Sunday, February 22, 2026
29.5 C
Odisha

    ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି ରଜନୀକାନ୍ତଙ୍କ ‘ଜେଲର ୨’ ଫିଲ୍ମ, ମୁଖ୍ୟ ଖଳନାୟକ ଭାବେ ନଜର ଆସିବେ ଏହି ଅଭିନେତା

    ଆଗକୁ ପଢନ୍ତୁ

    ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଜେଲର ୨’କୁ ନେଇ ପ୍ରଶଂସକମାନେ ଉତ୍ସାହିତ ରହିଛନ୍ତି । ଏବେ ‘ଜେଲର ୨’ରେ ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଅଭିନେତାଙ୍କ ନାଁ ପ୍ରକାଶ ପାଇଛି । ଶାହରୁଖ ଖାନଙ୍କ ସିନକୁ ନେଇ ମଧ୍ୟ  ବଡ଼ ଅପଡେଟ୍ ଆସିଛି ।

    ନେଲସନ୍ ଦିଲୀପ କୁମାରଙ୍କ ନିର୍ଦ୍ଦେଶିତ ଏବଂ ରଜନୀକାନ୍ତଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ସିକ୍ୱେଲ୍‌ରେ ଜତିନ୍ ସରନା ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରୁଛନ୍ତି । ସେ ଗତ ଅଗଷ୍ଟରେ ତାଙ୍କ ଭୂମିକାର ସୁଟିଂ କରିଥିଲେ । ଜତିନ୍ ସରନା ଏହି ଭୂମିକାକୁ ତାଙ୍କ କ୍ୟାରିଅର୍‌ର ବଡ଼ ମୋଡ଼ ବୋଲି କହିଛନ୍ତି । ସେଟରେ ରଜନୀକାନ୍ତଙ୍କ ସହିତ ତାଙ୍କର ଏକ ଫଟୋ ଫ୍ୟାନ୍ସଙ୍କ ମଧ୍ୟରେ ଏକ୍ସାଇଟମେଣ୍ଟକୁ ବଢାଇଦେଇଛି ।

    ଜତିନ୍ ସରନା ନେଗେଟିଭ୍ ସିକ୍ବେଲ୍ କାହାଣୀ ଆଗକୁ ବଢାଇଛନ୍ତି । ତାଙ୍କୁ ରଜନୀକାନ୍ତଙ୍କ ଚରିତ୍ରର ସିଧାସଳଖ ବିପକ୍ଷରେ ରଖିବ ।”ସାକ୍ରେଡ୍ ଗେମ୍ସ” ସିରିଜରେ ତାଙ୍କର ଚମତ୍କାର ଅଭିନୟ ପାଇଁ ଜଣାଶୁଣା ଏହି ଅଭିନେତା ଏହି ଫିଲ୍ମ ସହିତ ଏକ ବହୁତ ବଡ଼ କମର୍ସିଆଲ ସ୍ପେଶରେ ପାଦ ରଖିଛନ୍ତି । ଏହି ଫିଲ୍ମରେ ରାମ୍ୟା କୃଷ୍ଣନ୍, ଯୋଗୀ ବାବୁ, ଶିବରାଜକୁମାର ଏବଂ ବିନାୟକନ୍ ସମେତ ଅନେକ ଅଘୋଷିତ କଳାକାର ଅଭିନୟ କରିବେ ବୋଲି କୁହାଯାଉଛି । “ଜେଲର ୨” ଜୁନ୍ ୨୦୨୬ ରେ ରିଲିଜ ହେବ ବୋଲି ଅନୁମାନ କରାଯାଉଛି । ଏଥିସହିତ ଏହା ବକ୍ସ ଅଫିସରେ ଧମାକା କରିବ ବୋଲି ଆଶା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    26 %
    1.7kmh
    0 %
    Sun
    34 °
    Mon
    35 °
    Tue
    34 °
    Wed
    34 °
    Thu
    35 °

    ସମ୍ବନ୍ଧିତ