Friday, October 16, 2026
22.3 C
Odisha

    ବଟେଙ୍ଗେ ତୋ କଟେଙ୍ଗେ’ ସ୍ଲୋଗାନ୍‌: ଫଡ଼ନାବିସ-ଅଜିତ ପାୱାର ବିବାଦ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ବଟେଙ୍ଗେ ତୋ କଟେଙ୍ଗେ’ ସ୍ଲୋଗାନ୍‌କୁ ନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏବଂ ଅଜିତ ପାୱାରଙ୍କ ମଧ୍ୟରେ ବିବାଦ ହୋଇଛି। ଏନ୍‌ସିପି ନେତା ଅଜିତ ପାୱାର ‘ବଟେଙ୍ଗେ ‌ତୋ କଟେଙ୍ଗେ’ ସ୍ଲୋଗାନ୍‌କୁ ସମର୍ଥନ କରୁନଥିବା କହିଥିବା ବେଳେ ମହାୟୁତି ମେଣ୍ଟରେ ତାଙ୍କ ମେଣ୍ଟ ସହଯୋଗୀ ଫଡ଼ନାବିସ  ସ୍ଲୋଗାନକୁ ଦୃଢ଼ ସମର୍ଥନ କରି ଏହା ବାସ୍ତବତାକୁ ଦର୍ଶାଉଛି ବୋଲି କହିଛନ୍ତି।  ‘ବଟେଙ୍ଗେ ତୋ କଟେଙ୍ଗେ’ ସ୍ଲୋଗାନ୍‌ ଉପରେ ପାୱାରଙ୍କ ଟିପ୍ପଣୀ ଉପରେ ଜବାବ ଦେଇ ଫଡ଼ନାବିସ କହିଛନ୍ତି,  ପାୱାର ସାର୍ବଜନୀନ ଟିପ୍ପଣୀଗୁଡ଼ିକୁ ଭଲଭାବେ ବୁଝିବା ଉଚିତ।   ଅଜିତ ପାୱାର ଦଶନ୍ଧି ଧରି ଏଭଳି ଲୋକଙ୍କ ସହ ରହିଛନ୍ତି ଯେଉଁମାନେ ହିନ୍ଦୁ ବିରୋଧୀ। ଏହି ହିନ୍ଦୁ ବିରୋଧୀମାନେ ନିଜକୁ ଧର୍ମନିରପେକ୍ଷ ବୋଲି କହୁଛନ୍ତି, କିନ୍ତୁ ବାସ୍ତବରେ ‌ସେମାନଙ୍କ ମଧ୍ୟରେ ଧର୍ମନିରପେକ୍ଷତାର କୌଣସି ଲକ୍ଷଣ ନାହିଁ।  ସେ (ଅଜିତ ପାୱାର) ପୂର୍ବରୁ ଯେଉଁ ‌ଲୋକଙ୍କ ସହ ରହୁଥିଲେ ସେମନଙ୍କ ପାଇଁ ହିନ୍ଦୁତ୍ବକୁ ବିରୋଧ କରିବା ହିଁ ହେଉଛି ଧର୍ମନିରପେକ୍ଷତା।  ଜନସାଧାରଣଙ୍କ ମାନସିକତାକୁ ବୁଝିବାକୁ ତାଙ୍କୁ କିଛି ସମୟ ଲାଗିବ।

    ଫଡ଼ନାବିସ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ‘ବଟେଙ୍ଗେ ତୋ କଟେଙ୍ଗେ’ର ଅର୍ଥ ହେଉଛି ଏକାଠି ରହିବା। ସ୍ଲୋଗାନ୍‌କୁ ଦୃଢ଼ ସମର୍ଥନ କରି ସେ କହିଛନ୍ତି, ଯୋଗୀଜୀଙ୍କ ସ୍ଲୋଗାନ୍‌ରେ ମୁଁ କିଛି ଭୁଲ୍‌ ଦେଖିପାରୁନି।  ଦେଶର ଇତିହାସକୁ ଦେଖନ୍ତୁ। ଯେବେ ବି ଦେଶ ଜାତି, ରାଜ୍ୟ ଏବଂ ସମ୍ପ୍ରଦାୟରେ ବିଭାଜନ ହୋଇଛି ଆମେ ଦାସ ହୋଇଯାଇଛେ।  ଉଲ୍ଲେଖଯୋଗ୍ୟ,  ଏନ୍‌ସିପି ମୁଖ୍ୟ ଅଜିତ ପାୱାର କହିଛନ୍ତି, ‘ବଟେଙ୍ଗେ ତୋ କଟେଙ୍ଗେ’ ସ୍ଲୋଗାନ୍‌ ମହାରାଷ୍ଟ୍ରରେ ଗ୍ରହଣୀୟ ନୁହେଁ। ଆମେ ରାଜ୍ୟରେ ଏଭଳି ବିଭାଜନକାରୀ ସ୍ଲୋଗାନକୁ ସମର୍ଥନ କରିବୁ ନାହିଁ ବୋଲି ସେ କହିଛନ୍ତି। ପାୱାରଙ୍କ ଏଭଳି ଆଭିମୁଖ୍ୟକୁ ଶିବସେନା ସିନ୍ଦେ ଗୋଷ୍ଠୀ ମଧ୍ୟ ସମର୍ଥନ କରୁନାହିଁ। ତେବେ ଏହି ସ୍ଲୋଗାନକୁ ନେଇ ମେଣ୍ଟରେ କିମ୍ବା  ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ କୌଣସି ପ୍ରକାର ବିବାଦ ହୋଇନାହିଁ ବୋଲି ଫଡ଼ନାବିସ କହିଛନ୍ତି।   ଅନ୍ୟପକ୍ଷରେ ଅଜିତ ପାୱାର ତାଙ୍କ ବୟାନରେ କାଏମ ଅଛନ୍ତି ଏବଂ  କିଛି ବିଜେପି ନେତା ମଧ୍ୟ ସମାନ ମତ ରଖୁଥିବା କହିଛନ୍ତି।  ଉତ୍ତରପ୍ରଦେଶର ସ୍ଥିତିକୁ ନେଇ କୌଣସି ସ୍ଲୋଗାନ ମହାରାଷ୍ଟ୍ରରେ ପ୍ରାସଙ୍ଗିକ ନୁହେଁ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.3 ° C
    22.3 °
    22.3 °
    98 %
    1.2kmh
    73 %
    Thu
    22 °
    Fri
    28 °
    Sat
    28 °
    Sun
    29 °
    Mon
    30 °

    ସମ୍ବନ୍ଧିତ