Wednesday, March 26, 2025
33.2 C
Odisha

    ଗୋଟିଏ ସପ୍ତାହ ପିଅନ୍ତୁ ଅଦା ପାଣି, ଦୂର ହେବ ଏହି ୫ଟି ସମସ୍ୟା

    ଆଗକୁ ପଢନ୍ତୁ

    ସୁସ୍ଥ ଜୀବନ ଯାପନ କରିବାକୁ ପ୍ରାୟ ସମସ୍ତ ଲୋକ ଚାହିଁଥାନ୍ତି । ହେଲେ ବର୍ତ୍ତମାନର ଅନେକ ପ୍ରକାରର ସମସ୍ୟା ଯୋଗୁଁ ଲୋକେ ଧୀରେ ଧୀରେ ଦୁର୍ବଳ ହୋଇ ପଡୁଛନ୍ତି । ଏଥି ସହ ଅନେକ ଲୋକ ସୁସ୍ଥ ରହିବା ପାଇଁ ବହୁତ ପ୍ରକାର କାର୍ଯ୍ୟ କରିବା ସହ ଜିମ୍ ମଧ୍ୟ ଯାଇଥାନ୍ତି । ହେଲେ ସୁସ୍ଥ ରହିପାରନ୍ତି ନାହିଁ । ତେବେ ଆଜି ଆପଣଙ୍କୁ ଯେ ସୁସ୍ଥ ଜୀବନ ଯାପନ କିପରି ଗଢ଼ି ତୋଳିବେ । ଏପରି ଏକ ଜିନିଷ ଅଛି ଯାହାକୁ ଖାଇଲେ ଆପଣ ଆପଣଙ୍କର ସ୍ୱାସ୍ଥ୍ୟକୁ ବହୁତ୍ ଭଲରେ ରଖିପାରିବେ । ଯାହା ଆପଣଙ୍କ ରୋଷେଇ ଗରେ ଲୁଚି ରହିଛି । ତେବେ ଆସନ୍ତୁ ଜାଣିବା ଏହି ଜିନିଷର ନାମ କ’ଣ?

    ଏହି ଜିନିଷର ନାମ ହେଲା ‘ଅଦା’ । ଅଦା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ । ଯଦି ଆପଣ ସକାଳୁ ଉଠି ଅଦା ପକା ଚା’ ରେ ଆପଣଙ୍କ ଦିନଟି ଆରମ୍ଭ କରନ୍ତି, ତେବେ ଏହା ଥଣ୍ଡା, କାଶ ଏବଂ ଗଳା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ଚା’ ଠାରୁ ଆରମ୍ଭ କରି ପ୍ରତ୍ୟେକ ରୋଷେଇରେ ମଧ୍ୟ ଅଦାକୁ ବ୍ୟବହାର କରିଥାନ୍ତି । ଏଥି ସହ ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଯାହାକୁ ଅଧିକ ଥଣ୍ଡା କିମ୍ବା କାଶ ହୁଏ ତାହାକୁ ସଙ୍ଗେ ସଙ୍ଗେ ଅଦା ରସ ଦିଆଯାଏ । ଏହାକୁ ପିଇବା ପରେ ଥଣ୍ଡା ଏବଂ କାଶ କମ୍ ହେବାକୁ ଲାଗେ । ଏହା ବ୍ୟତୀତ ପ୍ରତିଦିନ ସକାଳେ ଅଦା ପାଣି ପିଇବା ଦ୍ବାରା ମଧ୍ୟ ଅନେକ ଲାଭ ମିଳିଥାଏ । ଯଦି ଆପଣ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଲଗାତାର ଅଦା ପାଣି ପିଅନ୍ତି, ତେବେ ଶରୀରରୁ ଅନେକ ରୋଗ ଦୂର ହେବାକୁ ଲାଗିବ । ତେବେ ଆସନ୍ତୁ ଜାଣିବା ସପ୍ତାହ ସାରା ଅଦା ପାଣି ପିଇବା ଦ୍ବାରା ଶରୀରକୁ କ’ଣ ଲାଭ ମିଳିଥାଏ ।

    ପ୍ରକୃତରେ ଅଦାର ଅନେକ ଲାଭ ଅଛି । ଅଦାରେ ଭିଟାମିନ୍ ସି’, ଆୟରନ୍, କ୍ୟାଲସିୟମ, ମ୍ୟାଗ୍ନେସିୟମ, କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଜିଙ୍କ୍ ଏବଂ ଅନେକ ମିନେରାଲ୍ ମିଳିଥାଏ । ଏହି ସମସ୍ତ ପୋଷକ ତତ୍ତ୍ବ ଶରୀରକୁ ଲାଭ ଯୋଗାଇବାରେ ସାହାଯ୍ୟ କରେ । ଯଦି ଆପଣ ଗୋଟିଏ ସପ୍ତାହ ଧରି ସକାଳେ ଖାଲି ପେଟରେ ଅଦା ପାଣି ପିଅନ୍ତି,ତେବେ ଏହା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ସୁଦ୍ରୁଢ଼ କରିବ । ଏଥି ସହ ଆପଣମାନେ ଜାଣି ରଖନ୍ତୁ ଯେ ଏହାକୁ ପିଇବା ଫଳରେ ଶରୀରର ଗଣ୍ଠୀ ଫୁଲା କମିଯିବ ଏବଂ ଓଜନ ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଇବାକୁ ଲାଗିବ ।

    ଅଦା ପାଣି ପିଇବାର ଲାଭ :

    ଫୁଲା ଯନ୍ତ୍ରଣା : ଅଦା ପାଣି ପିଇବା ଫଳରେ ଆପଣଙ୍କର ଆଣ୍ଠୁଗଣ୍ଠୀରେ ଯେଉଁ ଫୁଲା ହେଉଛି ତାହା ବହୁତ ଶୀଘ୍ର ଦୂର ହେବାକୁ ଲାଗିବ । ଯଦି ଆପଣଙ୍କର ଏହି ସମସ୍ୟା ହେଉଛି ତେବେ ନିଶ୍ଚିତ ଭାବରେ ଗୋଟିଏ ସପ୍ତାହ ଅଦା ପାଣି ପିଇବା ଅଭ୍ୟାସ୍ କରନ୍ତୁ ।

    ବ୍ଲଡ୍ ଶୁଗାର କଣ୍ଟ୍ରୋଲ୍ : ଅଦାରେ ଏପରି ଗୁଣ ଅଛି ଯାହା ଏହାକୁ ବ୍ଲଡ୍ ଶୁଗାର ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ କରିଥାଏ । ଅଦା ପାଣି ପିଇବା ଦ୍ବାରା ବ୍ଲଡ୍ ଶୁଗାରକୁ କଣ୍ଟ୍ରୋଲରେ ରହିଥାଏ । ବ୍ଲଡ୍ ଘୁକାର ରୋଗୀମାନେ ସକାଳେ ଅଦା ପାଣି ନିଶ୍ଚିତ ଭାବରେ ପିଅନ୍ତୁ । ଦେଖିବେ ଆପଣଙ୍କର ସମସ୍ୟର ଦୂର ହେବାକୁ ଲାଗିବ ।

    ଓଜନ କମ୍ ହେବ : ଯେଉଁମାନେ ଓଜନ ବଢ଼ଇବାକୁ ନେଇ ଚିନ୍ତାରେ ରହୁଛନ୍ତି, ସେମାନେ ନିଶ୍ଚିତ ଭାବରେ ଅଦା ପାଣି ପିଇପାରିବେ । ଏଥିସହ ଏହି ପାଣି ପିଇବା ଫଳରେ ବହୁତ ଶୀଘ୍ର ଓଜନ କମ୍ ହେବାକୁ ଲାଗିବ । ତେବେ ଆପଣ ସକାଳୁ ଉଠି ଖାଲି ପେଟରେ ଅଦା ପାଣି ପିଇବା ଅଭ୍ୟାସ୍ କରିବା ଦ୍ବାରା ଆପଣଙ୍କ ବେଲି ଫ୍ୟାଟ୍ କମ୍ ହେବା ସହ ମେଟାବୋଲିଜିମ୍ ତ୍ବରାନ୍ବିତ ହେବ । ଏହା ସହ ଚର୍ବି ମଧ୍ୟ ହ୍ରାସ ପାଇବା ଆରମ୍ଭ ହେବ ।

    ହାର୍ଟ ପାଇଁ ଲାଭଦାୟକ : ଗୋଟିଏ ସପ୍ତାହ ପାଇଁ ଅଦା ପାଣି ପିଇବା ଦ୍ବାରା ଆପଣଙ୍କ ହାର୍ଟ ସୁସ୍ଥ ରହିବ । ଏଥି ସହ ଆପଣଙ୍କ ହାର୍ଟ ସୁସ୍ଥ ରହିବା ମାତ୍ରେ ଆପଣ ମଧ୍ୟ ଶକ୍ତିଶାଳୀ ରହିପାରିବେ । ଏହା ସାହାଯ୍ୟରେ ବ୍ଲଡ ପ୍ରେସରକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ ଏବଂ ଶିରାରେ ଫୁଲା ମଧ୍ୟ କମିଯିବ । ଯାହା ଦ୍ବାରା ହାର୍ଟକୁ ରକ୍ତ ପ୍ରବାହ ଭଲ ହେବ ।

    ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ : ଅଦାରେ ଭିଟାମିନ୍ ସି’ ମିଳୁଥିବାରୁ ଏହାର ସେବନ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିବ । ଅଦା ଖାଇବା ଦ୍ବାରା ଥଣ୍ଡା, କାଶ ଏବଂ ଫ୍ଲୁ ଭଳି ଋରୁକାଳୀନ ସଂକ୍ରମଣ ହ୍ରାସ ପାଇପାରିବ । ଏଥି ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ । ଯଦି ଆପଣ ଫିଟ୍ ରହିବାକୁ ଚାହୁଁଛନ୍ତି ତେବେ ନିଶ୍ଚିତ ଭାବରେ ଗୋଟିଏ ସପ୍ତାହ ଅଦା ପାଣି ପିଇବା ଅଭ୍ୟାସ କରନ୍ତୁ । ଦେଖିବେ ଆପଣଙ୍କର ଅନେକ ସମସ୍ୟା ଦୂର ହେବାକୁ ଲାଗିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.2 ° C
    33.2 °
    33.2 °
    12 %
    1.6kmh
    5 %
    Wed
    38 °
    Thu
    40 °
    Fri
    41 °
    Sat
    41 °
    Sun
    41 °

    ସମ୍ବନ୍ଧିତ