Thursday, September 19, 2024
25.2 C
Odisha

    ଖାଦ୍ୟରୁ ଶର୍କରା କମାନ୍ତୁ , ସୁସ୍ଥ ରୁହନ୍ତୁ

    ଆଗକୁ ପଢନ୍ତୁ

    ଶର୍କରା ଏକ କାର୍ବୋହାଇଡ୍ରେଟ । ଅନ୍ୟ ସବୁ କାର୍ବୋହାଇଡ୍ରେଟ ପରି ଏହା ଆମ ଶରୀର ପାଇଁ ଶକ୍ତିର ଏକ ଉତ୍ସ ଅଟେ । ଆମ ଶରୀର ମଧ୍ୟରେ ସୁଗାରର ବ୍ରେକ ଡାଉନ ଘଟି ଗ୍ଲୁକୋଜ ତିଆରି ହୋଇଥାଏ ଯାହା ଶରୀର କୁ ଶକ୍ତି ଯୋଗାଏ । ଆମେ ଖାଉଥିବା ଖାଦ୍ୟରେ ଭିନ୍ନ ଭିନ୍ନ ପ୍ରକାରର ଶର୍କରା ଉପଲବ୍ଧ । କିଛି ପ୍ରାକୃତିକ ଶର୍କରା ରହିଛି ଯାହା ଆମକୁ ବିଭିନ୍ନ ପ୍ରକାରର ଫଳ ଓ କ୍ଷୀର ଜାତୀୟ ପଦାର୍ଥରୁ ମିଳିଥାଏ । ଏହି ପ୍ରକାର ଶର୍କରାକୁ ଆବଶ୍ୟକ ପରିମାଣରେ ଖାଇଲେ ଆମ ସ୍ୱାସ୍ଥ୍ୟ ପ୍ରତି ହିତକର ହୋଇଥାଏ । ମାତ୍ର ଅନ୍ୟ କିଛି ସୁଗାର ଯାହାକୁ ଆଡେଡ଼ ସୁଗାର ବା କୃତ୍ରିମ ଶର୍କରା ବୋଲି କୁହାଯାଏ । ତାହା ଅନେକ ସମୟରେ ଆମ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ସାବ୍ୟସ୍ତ ହୁଏ । ବିଶେଷ କରି ଆମେ ଖାଉଥିବା ଚିନି ତଥା ବଜାରରେ ମିଳୁଥିବା ଅନ୍ୟ ମିଠା ଦ୍ରବ୍ୟରୁ ଏହି ଆଡେଡ଼ ସୁଗାର ଆମ ଶରୀର ମଧ୍ୟକୁ ଯାଇ ରକ୍ତରେ ଶର୍କରା ର ପରିମାଣ କୁ ବଢାଇ ଦେଇଥାଏ । ଯାହା ଫଳରେ ମଧୁମେହ ଭଳି ରୋଗ ହେବାର ସମ୍ଭାବନା ବଢି ଯାଇଥାଏ । ଏହିପରି ଶର୍କରା ଜାତୀୟ ଖାଦ୍ୟକୁ ଖାଇବା ଅତ୍ୟନ୍ତ କ୍ଷତିକାରକ ତେଣୁ ପ୍ରତିଦିନର ଭୋଜନରୁ କୃତ୍ରିମ ଶର୍କରା କୁ ବାଦ ଦେବା ନିହାତି ଜରୁରୀ । ଆଜି ଆସନ୍ତୁ ଜାଣିବା, ଏହି କୃତ୍ରିମ ଶର୍କରା କୁ ଖାଦ୍ୟରୁ ବାଦ ଦେଲେ ଆମକୁ କଣ ସବୁ ଫାଇଦା ମିଳିଥାଏ ।

    1. ଅସ୍ଵାସ୍ଥ୍ୟକର ଓଜନ ବୃଦ୍ଧି ହୁଏ ନାହିଁ : ଚିନି ତଥା ଅନ୍ୟ କୃତ୍ରିମ ଶର୍କରା ଜାତୀୟ ଖାଦ୍ୟରେ ପ୍ରଚୁର ପରିମାଣରେ କ୍ୟାଲୋରି ରହିଥାଏ । ଏସବୁ ଖାଇବା ଦ୍ବାରା ଭୋକ ବଢିଥାଏ ଏବଂ ଆମେ ଅଧିକ ଭୋଜନ କରିଥାନ୍ତି । ଯାହାଫଳରେ ଅତ୍ୟଧିକ ଓଜନ ବୃଦ୍ଧି ହୁଏ । ମାତ୍ରାଧିକ ଶର୍କରା ଖାଇବା ବନ୍ଦ କରିଦେଲେ ଏପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡି ନଥାଏ ।
    2. ତ୍ଵଚାର ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଯାଏ : ଅତ୍ୟଧିକ ସୁଗାର ଖାଇବା ଫଳରେ ତ୍ଵଚା ରେ ବ୍ରଣ ଓ ଦାଗ ଭଳି ସମସ୍ୟା ଦେଖାଯାଏ । ଯଦି ଆପଣ ସୁଗାର ଇଣ୍ଟେକ କମ କରୁଛନ୍ତି, ତେବେ ଏହି ସବୁ ସମସ୍ୟାରୁ ଦୂରରେ ରହିବା ସହ ଏକ ସୁନ୍ଦର ତ୍ଵଚା ର ଅଧିକାରୀ ହୋଇ ପାରିବେ ।
    3. ହୃଦରୋଗ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ : ଯେତେବେଳେ ଆପଣ ଖାଦ୍ୟରୁ ଅତିରିକ୍ତ ଶର୍କରାକୁ ହ୍ରାସ କରନ୍ତି ଏହା ଆପଣଙ୍କ ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ କମ କରେଏବଂ ଅତ୍ୟଧିକଚର୍ବିସୃଷ୍ଟି ହେବାକୁ ଦିଏ ନାହିଁ । ଏହାଫଳରେ ହୃଦରୋଗ ଜନିତ ସମସ୍ୟାର ମାତ୍ରା କମିଯାଏ ।
    4. ଦାନ୍ତ ର ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଯାଏ : ଅତ୍ୟଧିକ ଶର୍କରା ଜାତୀୟ ଖାଦ୍ୟ ଖାଇବା ଫଳରେ ଦନ୍ତକ୍ଷୟ ଓ ଦାନ୍ତରେ ଅନ୍ୟାନ୍ୟ ସଂକ୍ରମଣ ହେବାର ଆଶଙ୍କା ବଢିଯାଏ । ଶର୍କରାକୁ କମ୍ କରିବା ଦ୍ୱାରା ଦାନ୍ତ ଜନିତ ସମସ୍ୟା ଧୀରେ ଧୀରେ କମିବା ସହ ଏହାକୁ ରୋକା ଯାଇପାରିବ।
    5. ମାନସିକତାରେ ଉନ୍ନତି ପରିଲକ୍ଷିତ ହୁଏ : ଚିନି ସେବନ କରିବା ଦ୍ୱାରା ରକ୍ତର ଗ୍ଲୁକୋଜ୍ ସ୍ତର ଉପରେ ଏହାର ପ୍ରଭାବ ପଡ଼ିଥାଏ । ଏହି କାରଣରୁ ମୁଡ୍ ସୁଇଙ୍ଗ୍ସ୍ ହୋଇପାରେ । ଆପଣଙ୍କ ଖାଦ୍ୟରୁ ଚିନି କୁ ବାଦ ଦେବା ଫଳରେ ରକ୍ତରେ ଶର୍କରା ସ୍ତର ସ୍ଥିର ରହିଥାଏ, ଯାହା ଅଧିକ ସନ୍ତୁଳିତ ମୁଡ୍ ରଖିବାରେ ସାହାଯ୍ୟ କରେ ତଥା ଚିଡ଼ଚିଡ଼ାପଣ ଓ ଚିନ୍ତାର ଆଶଙ୍କାକୁ ହ୍ରାସ କରିଥାଏ ।

    ଏହିସବୁ କାରଣରୁ ଆମେ ଖାଦ୍ୟରୁ ଶର୍କରାର ପରିମାଣକୁ କମ କରିବା ନିହାତି ଆବଶ୍ୟକ । ଏପରି କରିବା ଦ୍ଵାରା ଆମେ ଏକ ଉନ୍ନତ ସ୍ୱାସ୍ଥ୍ୟ ର ଅଧିକାରୀ ହୋଇ ପାରିବା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ