Thursday, June 11, 2026
41.4 C
Odisha

    ବିଜେଡିରେ ସାମିଲ ହେଲେ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ

    ଆଗକୁ ପଢନ୍ତୁ

    ଶଙ୍ଖ ଧରିଲେ ଅଧିରାଜ ପାଣିଗ୍ରାହୀ । ଗତକାଲି କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହେଇଛନ୍ତି ଖରିଆର ବିଧାୟକ । ଖରିଆରର କଂଗ୍ରେସ ବିଧାୟକ ଥିବା ଅଧିରାଜ ପାଣିଗ୍ରାହୀ ଗତକାଲି କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ । ଏହାପରେ ଶତାଧିକ ସମର୍ଥକଙ୍କ ସହ ଆସି ସେ ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି । ଅଧିରାଜ ପାଣିଗ୍ରାହୀଙ୍କ ସମେତ ୩ ଜଣ ବ୍ଲକ ଚେୟାରମ୍ୟାନ୍, ୪୦ ଜଣ ସରପଞ୍ଚ ଓ ୩୪ ଜଣ ପଞ୍ଚାୟତ ସମିତି ସଦସ୍ୟ ଆଜି ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି । ବିଜେଡି ସାଂସଦ ମାନସ ମଙ୍ଗରାଜ ଅଧିରାଜ ପାଣିଗ୍ରାହୀଙ୍କୁ ଦଳରେ ସ୍ୱାଗତ କରିଛନ୍ତି । ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲାର ଖରିଆର ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଆସନ । ଏହି ଆସନରୁ ୨୦୧୯ ନିର୍ବାଚନରେ ବିଜେଡି ନେତା ଲମ୍ବୋଧର ନିଆଳଙ୍କୁ ହରାଇ ବିଧାନସଭାକୁ ଆସିଥିଲେ ଅଧିରାଜ ପାଣିଗ୍ରାହୀ । ତେଣୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ଦଳ ବଦଳାଇ ବିଜେଡିରେ ସାମିଲ ହେବା ପରେ, ତାଙ୍କୁ ବିଜେଡି ଟିକେଟ୍ ମିଳିବା ପକ୍କା ବୋଲି କୁହାଯାଉଛି । ଅନ୍ୟପଟେ କଂଗ୍ରେସର ଜଣେ ବିଧାୟକ ଦଳ ଛାଡି ବିଜେଡିରେ ସାମିଲ ହେବା ଓଡିଶା କଂଗ୍ରେସ ନେତାଙ୍କୁ ଚିନ୍ତାରେ ପକାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    41.4 ° C
    41.4 °
    41.4 °
    19 %
    5.1kmh
    29 %
    Thu
    41 °
    Fri
    41 °
    Sat
    40 °
    Sun
    41 °
    Mon
    43 °

    ସମ୍ବନ୍ଧିତ