Friday, October 9, 2026
22 C
Odisha

    ଖରିଫ ଫସଲ ପାଇଁ ୭.୯୪ଲକ୍ଷ ମେଟ୍ରିକ୍‌ ଟନ୍‌ ସାର ଯୋଗାଣ: ୨୫ ଡିଲର୍‌ଙ୍କ ଲାଇସେନ୍ସ ବାତିଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଚଳିତ ବର୍ଷ ଖରିଫ ଫସଲ ପାଇଁ ରାଜ୍ୟରେ ୭.୯୪ ଲକ୍ଷ ମେଟ୍ରିକ୍ ଟନ୍ ସାର ଉପଲବ୍ଧ ହୋଇଛି।‌‌ କଳାବଜାରୀ ଓ ନକଲି ସାର କାରବାର ରୋକିବା ପାଇଁ ମାର୍କଫେଡ୍ ଅଧିକାରୀମାନେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାର ବଣ୍ଟନ କାରବାରକୁ ସୁନିୟନ୍ତ୍ରିତ କରିବାକୁ କୃଷି, ରାଜସ୍ୱ ଏବଂ ପୁଲିସ ବିଭାଗକୁ ନେଇ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇଛି। ସାର ଖୁଚୁରା ବିକ୍ରେତା ଏବଂ ପାଇକାରୀ ବିକ୍ରେତା ପଏଣ୍ଟଗୁଡ଼ିକର ଅଚାନକ ଯାଞ୍ଚ ଏବଂ ବେଆଇନ କାର୍ଯ୍ୟ ରୋକିବାକୁ ପଦକ୍ଷେପ ନିଆଯାଇଛି। ଏଥି ମଧ୍ୟରେ ରାଜ୍ୟରେ ୧୯୯୩ ଖୁଚୁରା ବିକ୍ରେତା ପଏଣ୍ଟ ଯାଞ୍ଚ କରି ୪୨୭ ଖୁଚୁରା ବିକ୍ରେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ୮ ଟି ମାମଲାରେ ବିକ୍ରୟ ବନ୍ଦ ନୋଟିସ୍ ଜାରି କରାଯାଇଥିବା ବେଳେ ଏଫ୍‌ସିଓ ନିୟମ ଉଲ୍ଲଂଘନ ପାଇଁ ୨୫ ଟି ଡିଲର ଲାଇସେନ୍ସକୁ ବାତିଲ କରାଯାଇଛି।
    ଚଳିତ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ୫୮.୫୦ ଲକ୍ଷ ହେକ୍ଟର ଜମିରେ ଖରିଫ ଫସଲ ପାଇଁ ଯୋଜନା କରାଯାଇଛି I ଏଥି ମଧ୍ୟରୁ ୩୪.୯୪ ଲକ୍ଷ ହେକ୍ଟର ଧାନ ଏବଂ ୨୩.୫୬ ଲକ୍ଷ ହେକ୍ଟର ଅଣଧାନ ଅନ୍ତର୍ଭୁକ୍ତ। ଭାରତ ସରକାର ସମଗ୍ର ଖରିଫ ଋତୁ ପାଇଁ ରାଜ୍ୟକୁ ବିଭିନ୍ନ ଗ୍ରେଡ୍‌ର ୯.୫୫ ଲକ୍ଷ ମେଟ୍ରିକ୍‌ ଟନ୍ ସାର ଆବଣ୍ଟନ କରିଛନ୍ତି। ଖରିଫ ଚାଷ ପୂର୍ବରୁ ରାଜ୍ୟ ସରକାର ମାର୍କଫେଡ୍, ପ୍ୟାକ୍ସ, ଲ୍ୟାମ୍ପସ୍‌ ଖୁଚୁରା ଡିଲରମାନଙ୍କ ପାଖରେ ବିଭିନ୍ନ ସାର ଉପଲବ୍ଧ କରାଇବା ପାଇଁ ପଦକ୍ଷେପ ନେଇଛନ୍ତି । ଏବେ ସୁଦ୍ଧା ମୋଟ ୭.୯୪ ଲକ୍ଷ ମେଟ୍ରିକ୍ ଟନ୍ ସାର ମିଳିଛି। ୩.୬୫ ଲକ୍ଷ ମେଟ୍ରିକ ଟନ୍ ବିଭିନ୍ନ ପ୍ରକାର ସାର ଚାଷୀମାନଙ୍କୁ ବିକ୍ରୟ କରାଯାଇସାରିଛି। ବିଭିନ୍ନ ଜିଲ୍ଲାରେ ୪.୨୪ ଲକ୍ଷ ମେଟ୍ରିକ ଟନ୍ ସାର ଉପଲବ୍ଧ ଅଛି। ଏହା ବ୍ୟତୀତ ୨୩,୫୮୯ ମେଟ୍ରିକ ଟନ୍ ସାର ଖୁବ୍‌ଶୀଘ୍ର ବିଭିନ୍ନ ଜିଲ୍ଲାରେ ପହଞ୍ଚିବା ପାଇଁ ପରିବହନରେ ଅଛି। ମାର୍କଫେଡ୍‌କୁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଣ କରିବାକୁ ସାର ନିର୍ମାତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଷ୍ଟକ୍ ସ୍ଥିତି ଏବଂ ଆବଶ୍ୟକତା ଅନୁସାରେ ପ୍ୟାକ୍ସ / ଲ୍ୟାମ୍ପସଗୁଡ଼ିକୁ ବିଭିନ୍ନ ଗ୍ରେଡ୍‌ର ସାର ଉପଲବ୍ଧତା ସୁନିଶ୍ଚିତ କରିବାକୁ ମାର୍କଫେଡ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ୨୦୨୪ ଖରିଫରେ ଏହି ସମୟ ମଧ୍ୟରେ ରାଜ୍ୟରେ ୭.୭୧ ଲକ୍ଷ ମେଟ୍ରି୍‌କ ଟନ୍ ସାର ଉପଲବ୍ଧ ଥିଲା। ଏହି ବର୍ଷ ଅଧିକ ସାର ଉପଲବ୍ଧ ଅଛି ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    90 %
    1.3kmh
    2 %
    Thu
    22 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ