ଅନୁଗୁଳ : ଫାଶୀ ଦଣ୍ଡାଦେଶ ପରେ ନିର୍ଦ୍ଦୋଷରେ ଖଲାସ । ଟ୍ରିପଲ ମର୍ଡର ଘଟଣାରେ ଗିରଫ ଦୁଇ ନିର୍ଦ୍ଦୋଷଙ୍କୁ ମିଳିଲା ନ୍ୟାୟ । ୨୦୧୭ ମସିହାରେ ଆଠମଲ୍ଲିକ କିଶୋରନଗର ଥାନା ଗମ୍ଭାରୀମଳିହା ଟ୍ରିପଲ୍ ମର୍ଡର ଘଟଣାରେ ପ୍ରକାଶ ବେହେରା ଓ ନନ୍ଦ କିଶୋର ସେଠୀଙ୍କୁ ଗିରଫ କରିଥିଲା ପୋଲିସ । ଆଠମଲିକ ଅତରିକ୍ତ ଜିଲ୍ଲା ଦୌରାଜଜ ଉଭୟ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।
ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଉଭୟ । ଶେଷରେ ଅନୁଗୋଳ ଜେଲରେ ୧୦ ମାସ ଓ ଆଠମଲ୍ଲିକ ଜେଲରେ ୭ ବର୍ଷ ସଜ୍ଜା କାଟିବା ପରେ ଏବେ ଦୁଇଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ୨୦୧୭ରେ ବିରଞ୍ଚି ନାୟକଙ୍କ ସ୍ତ୍ରୀ ତରଣୀ ନାୟକଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା।
ଏଥିସହ ବିରଞ୍ଚି ଓ ତାଙ୍କ ୪ ବର୍ଷର ପୁଅ ନିଖୋଜ ହୋଇଯାଇଥିଲେ । ଏନେଇ କିଶୋରନଗର ଥାନାରେ ବିରଞ୍ଚିଙ୍କ ଭାଇ ଅଭିଯୋଗ କରିଥିଲେ। ତଦନ୍ତ କରି ଠାକୁରଗଡ଼ ଥାନା ପୋକଣ୍ଡା ଜଙ୍ଗଲରୁ ବିରଞ୍ଚିଙ୍କ ମୃତଦେହ ଓ ବିରିପଡ଼ିଆ ଜଙ୍ଗଲରୁ ପୁଅର ମୃତଦେହ ଉଦ୍ଧାର ହୋଇଥିଲା। ଟ୍ରିପଲ ମର୍ଡର ଘଟଣାରେ ପ୍ରକାଶ ବେହେରା ଓ ନନ୍ଦ କିଶୋର ସେଠୀଙ୍କୁ ଗିରଫ କରିଥିଲା ପୋଲିସ ।