Thursday, April 23, 2026
41.5 C
Odisha

    ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ। ମୃତ ଦୁଇ ଭଉଣୀ ହେଲେ ଗୋପ ମଲ୍ଲିକଙ୍କ ଝିଅ ମୋହିନୀ କୁମାରୀ ମଲ୍ଲିକ ଓ ପ୍ରଶାନ୍ତ ମଲ୍ଲିକଙ୍କ ଝିଅ ସ୍ବର୍ଣ୍ଣପ୍ରଭା ମଲ୍ଲିକ । ସୂଚନା ମୁତାବକ ରାହାସ ଗୁହାଳି ଗାଁ ନାଳ ର ହନୁମନ୍ତିଆ ଗଣ୍ଡରେ ଦୁଇ ଭଉଣୀ ଗାଧେଇବା କୁ ଯାଇଥିବା ବେଳେ କୌଣସି କାରଣରୁ ଗୋଡ଼ ଖାସି ଯିବାରୁ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ଦୀର୍ଘ ସମୟ ଧରି ଖୋଜା ଖୋଜି କରିବା ପରେ ଉଭୟଙ୍କୁ ଉଦ୍ଧାର କରି ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଅଳକୁଣ୍ଡ ପୋଲିସ ମୃତ ଶରୀରକୁ ଜବତ କରି ବ୍ୟବଛେଦ ପାଇଁ ଜିଲା ମୁଖ୍ୟ ଚିକିସ୍ଛାଳୟ ପଠାଇ ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    41.5 ° C
    41.5 °
    41.5 °
    8 %
    4.4kmh
    100 %
    Thu
    41 °
    Fri
    43 °
    Sat
    43 °
    Sun
    44 °
    Mon
    45 °

    ସମ୍ବନ୍ଧିତ