Saturday, July 27, 2024
24.6 C
Odisha

    ଏହି କାରଣ ଯୋଗୁ ରାତି ଅଧରେ ଭୁଲ ମାଗିଲେ ସମ୍ବିତ ପାତ୍ର

    ଆଗକୁ ପଢନ୍ତୁ

    ପୁରୀ: ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଭକ୍ତ କହିଥିବାରୁ ଭୁଲ ମାଗିଛନ୍ତି । ସେ କହିଛନ୍ତି ଯେ, ଏହି ଭୁଲର ପ୍ରାୟଶ୍ଚିତ କରିବା ପାଇଁ ମୁଁ ୩ ଦିନ ଉପବାସ ରହିବି ।


    ବିଜେପି ନେତା ସମ୍ବିତ ପାତ୍ର ଭୁଲ ମାଗିବାର ଭିଡିଓ ସୋସିଆଲ ମିଡିଆ ଏକ୍ସରେ ରାତି ୧ଟାରେ ସେୟାର କରିଛନ୍ତି । ସେ ଏଥିରେ ଲେଖିଛନ୍ତି ଯେ, ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ମୋ ପକ୍ଷେ ଭୁଲ ହୋଇଯାଇଛି, ଏହି ବିଷୟକୁ ନେଇ ମୁଁ ଦୁଃଖିତ । ମୁଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଦ ତଳେ ମୁଣ୍ଡ ନୁଆଇଁ କ୍ଷମା ପ୍ରାର୍ଥନା କରିବାକୁ ଚାହୁଁଛି । ନିଜର ଏହି ଭୁଲକୁ ସୁଧାରିବା ପାଇଁ ଏବଂ ପ୍ରାୟଶ୍ଚିତ କରିବା ଲାଗି ମୁଁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ଉପବାସ ରହିବି । ସେ କହିଛନ୍ତି, ମୋ ମୁହଁରୁ ଭୁଲରେ ଏହି କଥା ବାହାରିଯାଇଥିବାରୁ ମୋ ଦ୍ୱାରା ଭୁଲ ହୋଇଯାଇଛି । ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବିତ ପାତ୍ରଙ୍କର ଏହି ଭୁଲକୁ ନେଇ ବର୍ଷିଥିଲେ, ଏହା ପରେ ସମ୍ବିତ ପାତ୍ର କହିଥିଲେ ଯେ, ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ର ସଫଳତା ପରେ ମୁଁ ଅନେକ ମିଡିଆ ଚ୍ୟାନେଲକୁ ବିବୃତ୍ତି ଦେଇଥିଲି । ଏହି ସମୟରେ ମୁଁ ସବୁଠାରେ କହିଥିଲି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଭଗବାନ ଜଗନ୍ନାଥଙ୍କର ଭକ୍ତ, ହେଲେ ମୁଁ ଗୋଟିଏ ସ୍ଥାନରେ ଓଲଟା କହିଦେଇଥିଲି । ଆପଣ ଜାଣିଥିବେ ବେଳେ ବେଳେ ପାଟିରୁ କଥା ଭୁଲରେ ବାହାରିଯାଏ, ସେଥିପାଇଁ ଏହାକୁ ଆପଣ ପ୍ରସଙ୍ଗ କରନ୍ତୁ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ