Friday, April 3, 2026
33.6 C
Odisha

    ଗଣେଶ ଭସାଣିକୁ କେନ୍ଦ୍ରକରି ଗାଁ ଦାଣ୍ଡରେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

    ଆଗକୁ ପଢନ୍ତୁ

    ଗଞ୍ଜାମ  : ଗାଁ ଦାଣ୍ଡରେ ଯୁବକଙ୍କୁ ପିଟିପିଟି ହତ୍ୟା । ଗଣେଶ ପୂଜା ଭସାଣିକୁ କେନ୍ଦ୍ରକରି ହତ୍ୟା ଅଭିଯୋଗ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଘଟଣା ।  ମୃତ ଯୁବକ  ପି.ଜଗନ୍ନାଥପୁର ଗାଁର ଚନ୍ଦନ ବିଷୋୟୀ ।  ସେ କଙ୍କରଡ଼ା ଗାଁରେ ମାମୁଁ ଘରେ ରହୁଥିଲେ।  ଗତକାଲି ଗୋଠଗାଁରେ ଗଣେଶ ଭସାଣି ଥିବା ବେଳେ ବିଳମ୍ବିତ ରାତିରେ ଚନ୍ଦନ କିଛି ଯୁବକ ସହ ଗୋଠଗାଁ ସରପଞ୍ଚ କୃଷ୍ଣ ସୁଆଁସିଆଙ୍କ ଘର ସମ୍ମୁଖରେ ପାଟି ତୁଣ୍ଡ କରିଥିଲେ। ପରେ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା  ।

    ଚନ୍ଦନଙ୍କୁ ଛୁରାରେ ଆକ୍ରମଣ କରିବା ସହ  ଲୁହାରଡ଼ରେ ପିଠି ପିଟି ହତ୍ୟା କରାଯାଇଛି । ଘଟଣାସ୍ଥଳରେ ମୃତଦେହକୁ ଜବତ କରି ହିଞ୍ଜିଳି ମେଡିକାଲ ସ୍ଥାନାନ୍ତର କରିବା ସହ ତଦନ୍ତ କରୁଛି ପୋଲିସ । ଗତକାଲି ଡେଙ୍ଗାପଦର ଗାଁରେ ହରେକୃଷ୍ଣ ପାଣିଗ୍ରାହୀ  ନାମକ ଯୁବକଙ୍କୁ ତାଙ୍କ ପଡ଼ୋଶୀ ପିଟି ପିଟି ହତ୍ୟା କରିଥିଲା । ୨୪ ଘଣ୍ଟାରେ ଦୁଇ ଦୁଇଟି ହତ୍ୟାକାଣ୍ଡ ହିଞ୍ଜିଳିକାଟୁରେ ଚାଞ୍ଚଲ୍ୟ ଖେଳାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ