Monday, April 6, 2026
23.6 C
Odisha

    ଗୁକେଶ ଚାମ୍ପିୟନ ହେବାକୁ ହଜମ କରିପାରୁନି ଏହି ଦେଶ, FIDE ଦ୍ୱାରା ଯାଞ୍ଚର ଦାବି କଲେ CFR ଅଧ୍ୟକ୍ଷ

    ଆଗକୁ ପଢନ୍ତୁ

    ଚେସ ଫେଡରେଶନ ଅଫ ଇଣ୍ଡିଆ(ସିଏଫଆର୍‌)ର ଅଧ୍ୟକ୍ଷ ଆନ୍ଦ୍ରେଇ ଫିଲାଟୋଭ ଡି ଗୁକେଶଙ୍କ ବିରୋଧରେ ଡିଙ୍ଗ ଲିରେନ ଜାଣିଶୁଣି ମ୍ୟାଚ୍‌ ହାରିଥିବା ନେଇ ଅଭିଯୋଗ କରିଛନ୍ତି। ଏପରିକି ସେ FIDE ଦ୍ୱାରା ଯାଞ୍ଚ କରିବାକୁ ଦାବି କରିଛନ୍ତି। ଏନେଇ ୟୁକ୍ରେନର ଚେସର କୋଚ୍‌ ପିଟର ହେନ୍‌ ନୀଲସନ ରୁଷିଆର ସମ୍ବାଦ ଏଜେନ୍ସି TASS ତରଫରୁ ଏକ୍ସରେ ଶେୟାର କରିଛନ୍ତି। ଫିଲାଟୋଭ କହିଛନ୍ତି, ଉଭୟଙ୍କ ମ୍ୟାଚ ଦେଖିବା ପରଠାରୁ ପେଷାଗତ ଖେଳାଳି ଏବଂ ଚେସ୍‌ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ବଢ଼ିଛି। ନିର୍ଣ୍ଣାୟକ ମୋଡରେ ଚାଇନାର ଚେସ ଖେଳାଳିଙ୍କ ଖେଳ ସନ୍ଦିଗ୍ଧ ଲାଗୁଛି। FIDE ପକ୍ଷରୁ ଆଉ ଏକ ଭିନ୍ନ ଯାଞ୍ଚର ଆବଶ୍ୟକତା ରହିଛି। ଡିଙ୍ଗ ଲିରେନ ଯେଉଁ ସ୍ଥିତିରେ ଥିଲେ, ସେଥିରେ ପରାଜିତ ହେବା ଜଣେ ପ୍ରଥମ ଶ୍ରେଣୀର ଖେଳାଳି ପାଇଁ କଠିନ। ଏଣୁ ଖେଳରେ ଚାଇନା ଖେଳାଳିଙ୍କ ପରାଜୟ ଅନେକ ପ୍ରଶ୍ନ ଉଠାଉଛି। ଏମିତି ଲାଗୁଛି ଯେମିତି ଏହା ଜାଣିଶୁଣି କରାଯାଇଛି। TASS କହିଛି ଯେ, ଖେଳ ସମୟରେ ଲିରେନ ୫୫ ଚାଲ୍‌ରେ ଏକ ଭୁଲ କରିବା ପରେ ଗୁକେଶ ଆଗେଇ ଯାଇଥିଲେ। ସେ ୧୮ ବର୍ଷ ବୟସରେ ସବୁଠାରୁ କମ୍‌ ବୟସରେ ବିଶ୍ୱ ଚେସ ଚାମ୍ପିୟନ ହୋଇଛନ୍ତି। ତାଙ୍କର ବିଜୟ ପରେ ଭାରତର ଚେସ ଇତିହାସରେ ନୂଆ ଯୁଗର ଆରମ୍ଭ ହୋଇଛି। ଭେଟେରାନ ବିଶ୍ୱନାଥନ ଆନନ୍ଦଙ୍କ ପରେ ସେ ଏଭଳି କାରନାମା କରିଥିବା ଦ୍ୱିତୀୟ ଭାରତୀୟ ପାଲଟିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    73 %
    1.7kmh
    3 %
    Sun
    24 °
    Mon
    38 °
    Tue
    35 °
    Wed
    37 °
    Thu
    37 °

    ସମ୍ବନ୍ଧିତ