ଝାଡଖଣ୍ଡ : ଗୁପଚୁପ୍ ଖାଇବା ହେଲା କାଳ । ଗୁପଚୁପ୍ ଓ ଚାଟ୍ ଖାଇବା ଦ୍ୱାରା ୧୮ଜଣ ଲୋକଙ୍କ ସ୍ଥିତି ବିଗିଡ଼ି ଯାଇଛି । ଘଟଣାଟି ଗିରିଡିହର ମୁଫସିଲ୍ ଥାନା ଅଞ୍ଚଳର ବଜଟୋ ଗାଁରେ ଘଟିଛି । ଘଟଣାକୁ ନେଇ ଜଣେ ପିଲାର ମୃତ୍ୟୁ ହୋଇ ସାରିଛି । ଅନ୍ୟ ସମସ୍ତଙ୍କର ଚିକିତ୍ସା ସଦର ହସ୍ପଟାଲରେ ଚାଲୁଛି । ଗୁପଚୁପ୍ ଖାବା ଯୋଗୁଁ ଗାଁର ୨୦-୨୫ ଲୋକ ଫୁଡ ପଏଜିନିଂର ଶିକାର ହୋଇଥିଲେ ।
ଖବର ମୁତାବକ, ଶନିବାର ସନ୍ଧ୍ୟାରେ ଗାଁକୁ ଗୁପଚୁପ୍ ଏବଂ ଚାଟ୍ ବିକାଳି ଆସିଥିଲେ । ମୁଫସିଲ ଥାନା ଅଞ୍ଚଳର ପାଲମୋରେ ଗାଁର ଅନେକ ପିଲା ଏବଂ ବଡ଼ ମାନେ ଗୁପଚୁପ୍ ଓ ଚାଟ୍ ଖାଇଥିଲେ । ଯେଉଁ ଲୋକେ ମଧ୍ୟ ଗୁପଚୁପ୍ ଓ ଚାଟ୍ ଖାଇଥିଲେ ସେମାନେ ରବିବାର ସକାଳେ ଜ୍ୱର, ପେଟରେ ଅସହ୍ୟ ଯନ୍ତ୍ରଣା, ବାନ୍ତି ଓ ଝାଡ଼ା ହୋଇଥିଲା । ଏହାପରେ ସ୍ଥିତି ଆହୁରି ବିଗିଡିଥିଲା । ଏହାଦ୍ବାରା ଜଣେ ପିଲାର ଜୀବନ ଚାଲିଯାଇଥିଲା । ଫଳରେ ତୁରନ୍ତ ଲୋକେ ଅସୁସ୍ଥ ପିଲାକୁ ନେଇ ଚିକିତ୍ସା ପାଇଁ ସଦର ହସ୍ପିଟାଲରେ ପହଞ୍ଚି ଥଲେ।
ଡିସି ରାମନିବାସ ଯାଦବ ନିଜେ ସମଗ୍ର ମାମଲା ଉପରେ ନଜର ରଖୁଛନ୍ତି । ଡିସି ଅନେକ ଅଧିକାରୀଙ୍କ ସହିତ ରାତିରେ ବଜଟୋ ଗାଁରେ ପହଞ୍ଚି ସମଗ୍ର ପରିସ୍ଥିତିର ସମୀକ୍ଷା କରିଛନ୍ତି । ଏହାସହିତ ଗାଁରେ ମେଡିକାଲ କ୍ୟାମ୍ପ କରାଯାଇ ସମସ୍ତଙ୍କ ଚିକିତ୍ସା ଚାଲିଛି । ସ୍ବାସ୍ଥ୍ୟବିଭାଗର ଟିମ ପହଞ୍ଚିଛି । ଜିଲ୍ଲା ପ୍ରଶାସନ ତରଫରୁ ଗୁପଚୁପ୍ ବିକାଳିଙ୍କୁ ଖୋଜା ଚାଲିଛି । ଖାଦ୍ୟ ସୁରକ୍ଷା ବିଭାଗକୁ ସନ୍ଦିଗ୍ଧ ଖାଦ୍ୟପଦାର୍ଥ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘଟଣାର ଯାଞ୍ଚ ଚାଲିଛି ।
