Friday, April 3, 2026
39 C
Odisha

    ଖୁବ୍‌ଶୀଘ୍ର ମାଗଣା ‘୧୦୯’ ଶବ ବାହନ ସେବା : ରାଜ୍ୟ ସରକାର

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାଜ୍ୟ ସରକାର ଖୁବ୍‌ଶୀଘ୍ର ମାଗଣା ‘୧୦୯’ ଶବ ବାହନ ସେବା ଆରମ୍ଭ କରିବେ। ଏହି ସେବା ୧୦୮ ଆମ୍ବୁଲାନ୍ସ ସେବାର ଆଦର୍ଶରେ ପରିଚାଳିତ ହେବ ଏବଂ ଏହା ସମ୍ପୂର୍ଣ୍ଣ ମାଗଣା ହେବ। ଏନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ମାଗଣା ଆମ୍ବୁଲାନ୍ସ ସେବା ପରି ସରକାରଙ୍କ ପକ୍ଷରୁ ମାଗଣା ଶବ ଗାଡ଼ି ସେବା ଆରମ୍ଭ କରାଯିବ। ଏନେଇ ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ ଘୋଷଣା କରିଥିବାବେଳେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରାଜ୍ୟରେ ମାଗଣା ଶବ ଗାଡ଼ି ସେବାର ପରିଚାଳନା ପାଇଁ ଏକ ସୁଚିନ୍ତିତ ନିୟମାବଳୀ ପ୍ରସ୍ତୁତ କରିବ। ଏନେଇ ଆସନ୍ତା ଜୁଲାଇ ୨ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ ସ୍ମିତା ବିଶ୍ବାଳଙ୍କ ପକ୍ଷରୁ ଜାରି ହୋଇଥିବା ଏକ ପତ୍ରରେ ଗୃହ, ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ, ଅର୍ଥ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତଥା ପ୍ରମୁଖ ସଚିବମାନଙ୍କୁ ଏହି ବୈଠକରେ ଉପସ୍ଥିତ ରହିବାକୁ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ