ନୂଆଦିଲ୍ଲୀ : ଆମେରିକାରେ ସୁରକ୍ଷା କାରଣରୁ ବିଟ୍ରେନର ରାଜା କିଙ୍ଗ ଚାଲର୍ସ ୩ୟ କିଛି କାର୍ଯ୍ୟକ୍ରମ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଟ୍ରମ୍ପ ପ୍ରଶାସନ ନିଷ୍ପତ୍ତି ହ୍ବାଇଟ୍ ହାଉସ କରେନ୍ସପଣ୍ଡେଣ୍ଟରେ ହୋଇଥିବା ଗୁଳିକାଣ୍ଡ ଘଟଣା ପରେ ନିଆଯାଇଛି । ଆମେରିକା ବ୍ରିଟେନ କିଙ୍ଗକୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନାହିଁ ।
ଖବର ମୁତାବକ, କିଙ୍ଗ୍ ଚାଲର୍ସଙ୍କ ପ୍ରଥମ ଗସ୍ତକୁ ବାତିଲ କରାଯିବା ନେଇ କୁହାଯାଇଛି । କିନ୍ତୁ ଏହାପରେ କେଉଁ ଗସ୍ତ ଏବଂ କାର୍ଯ୍ୟକ୍ରମ ବାତିଲ ହେବା ତାହା ବିଷୟରେ କୁହାଯାଇନି । ଆମେରିକାରେ କିଙ୍ଗ ଚାଲର୍ସଙ୍କ କେର୍ଉ କେଉଁ କାର୍ଯ୍ୟକ୍ରମ ବାତିଲ ହୋଇଛି, ତାହା ସାର୍ବଜନୀନ କରାଯାଇନାହିଁ ।
କିଙ୍ଗ ଚାଲର୍ସଙ୍କ ସୁରକ୍ଷା ପାଇଁ ବ୍ରିଟେନ ନିଜର ସୈନିକ ନିୟୋଜିତ କରିଛି । ୱାଂଶିଟନରେ ବ୍ରିଜେଟରେ ରାଜଦୂତ ଏକ ବୟାନରେ କହିଛନ୍ତି, ଆମେ ଲଣ୍ଡନରୁ ଅତିରିକ୍ତ ସୈନିକ ଡାକିଛୁ । କିଙ୍ଗ ଚାଲର୍ସ ସୁରକ୍ଷାରେ କୌଣସି ପ୍ରକାରର ତ୍ରୁଟି ନ ହେଉ, ଆଉ ଯାତ୍ରା ସୁଫଳ ହେଉ ।
ସୂଚନାଯୋଗ୍ୟ, ୱାଶିଂଟନ ହିଲଟନ ହୋଟେଲରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅନେକ ବରିଷ୍ଠ ଆମେରିକୀୟ ଅଧିକାରୀଙ୍କ ଉପସ୍ଥିତିରେ ଆୟୋଜିତ ହ୍ୱାଇଟ୍ ହାଉସ୍ କରେସପେଣ୍ଡେଣ୍ଟ ରାତ୍ରୀଭୋଜନ ସମୟରେ ଗୁଳିକାଣ୍ଡ ଘଟିଥିଲା । ଗୁଳିକାଣ୍ଡର ଶବ୍ଦ ଶୁଣିବା ମାତ୍ରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମେତ ବରିଷ୍ଠ ଆମେରିକୀୟ ଅଧିକାରୀମାନଙ୍କୁ ରାତ୍ରୀଭୋଜନରୁ ବାହାରକୁ ସ୍ଥାନାନ୍ତର କରାଯାଇଥିଲା । ଗୁଳି ଫୁଟିବା ଶବ୍ଦ ଶୁଣି ହିଲଟନ୍ ହୋଟେଲର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ସୁରକ୍ଷା କର୍ମଚାରୀମାନେ ଭୋଜି ହଲ୍ ଭିତରକୁ ଦୌଡ଼ି ଆସିଲେ । ସୁରକ୍ଷା ଅଧିକାରୀମାନେ ଲୋକଙ୍କୁ ନୀରବ ରହିବାକୁ ଅନୁରୋଧ କରୁଥିବା ସମୟରେ ଅତିଥିମାନେ ଟେବୁଲ ତଳେ ଲୁଚି ରହିଥିଲେ ।
