Monday, August 24, 2026
28.7 C
Odisha

    ଗୁଳିବିନିମୟ: ୧ ମାଓବାଦୀ ନିହତ, ଦୁଇ ଗିରଫ

    ଆଗକୁ ପଢନ୍ତୁ

    ଦୀର୍ଘଦିନ ପରେ ମାଲକାନଗିରି ଜିଲ୍ଲାରେ ବଡ଼ ଧରଣର ଗୁଳିବିନିମୟ ଘଟିଛି। ମାଲକାନଗିରି ଜିଲ୍ଲା ମଧ୍ୟକୁ ବାହାର ରାଜ୍ୟରୁ ମାଓବାଦୀ ପଶିବାକୁ ଉଦ୍ୟମବେଳେ ଡିଭିଏଫ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଏହି ଗୁଳିବିନିମୟ ଘଟିଥିବା ସୂଚନା ମିଳିଛି। ତଥ୍ୟ ଅନୁଯାୟୀ, କାଲିମେଳା ବ୍ଲକରେଥିବା ଜିନେଲଗୁଡା ଜଙ୍ଗଲ ଦେଇ କିଛି ମାଓବାଦୀ ଜିଲ୍ଲା ମଧ୍ୟକୁ ପଶିବାକୁ ଉଦ୍ୟମ କରୁଥିବାବେଳେ ଏହି ଖବରପାଇ ଉକ୍ତ ଅଞ୍ଚଳରେ ଡିଭିଏଫ ଯବାନ ମାନେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ତେବେ ବିଳମ୍ବିତ ରାତିରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ସାମ୍ନାସାମ୍ନି ହେବା ସହ ଗୁଳିବିନିମୟ ହୋଇଥିଲା। ଯେଉଁଥିରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.7 ° C
    28.7 °
    28.7 °
    81 %
    2.6kmh
    100 %
    Mon
    28 °
    Tue
    28 °
    Wed
    29 °
    Thu
    25 °
    Fri
    26 °

    ସମ୍ବନ୍ଧିତ