Tuesday, April 14, 2026
28 C
Odisha

    ଗାଜାରେ ଇସ୍ରାଏଲ ଆକ୍ରମଣ ୮୫ ପାଲେଷ୍ଟିନୀୟଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ତେଲ ଅବିବ: ବୁଧବାର ରାତି ସାରା ଇସ୍ରାଏଲ ଗାଜା ଉପରେ ବୋମା ବର୍ଷା କରିଛି। ଅନେକ ଘରକୁ ଟାର୍ଗେଟ୍‌ କରି ଇସ୍ରାଏଲ ଆକ୍ରମଣ କରିଥିବାରୁ ଏଥିରେ ମହିଳା, ଶିଶୁଙ୍କ ସମେତ ୮୫ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଥିବା ପାଲେଷ୍ଟିନୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ଇସ୍ରାଏଲ ବିମାନ ଆକ୍ରମଣରେ ମଙ୍ଗଳବାର କେବଳ ୪୦୦ରୁ ଅଧିକ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଥିଲା।ଉଲ୍ଲେଖଯୋଗ୍ୟ ଯେ ଜାନୁଆରିରେ ଯୁଦ୍ଧବିରତି ହେବାପରେ ଇସ୍ରାଏଲ ପ୍ରଥମ ଥର ପାଇଁ ଗାଜାରେ ସ୍ଥଳ ଅପରେସନ୍‌ ଆରମ୍ଭ କରିଛି। ଗାଜାକୁ ଖାଦ୍ୟ, ଇନ୍ଧନ ସମେତ ଅନ୍ୟାନ୍ୟ ମାନବୀୟ ସହାୟତା ବନ୍ଦ କରିଦେଇଥିବା ଇସ୍ରାଏଲ ମଧ୍ୟ ହମାସ୍‌ ବିରୋଧରେ ଅପରେସନ୍‌ ଜୋରଦାର କରିବ ବୋଲି ପ୍ରତିଜ୍ଞା କରିଛି। ହମାସ ୫୯ ପଣବନ୍ଦୀଙ୍କୁ ମୁକ୍ତ ନକରିବା ପର୍ଯ୍ୟନ୍ତ ଏହା ସ୍ଥଳ ଅପରେସନ୍‌ ଜୋରଦାର କରିବ ବୋଲି କହିଛି। ଅନ୍ୟପକ୍ଷେ ହମାସ ଦାବି କରିଛି ଯେ ଗାଜାରୁ ସମ୍ପୂର୍ଣ୍ଣ ଭାବେ ଇସ୍ରାଏଲୀ ସେନା ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏହା କୌଣସି ପଣବନ୍ଦୀଙ୍କୁ ଛାଡ଼ିବନି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    22 %
    1.5kmh
    0 %
    Mon
    28 °
    Tue
    41 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ