Saturday, December 20, 2025
13.6 C
Odisha

    ଗତକାଲି କାଠଯୋଡ଼ିରେ ଗାଧୋଇବା ବେଳେ ଦୁଇ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ: ଆଜି ମିଳିଲା ଆଉ ଏକ ମୃତଦେହ

    ଆଗକୁ ପଢନ୍ତୁ

    କଟକ : କଟକ ସିଡିଏ ସେକ୍ଟର ୧୧ ନିକଟରେ ଗତକାଲି କାଠଯୋଡ଼ିରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଦୁଇଜଣ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା। ଗତକାଲି ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ହେଲେ ଅନ୍ୟ ଜଣେ ନିଖୋଜ ଥିଲେ। ଆଜି ସକାଳେ ଅନ୍ୟ ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି। ସିଡିଏସ୍ଥିତ ବୀରେନ୍ ମିତ୍ର ପାର୍କ ନିକଟକୁ ଗତକାଲି ୪ ଜଣ ଯୁବ ଇଂଜିନିୟର ଗାଧୋଇବାକୁ ଯାଇଥିଲେ। ମୃତ ଓ ନିଖୋଜ ଯୁବକ ଦ୍ବୟ ମହାରାଷ୍ଟ୍ରର ନିବାସୀ ଥିଲେ। ଏମାନେ କଟକ ଏସ୍ସିବିର ନିର୍ମାଣାଧୀନ କାମରେ ନିୟୋଜିତ ଥିଲେ। ତେଣୁ ପାଣିର ଗଭୀରତା ସଂପର୍କରେ ଅବଗତ ନଥିଲେ। ନିଖୋଜ ଯୁବକଙ୍କୁ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଥିବା ବେଳେ ଆଜି ମୃତଦେହ ଉଦ୍ଧାର କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.6 ° C
    13.6 °
    13.6 °
    48 %
    1.5kmh
    0 %
    Fri
    13 °
    Sat
    26 °
    Sun
    27 °
    Mon
    27 °
    Tue
    28 °

    ସମ୍ବନ୍ଧିତ