ଯେମିତି ଖାଦ୍ୟରେ ଗୁଜୁରାତି ସ୍ବାଦ ଆଣିଥାଏ ସେହିପରି ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ ମଧ୍ୟ ହୋଇଥାଏ । ଏତିକି ନୁହେଁ ବରଂ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଉଛି ଯେ, ଚାକିରି ପାଉନଥିବା ଲୋକ ଗୁଜୁରାତି ବ୍ୟବହାର କଲେ ତାଙ୍କ କର୍ମକ୍ଷେତ୍ରରେ ସଫଳତା ମିଳିଥାଏ । ବିଶ୍ୱରେ ଗୁଜୁରାତିକୁ ଖାଇବା ପାଇଁ ଲୋକେ ଖୁବ୍ ପସନ୍ଦ କରନ୍ତି । କାହିଁକି ନା ଗୁଜୁରାତି ଖାଦ୍ୟର ସ୍ବାଦକୁ ଆହୁରି ଅଧିକ ବଢ଼ିଯାଏ । ଚା’ଠୁ ଆରମ୍ଭ କରି ରୋଷେଇରେ ଗୁଜୁରାତିକୁ ସାମିଲ କରାଯାଏ । ଏହା ବ୍ୟତୀତ, ଶରୀରକୁ ଥଣ୍ଡା ରଖିବାରେ ମଧ୍ୟ ଏହା ସାହାଯ୍ୟ କରେ । କିନ୍ତୁ ବହୁତ କମ୍ ଲୋକ ଜାଣିଥିବେ ଯେ ଗୁଜୁରାତି ମଧ୍ୟ ଔଷଧୀୟ ଗୁଣରେ ଭରପୂର । ଗୁଜୁରାତି ଖାଇବା ଦ୍ବାରା ଅନେକ ଫାଇଦା ମିଳିଥାଏ ।ଆସନ୍ତୁ ଜାଣିବା : –
ଯଦି ହଜମ ପ୍ରକ୍ରିୟାରେ ଅସୁବିଧା ହେଉଛି ତେବେ ଗୁଜୁରାତି ଖାଇବା ଦ୍ବାରା ଏହି ସମସ୍ୟା ଦୂର ହୋଇଥାଏ । ପାଟିରେ ଘା’ ହୋଇଥିଲେ ମଧ୍ୟ ଗୁଜୁରାତି ଉପଶମ ଦେଇଥାଏ । ଏତିକି ନୁହେଁ ବରଂ ବ୍ଲଡ ସୁଗାର, ପାଟି ଦୁର୍ଗନ୍ଧ ଏବଂ ପେଟ ଜନିତ ସଂକ୍ରମଣଠାରୁ ଦୂରରେ ରଖିଥାଏ ।
ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ଗୁଜୁରାତି ବେଷ୍ଟ ରିମେଡି ଭାବେ କାର୍ଯ୍ୟକାରୀ କରିଥାଏ । ତେଣୁ ଗୁଜୁରାତି ପାଣି ପିଇବାକୁ ପରାମର୍ଶ ଦିଆଯାଇଥାଏ । ଏଥି ସହିତ କ୍ୟାନ୍ସର ରୋଗୀଙ୍କ ଉପରେ ମଧ୍ୟ ଭଲ ପ୍ରଭାବ ପକାଇଥାଏ । ଏହା ସହିତ ରାତିରେ ଶୋଇବା ପୂର୍ବରୁ ଗୁଜୁରାତି ଚୋବାଇ ଖାଇଲେ ପେଟ ଫୁଲିବା, ଗ୍ୟାସ୍ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାକୁ
ଉଜ୍ବଳ ତ୍ବଚା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ଯଦି ଆପଣଙ୍କୁ ରାତିରେ ନିଦ ହେଉନାହିଁ ତେବେ ଆସନ୍ତୁ ଗୁଜୁରାତି ବ୍ୟବହାର ସମ୍ପର୍କରେ ଜାଣିବା ।
ଆଜିକାଲି କାମର ଚାପ କାରଣରୁ ଅନିଦ୍ରା ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଯାହା ଫଳରେ ଅନେକ ଲୋକ ଅଧିକାଂଶ ସମୟ ରାତିରେ ଶାନ୍ତିରେ ଶୋଇ ପାରୁ ନାହାଁନ୍ତି । ତେଣୁ ତାଙ୍କ ନିଦ ଉପରେ ପ୍ରଭାବ ପଡୁଛି । ଯାହା ଦ୍ବାରା ଲୋକେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ କରୁଛନ୍ତି । କିନ୍ତୁ ଏହି ସବୁଥିରୁ ମୁକ୍ତି ଦେଇଥାଏ ଗୁଜୁରାତି ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ନିଦ ସମସ୍ୟାରେ ଉନ୍ନତି ଆଣିବା ପାଇଁ ରାତିରେ ଘୋଇବା ପୂର୍ବରୁ ଗୁଜୁରାତି ବ୍ୟବହାର କରିବା ଉଚିତ୍ । ଯାହା ଅନିଦ୍ରା ସମସ୍ୟାରୁ ଉପଶମ ଦେବା ପାଇଁ ଗୁଜୁରାତି ଖୁବ୍ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ଆୟୁର୍ବେଦ ଅନୁଯାୟୀ ଗୁଜୁରାତି ମନକୁ ଆରାମ ଦେବାରେ
ସହାୟକ କରିଥାଏ ।
ଏହା ବ୍ୟତୀତ ଶରୀରର ମେଟାବୋଲେଜିମକୁ ବୃଦ୍ଧି କରି ଓଜନ ହ୍ରାସ କରିବାର ଯାତ୍ରାକୁ ସହଜ କରି ଦେଇଥାଏ । ଗୁଜୁରାତିକୁ ଆପଣଙ୍କ ଡାଏଟ୍ ପ୍ଲାନରେ ମଧ୍ୟ ଆଡ୍ କରିପାରିବେ । ଏହା ସହିତ ଗୁଜୁରାତିରେ ଥିବା ଉପାଦାନଗୁଡ଼ିକ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ମଜବୁତ କରିଥାଏ । ଯଦି ଆପଣ ନିଜକୁ ଫିଟ୍ ଏବଂ ନିଦ୍ରାଗତ ସମସ୍ୟାଠାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ ଗୁଜୁରାତି ଖାଇବାର ଅଭ୍ୟାସ କରନ୍ତୁ ।