Wednesday, May 8, 2024
37.2 C
Odisha

    ଘରର ଦ୍ଵାରରେ କରନ୍ତୁ ଏହି ଉପାୟ, ସର୍ବଦା ରହିବ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ

    ଆଗକୁ ପଢନ୍ତୁ

    ଆପଣ ବାସ କରୁଥିବା ଘରକୁ ସବୁବେଳେ ଶୁଦ୍ଧ ଓ ପବିତ୍ର କରି ରଖିବା ଆବଶ୍ୟକ । କାରଣ ମାତା ଲକ୍ଷ୍ମୀ ମଧ୍ୟ ଆପଣ ବାସ କରୁଥିବା ଘରେ ନିଜର କୃପା ଦୃଷ୍ଟି ପକାଇବା ସହ ବାସ କରିଥାନ୍ତି । ତେବେ ଜାଣନ୍ତୁ ଆପଣ ଘରକୁ ପ୍ରବେଶ କରୁଥିବା ମୁଖ୍ୟ ଦ୍ଵାରା ସାମ୍ନାରେ କେଉଁ ଉପାୟ କରିବା ଫଳରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହୋଇଥାଏ ।
    ଉପାୟଟିକୁ ଜାଣିବା ପାଇଁ ଧ୍ୟାନର ସହ ପୋଷ୍ଟଟିକୁ ନିହାତି ପଢନ୍ତୁ ।

    ପ୍ରଥମ: ଘରର ମୁଖ୍ୟ ଦ୍ଵାର ସାମ୍ନାରେ ଚାନ୍ଦିର ଏକ ତାର ମାଟିରେ ଗାତ କରି ଏପଟରୁ ସେପଟ ପର୍ଯ୍ୟନ୍ତ ପୋତି ଦିଅନ୍ତୁ । ଏହା କରିବା ଫଳରେ ଆପଣଙ୍କ ମୁଖ୍ୟ ଦ୍ଵାର ସହ ଜଡିତ ବାସ୍ତୁ ଦୋଷ ଦୂର ହୋଇଯାଇଥାଏ । ବାସ୍ତୁ ଦୋଷକୁ ଦୂର କରିବା ପାଇଁ ଏହା ସବୁଠାରୁ ଭଲ ଉପାୟ ଅଟେ । ଏହା କରିବା ଫଳରେ ଆପଣଙ୍କ ଘରର ପରିବେଶ ଭଲ ରହିଥାଏ । ଘରର ସମସ୍ତ ସଦସ୍ୟ ଆରୋଗ୍ଯ ରହିଥାନ୍ତି ।

    ଦିତୀୟ: ଘରର ମୁଖ୍ୟ ଦ୍ଵାରରେ ଗଣେଶ, କୁବେର କିମ୍ବା ସ୍ଵାସ୍ଥିକର ଫଟୋ ନିହାତି ଲଗାନ୍ତୁ । ଏହା କରିବା ଫଳରେ ଆପଣଙ୍କ ଘରେ ଧନର ଅଭାବ ଦେଖା ଦେଇନଥାଏ । ଆପଣଙ୍କ କୌଣସି କାର୍ଯ୍ୟରେ ବାଧା ମଧ୍ୟ ଆସିନଥାଏ । ଏବଂ ଆପଣଙ୍କ ଘରେ ଏକ ଶାନ୍ତିର ପରିବେଶ ସୃଷ୍ଟି ହୋଇଥାଏ ।

    ତୃତୀୟ: ରୋଷେଇ ଘରେ ସବୁଠାରୁ ମୁଖ୍ୟ ହେଉଛି ଚୁଲି । କାରଣ ଚୁଲି ସାହାର୍ଯ୍ୟ ରେ ହିଁ ଅନ୍ନ ପ୍ରସ୍ତୁତ କରାଯାଇଥାଏ । ଯାହା ଭଗବାନଙ୍କ ସଦୃଶ ହୋଇଥାଏ । ତେଣୁ ରୋଷେଇ ଘରେ ଚୁଲି ସବୁବେଳେ ପୂର୍ବ ଦିଗରେ କରିବା ଉଚିତ । ଏହା ଆପଣଙ୍କୁ ଶୁଭ ଫଳ ଦେଇଥାଏ । ଯଦି ଚୁଲି ଦକ୍ଷିଣ ଦିଗରେ ରହେ ତେବେ ଆପଣଙ୍କ ଜୀବନରେ ସବୁବେଳେ ପଇସାର ଅସୁବିଧା ଲାଗି ରହିଥାଏ ।

    ଚତୁର୍ଥ: ଧାନ, ମୁଗ, ଗହମ ଏବଂ କଳା ରାଶିକୁ ମିଶାଇ ଦିଅନ୍ତୁ । ଏବଂ ଏହାକୁ ଗୋଟିଏ କପଡାରେ ବାନ୍ଧି ଦିଅନ୍ତୁ । ଏହି ବନ୍ଧା ଯାଇଥିବା କପଡାକୁ ସବୁ ଘରେ ରଖନ୍ତୁ । କୁହାଯାଏ ଏହାଦ୍ଵାରା ଘରର ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ । ଘରର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ତା ଭଲ ରହିଥାଏ । ପରିବାରରେ ସମସ୍ତଙ୍କ ମଧ୍ୟରେ ଭଲ ପାଇବା ବଢିଥାଏ ।

    ପଞ୍ଚମ: ପ୍ରତିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ଘରର ମୁଖ୍ୟ ଦ୍ଵାରକୁ ସଫା କରନ୍ତୁ । ଏବଂ ପାଣି ଛିଞ୍ଚନ୍ତୁ । ଏହା କରିବା ଫଳରେ ଆପଣଙ୍କ ଘରେ ଦିନ ସାରା ଆପଣଙ୍କ ଘରେ ହସ ଖୁସିର ବାତା ବରଣ ରହିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    30 %
    2.4kmh
    8 %
    Wed
    38 °
    Thu
    38 °
    Fri
    40 °
    Sat
    41 °
    Sun
    41 °

    ସମ୍ବନ୍ଧିତ