Saturday, January 31, 2026
16.3 C
Odisha

    ଖୁସି ଖବର: ଦମନକୁ ଜାତୀୟ ପୁରସ୍କାର

    ଆଗକୁ ପଢନ୍ତୁ

    ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର। ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଦମନ ପୁରସ୍କୃତ ହୋଇଛି। ଦିଲ୍ଲୀ ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରୁଛନ୍ତି। ବିଭିନ୍ନ ବର୍ଗରେ ମନୋନୀତ ଫିଲ୍ମ, ଅଭିନେତା, ଅଭିନେତ୍ରୀ, ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀଙ୍କୁ ସମ୍ମାନିତ କରୁଛନ୍ତି ରାଷ୍ଟ୍ରପତି। ଦମନ ଫିଲ୍ମ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ଦମନର ପ୍ରଯୋଜକ ଓ ୨ ନିର୍ଦ୍ଦେଶକ। ଫିଲ୍ମର ପ୍ରଯୋଜକ ଦୀପେନ୍ଦ୍ର ସାମଲଙ୍କୁ ମିଳିଛି ପୁରସ୍କାର। ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ମଧ୍ୟ ପୁରସ୍କୃତ ହୋଇଛନ୍ତି।

    ସୂଚନାଥାଉ କି, ନବାଗତ ଦୀପେନ୍ଦ୍ର ସାମଲଙ୍କ ପ୍ରଯୋଜିତ ଏବଂ ଦେବୀ ପ୍ରସାଦ ଲେଙ୍କା ଓ ବିଶାଳ ମୌର୍ଯ୍ୟଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ‘ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର’ ଭାବେ ପୁରସ୍କୃତ ହେବାକୁ ଘୋଷଣା ହୋଇଛି। ଉକ୍ତ ଚିତ୍ରଟିକୁ ପୂର୍ବରୁ ରାଜ୍ୟ ସରକାର ଟିକସମୁକ୍ତ କରିଥିଲେ। ଏହାର ମୁଖ୍ୟ ଚରିତ୍ରରେ ବାବୁସାନ ମହାନ୍ତି ଓ ଦ୍ୱୀପାନ୍ବିତ ଦାଶମହାପାତ୍ର ଅଭିନୟ କରିଛନ୍ତି।
    ସିନେମା ‘ଦମନ’ର କଥାବସ୍ତୁ ହେଲା-ମ୍ୟାଲେରିଆ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଦୁର୍ଗମ ଅଞ୍ଚଳରେ ‘ଦମନ’ ନାମରେ ଏକ ଯୋଜନା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିଲା। ଏହି ଯୋଜନାରେ ସ୍ବତନ୍ତ୍ର ଭାବେ ମ୍ୟାଲେରିଆ କ୍ୟାମ୍ପ କରାଯାଇ ଏହାର ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଓଡ଼ିଶାରେ ସଚେତନତାର ବାର୍ତ୍ତା ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସାଧାରଣ ବ୍ୟକ୍ତିବିଶେଷଙ୍କ ପାଖରେ ପହଞ୍ଚତ୍ବା ଦରକାର। ଜନ ସଚେତନତା ସିନେମା ମାଧ୍ୟମରେ ହେଲେ ଏହା ଉଭୟ ସମାଜ ଏବଂ ବ୍ୟକ୍ତିବିଶେଷଙ୍କ ଠାରେ ବିଶେଷ ପ୍ରଭାବ ପକାଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    16.3 ° C
    16.3 °
    16.3 °
    85 %
    1.8kmh
    70 %
    Sat
    31 °
    Sun
    31 °
    Mon
    32 °
    Tue
    32 °
    Wed
    32 °

    ସମ୍ବନ୍ଧିତ