Thursday, February 12, 2026
15.2 C
Odisha

    ଗନ୍ଧମାର୍ଦ୍ଦନ ହେବ ନକ୍ସଲ ମୁକ୍ତ, ଏବେ ଓଡ଼ିଶା ପୋଲିସର ଟାର୍ଗେଟରେ ମାଓବାଦୀ

    ଆଗକୁ ପଢନ୍ତୁ

    ବରଗଡ: ଗନ୍ଧମାର୍ଦ୍ଦନ ହେବ ନକ୍ସଲ ମୁକ୍ତ । ବରଗଡ ଜିଲ୍ଲାର ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାହାଡ଼ ଜଙ୍ଗଲ ହେବ ମାଓ ମୁକ୍ତ । ଏବେ ଓଡ଼ିଶା ପୋଲିସର ଟାର୍ଗେଟରେ ଗନ୍ଧମାର୍ଦ୍ଦନ ପାହାଡରେ ଲୁଚି ରହିଥିବା ମାଓବାଦୀ । ହିଂସା ଛାଡି ଆତ୍ମ ସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରେସ ମିଟ ମାଧ୍ୟମରେ ବାର୍ତ୍ତା ଦେଲେ ଆଣ୍ଟି ନକ୍ସଲ ଅପରେସନର ଅତିରିକ୍ତ ଡିଜି ସଞ୍ଜୀବ ପଣ୍ଡା । ମାର୍ଚ୍ଚ ୩୧ ସୁଦ୍ଧା ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାକୁ ମାଓମୁକ୍ତ କରିବା ପାଇଁ ରଣ କୌଶଳ ପ୍ରସ୍ତୁତ କରିଛି ପୋଲିସ୍ ।

    ଆଣ୍ଟି ନକ୍ସଲ ଅପରେସନର ଅତିରିକ୍ତ ଡିଜି ସଞ୍ଜୀବ ପଣ୍ଡା,ଆଇଜି ଦୀପକ କୁମାର , ଆଇଜି ହିମାଂଶୁ ଲାଲ , ଡିଆଇଜି SIW ଅଖିଳେଶ୍ୱର୍ ସିଂ, ବରଗଡ଼ ଓ ବଲାଙ୍ଗୀର ଏସପିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରି ରଣ କୌଶଳ ପ୍ରସ୍ତୁତ କରିଛି ପୋଲିସ୍ । ଗନ୍ଧମାର୍ଦ୍ଦନ ଅଞ୍ଚଳରେ BBM ଡିଭିଜିନର ମାଓବାଦୀ ରହିଥିବା ବେଳେ ଏଥିପାଇଁ CRPF ଓ SOG ଟିମ୍ କୁ ନିୟୋଜିତ କରାଯିବ। ହିଂସା ଛାଡି ଆତ୍ମ ସମର୍ପଣ କରିବାକୁ ଅପିଲ କରିଛନ୍ତି ଆଣ୍ଟି ନକ୍ସଲ ଅପରେସନର ଅତିରିକ୍ତ ଡିଜି ସଞ୍ଜୀବ ପଣ୍ଡା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.2 ° C
    15.2 °
    15.2 °
    66 %
    0.9kmh
    3 %
    Thu
    32 °
    Fri
    32 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ