Saturday, September 6, 2025
30.9 C
Odisha

    ଗୃହମନ୍ତ୍ରୀ ଅମିତ ଶାହାଙ୍କ ହେଲିକପ୍ଟର ଯାଞ୍ଚ

    ଆଗକୁ ପଢନ୍ତୁ

    ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ରର ହିଙ୍ଗୋଲିରେ ନିର୍ବାଚନ ପ୍ରଚାରରେ ଯାଇଥିଲେ । ସେହି ସମୟରେ ନିର୍ବାଚନ ଆୟୋଗ ଅଧିକାରୀମାନେ ଅମିତ ଶାହାଙ୍କ ହେଲିକପ୍ଟର ଯାଞ୍ଚ କରିଥିଲେ । କହିରଖୁଛୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ୟାଗ୍ ଯାଞ୍ଚ ପରେ ଦେଖାଦେଇଥିବା ରାଜନୈତିକ ବିବାଦ ପରେ ଏଭଳି ପଦକ୍ଷେପ ନିଆଯାଇଛି । ବ୍ୟାଗ୍ ଯାଞ୍ଚକୁ ନେଇ ଗୃହମନ୍ତ୍ରରୀ ଅମିିତ ଶାହା ‘ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ଆଜି ମହାରାଷ୍ଟ୍ରର ହିଙ୍ଗୋଲି ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ନିର୍ବାଚନ ଆୟୋଗ ଅଧିକାରୀଙ୍କ ଦ୍ୱାରା ମୋ ବ୍ୟାଗର ଯାଞ୍ଚ କରାଗଲା । ବିଜେପି ନିରପେକ୍ଷ ନିର୍ବାଚନ ଏବଂ ସୁସ୍ଥ ନିର୍ବାଚନ ପ୍ରଣାଳୀରେ ବିଶ୍ୱାସ ରଖେ ଏବଂ ମାନନୀୟ ନିର୍ବାଚନ ଆୟୋଗ ଦ୍ୱାରା ପ୍ରସ୍ତୁତ ସମସ୍ତ ନିୟମର ପାଳନ କରିଥାଏ । ଏକ ସୁସ୍ଥ ନିର୍ବାଚନ ପ୍ରଣାଳୀରେ ଆମ ସମସ୍ତଙ୍କୁ ଯୋଗଦାନ ଦେବା ଉଚିତ ଏବଂ ବିଶ୍ୱର ଶକ୍ତିଶାଳୀ ଗଣତନ୍ତ୍ର ବଜାୟ ରଖିବାରେ ନିଜର କର୍ତ୍ତବ୍ୟ ପାଳନ କରିବା ଉଚିତ ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.9 ° C
    30.9 °
    30.9 °
    64 %
    1.2kmh
    58 %
    Sat
    30 °
    Sun
    30 °
    Mon
    29 °
    Tue
    31 °
    Wed
    31 °

    ସମ୍ବନ୍ଧିତ