Friday, April 3, 2026
39 C
Odisha

    କ୍ୟୁବା ଦଖଲ ଯୋଜନାରେ ଟ୍ରମ୍ପ

    ଆଗକୁ ପଢନ୍ତୁ

    ୱାଶିଂଟନ  :   ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନ୍ୟତମ ଲାଟିନ ଆମେରିକୀୟ ରାଷ୍ଟ୍ର କ୍ୟୁବା ଦଖଲ କରିବାକୁ ଯୋଜନା କରିଛନ୍ତି। କ୍ୟୁବାକୁ ଦଖଲ କରିବା ଲାଗି ଟ୍ରମ୍ପ ସାମରିକ ଅଭିଯାନ ନୁହେଁ ବରଂ କୂଟନୈତିକ ଯୋଜନା କରିଛନ୍ତି। କୂଟନୈତିକ ଯୋଜନା କ୍ରମରେ ଭେନେଜୁଏଲାରୁ କ୍ୟୁବାକୁ ଅର୍ଥ ଓ ତୈଳ ଯୋଗାଣ ବନ୍ଦ କରିବା ଲାଗି ଟ୍ରମ୍ପ କହିଛନ୍ତି। ରବିବାର ଟ୍ରୁଥ ସୋସିଆଲ ପୋଷ୍ଟରେ ଟ୍ରମ୍ପ ଲେଖିଛନ୍ତି ଯେ ‘ଗତ ସପ୍ତାହରେ ଭେନେଜୁଏଲା ଉପରେ ଆମେରିକା ଆକ୍ରମଣ କରିବା ପରେ ଅଧିକାଂଶ କ୍ୟୁବା ନାଗରିକଙ୍କର ମୃତ୍ୟୁ ହୋଇସାରିଛି। କାରଣ ଭେନେଜୁଏଲା ଏବେ ଆମେରିକାର ଅଞ୍ଚଳ। ଭେନେଜୁଏଲା ଏବେ ଆଉ କ୍ୟୁବାର ସୁରକ୍ଷା ସହାୟତା ଲୋଡିବ ନାହିଁ। କ୍ୟୁବା ଦୀର୍ଘ ବର୍ଷ ହେଲା ଭେନେଜୁଏଲାର ଅର୍ଥ ଓ ତୈଳ ଉପରେ ନିର୍ଭରକରି ଚଳିଆସୁଥିଲା।

    ପ୍ରତିବଦଳରେ ଭେନେଜୁଏଲାକୁ କ୍ୟୁବା ସୁରକ୍ଷା ସେବା ଯୋଗାଉଥିଲା। ମାତ୍ର ଭେନେଜୁଏଲାକୁ ଏବେ କ୍ୟୁବାର ସୁରକ୍ଷା ସହଯୋଗ ଆବଶ୍ୟକ ନାହିଁ। କାରଣ ଭେନେଜୁଏଲା ଏବେ ଆମେରିକାର। ଆଉ ଭେନେଜୁଏଲାକୁ ସୁରକ୍ଷା ଦେବା ଲାଗି ଆମେରିକା ପାଖରେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ସେନା ରହିଛି। କ୍ୟୁବା ଯଦି ଭେନେଜୁଏଲା ଠାରୁ ତୈଳ ନେବାକୁ ଚାହୁଁଥାଏ ତେବେ ଏଥିପାଇଁ ଆବଶ୍ୟକ ଚୁକ୍ତି ସ୍ବାକ୍ଷର କରିବା ପୂର୍ବକ ଅର୍ଥ ପୈଠ କରିବାକୁ ପଡିବ। ଏହା ପୂର୍ବରୁ ଟ୍ରମ୍ପ କହିଥିଲେ ଯେ କ୍ୟୁବାକୁ ଦଖଲ କରିବା ଲାଗି ସାମରିକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକ ନାହିଁ। କାରଣ କ୍ୟୁବା ଏବେ ବୁଡିଯିବା ଅବସ୍ଥାରେ ରହିଛି। ଏହା ଧ୍ବଂସ ପାଇବାକୁ ଯାଉଛି। କାରଣ ଏହାର ନିଜର କୌଣସି ରାଜସ୍ବ ନାହିଁ। ସେମାନେ ଭେନେଜୁଏଲାର ଅର୍ଥ ଓ ତୈଳ ଉପରେ ନିର୍ଭର କରି ଚଳୁଛନ୍ତି। ଟ୍ରମ୍ପ କେବଳ କ୍ୟୁବା ଦଖଲ ଯୋଜନା କରି ନାହନ୍ତି। କ୍ୟୁବା ଦଖଲ ସହିତ ଏଠାରେ ସରକାର ଗଠନର ମଧ୍ୟ ରୂପରେଖ ପ୍ରସ୍ତୁତ କରିଥିବା ଜଣାଯାଇଛି। କ୍ୟୁବା ଦଖଲ କରି ଏଠାରେ ମାର୍କେ ରୁବିଓଙ୍କ ରାଷ୍ଟ୍ରପତି କରିବାର ପ୍ରସ୍ତାବ ରହିଛି। ମାର୍କୋ ଏବେ ଆମେରିକାର ବୈଦେଶିକ ମନ୍ତ୍ରୀ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ