋଲି ଚର୍ଚ୍ଚା ହେଉଛି। ହେଲେ ଏପର୍ଯ୍ୟନ୍ତ ବିସିସିଆଇ ପକ୍ଷରୁ କୌଣସି ଅଧିକାରୀକ ଘୋଷଣା କରାଯାଇନାହିଁ।

    ସଚିନ ୨୦୦ ଟେଷ୍ଟ ଏବଂ ୪୬୩ ଦିନିକିଆ ଖେଳିଛନ୍ତି, ଯାହା କ୍ରିକେଟ ଇତିହାସରେ ଅନ୍ୟ ଖେଳାଳିଙ୍କଠାରୁ ସର୍ବାଧିକ। ସେ ଦିନିକିଆରେ ୧୮,୪୨୬ ରନ୍ କରିବା ସହିତ ଟେଷ୍ଟରେ ୧୫,୯୨୧ ରନ୍ କରିଥିଲେ। ସେ ତାଙ୍କ ଚମତ୍କାର କ୍ୟାରିୟରରେ କେବଳ ଗୋଟିଏ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ପୂର୍ବତନ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏବଂ ପୂର୍ବତନ କିମ୍ବଦନ୍ତୀ ୱିକେଟକିପର ଫାରୁକ ଇଞ୍ଜିନିୟର ଏହି ପୁରସ୍କାର ଗ୍ରହଣ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.2 ° C
    25.2 °
    25.2 °
    69 %
    1.7kmh
    84 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ