Saturday, July 12, 2025
24.4 C
Odisha

    ଗାଈ ସେବାରେ ସାଧୁ, ଗୋମାତାଙ୍କୁ ପୂଜା କଲେ ମିଳିଥାଏ କୋଟି ଜନ୍ମର ପୂଣ୍ୟ

    ଆଗକୁ ପଢନ୍ତୁ

    ନୟାଗଡ   :  ପାହାଡ଼ ଜଙ୍ଗଲ ଘେରା ଅଞ୍ଚଳ ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ । ଦଶପଲ୍ଲା ବ୍ଲକ ଆଦିବାସୀ ଅଧ୍ୟୁଷିତ ଗାଁ ହେଉଛି ମର୍ଦ୍ଦାବାଡି । ଏଠାରେ ପାହାଡ଼ ତଳେ ରହିଛି ଗୋଶାଳା ।   ଦଶପଲ୍ଲା ଗୋଶାଳାରେ ଚାଲିଛି ସାଧୁଙ୍କ ଗୋମାତା ସେବା । କୌଣସି ଗୋଟିଏ ବି ଗାଇ ବନ୍ଧା ହୋଇନାହାନ୍ତି । ଗୋଟି ଗୋଟି କରି ସବୁ ଗାଈଙ୍କ ସେବା କରୁଛନ୍ତି ସାଧୁମାନେ । କିଏ ଗାଈଙ୍କୁ ଖୁଆଇ ଦେଉଛି ତ କି ଗାଈଙ୍କୁ ଆଉଁଷି ଦେଉଛି । ସାଧୁମାନେ ଅତି ନିଷ୍ଠାର ସହ ଗୋସେବାରେ ଲାଗି ପଡ଼ିଛନ୍ତି । ହିନ୍ଦୁ ଧର୍ମରେ ଭଗବାନ ଶ୍ରୀକୃଷ୍ଣଙ୍କ ସହ ଗୋମାତାକୁ ପୂଜାକଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ଏହାକୁ ବିଶ୍ବାସ କରି ସମସ୍ତେ ନିଜକୁ ଗୋସେବାରେ ସମର୍ପି ଦେଇଛନ୍ତି । ଗୋଟିଏ ଵୃଷବ ଓ ୪୦ରୁ ଉର୍ଦ୍ଧ୍ବ ଗାଈ ଗୋଶାଳାରେ ରହିଛନ୍ତି ।  ସନାତନ ଧର୍ମରେ କୃଷି ଓ ଗୋସେବା କରିବା ନିୟମ ରହିଛି । ନିକଟସ୍ଥ ପାହାଡ଼ରେ ଗାଈଙ୍କୁ  ଚରାଯାଉଛି । ସାଧୁମାନେ ମଣିଷକୁ ସେବା କଲା ଭଳି ଗାଈଙ୍କ ସେବା କରୁଛନ୍ତି । ଗାଈଙ୍କୁ ବିକ୍ରି କରାଯାଇନାହିଁ । ବୃଦ୍ଧ ହୋଇ ମୃତ୍ୟୁ ପରେ ଗାଈଙ୍କୁ ସମାଧି ଦିଆଯାଏ ବୋଲି ସାଧୁ କହିଛନ୍ତି । ଜନ୍ମ କଲା ମା ପରେ ଗୋମାତା ହେଉଛନ୍ତି ଆମର ଆଉ ଗୋଟିଏ ମାଆ । ତାଙ୍କ ପ୍ରତିଟି ଲୋମରେ କୋଟିଏ ଦେବା ଦେବୀ ଅବସ୍ଥିତ । ସେଥିପାଇଁ ତ ଆମେ ତାଙ୍କୁ ପୂଜି ଥାଉ । ହିନ୍ଦୁଧର୍ମ ଶାସ୍ତ୍ରରେ ଗୋମାତାଙ୍କୁ ବହୁତ ପବିତ୍ର ମନାଯାଏ । ପ୍ରଭୁ ଶ୍ରୀକୃଷ୍ଣ ହିଁ ପ୍ରଥମେ ଗୋମାତାଙ୍କୁ ପୂଜା କରିଥିଲେ ଆଉ ସେବେ ଠାରୁ ଯୁଗ ଯୁଗ ଧରି ପୂଜା ହୋଇ ଆସୁଛନ୍ତି ଗୋମାତା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.4 ° C
    24.4 °
    24.4 °
    92 %
    1.6kmh
    66 %
    Fri
    24 °
    Sat
    31 °
    Sun
    32 °
    Mon
    26 °
    Tue
    31 °

    ସମ୍ବନ୍ଧିତ